Posted inଖେଳ

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଏହା ପ୍ରକାଶ କରିଛି। ଗତ ଫେବୃୟାରୀରେ ବିଶାଖାପାଟଣାଠାରେ ଜାତୀୟ ସିନିୟର ୭୧ତମ ପୁରୁଷ ଏବଂ ୩୪ତମ ମହିଳା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ବେଳେ ତାଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା। ଡୋପ୍‌ ଟେଷ୍ଟ ବେଳେ ସେଥିରେ ଏକ ନିଷିଦ୍ଧ ଦ୍ରବ୍ୟର ମାତ୍ରା ଠାବ କରାଯାଇଛି। ରବି ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୬୯କେଜି ଶ୍ରେଣୀରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ନାଡା ସୂଚନା ଅନୁସାରେ ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଅନ୍ୟ ୫ ଭାରୋତ୍ତୋଳକ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ସେମାନେ ହେଲେ ବୀରେନ୍ଦର ସିଂ (୯୬କେଜି), ଦୀପିକା(୪୯କେଜି), ବିଶାଳ ସୋଲାଙ୍କି (୧୦୯ କେଜି), ସୀମା (୮୧ କେଜି) ଏବଂ ପୂର୍ଣ୍ଣିମା ପାଣ୍ଡେ (୮୭କେଜି)। ସେହିପରି ଚଳିତ ବର୍ଷ ପ୍ରାରମ୍ଭରେ ପୁଣେଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ପଦକ ଜିତିଥିବା ଆଉ ଦୁଇ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ସେମାନେ ହେଲେ ରେସ୍‌ଲର ରୋହିତ ଆହିରେ (ଗ୍ରୀକୋ ରୋମାନ ୭୨କେଜି) ଏବଂ ସାହିଲ ପାଓ୍ବାର (୫୦ ମିଟର ଫ୍ରିଷ୍ଟାଇଲ)। ଏହି ଦୁଇ ଜଣଙ୍କୁ ମଧ୍ୟ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଅନ୍ୟପକ୍ଷରେ ନାଡାର ଆଣ୍ଟି ଡୋପିଂ ପ୍ୟାନେଲ କ୍ୱାର୍ଟରମାଇଲର ପ୍ରିୟଙ୍କା ପନଓ୍ବାରଙ୍କ ବିରୋଧରେ ଡିସିପ୍ଲିନାରି ପ୍ୟାନେଲର ୮ ବର୍ଷ ସସ୍‌ପେଣ୍ଡ ଆଦେଶକୁ କାଏମ ରଖିଛି। ପ୍ରିୟଙ୍କା ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ପ୍ରିୟଙ୍କା ୨୦୧୬ରେ ଦ୍ୱିତୀୟ ଥର ପାଇଁ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ପ୍ରଥମ ଥର ସେ ୨୦୧୧ରେ ଡୋପ୍‌ ଅପରାଧ କରିଥିଲେ। ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ ଆହୁରି ମଧ୍ୟ ଡିସିପ୍ଲିନାରି ପ୍ୟାନେଲ ହକି ଖେଳାଳି ଆକାଶ ଚିକ୍‌ଟେଙ୍କ ବିରୋଧରେ କରିଥିବା ୨ ବର୍ଷ ସସ୍‌ପେଣ୍ଡ ଆଦେଶ ୧୩ ମାସକୁ ହ୍ରାସ କରିଛି। ପ୍ରଥମ ଭାରତୀୟ ଟେନିସ ଖେଳାଳି ଭାବେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ୧୬ ବର୍ଷୀୟ ଆର୍ଯ୍ୟନ ଭାଟିଆଙ୍କୁ ନାଡା ଛାଡ଼ କରିଦେଇଛି।
ସ୍ବର୍ଣ୍ଣ ହରାଇପାରନ୍ତି ଜ୍ୟୋତି ସିଂ
ଚଳିତ ବର୍ଷ ପ୍ରାରମ୍ଭରେ ନୂଆଦିଲ୍ଲୀରେ ଏଲିଟ୍‌ ମହିଳା ହାଫ୍‌ ମାରାଥନ ଜିତିଥିବା ଜ୍ୟୋତି ସିଂ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ନାଡା ସୂଚନା ଦେଇଛି। ଫେବୃୟାରୀ ୨୪ରେ ହୋଇଥିବା ଏହି ରେସ୍‌ରେ ଜ୍ୟୋତିଙ୍କ ଟାଇମିଂ ଥିଲା ୧ ଘଣ୍ଟା ୨୨ ମିନିଟ ୨୦ ସେକେଣ୍ଡ। ଖବରରେ ଯଦି ସତ୍ୟତା ଥାଏ ତେବେ ତାଙ୍କଠାରୁ ସ୍ବର୍ଣ୍ଣ ପଦକ ପ୍ରତ୍ୟାହାର କରି ନିଆଯିବ। ରୌପ୍ୟ ବିଜୟିନୀଙ୍କୁ ସ୍ବର୍ଣ୍ଣ ପଦକ ବିଜେତା ବୋଲି ଘୋଷଣା କରାଯିବ ବୋଲି ରେସ୍‌ ନିର୍ଦ୍ଦେଶକ ନାଗରାଜ ଆଡିଗା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?