ରବିଧାନ କିଣା ଦାବି: ଏକକାଳୀନ ୪ଟି ଜାଗାରେ ରାସ୍ତାରୋକୋ

ନୂଆପଡା ଅଫିସ,୧୭ା୬: ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଥିବାବେଳେ କାଳବୈଶାଖୀ ବର୍ଷାରେ ଭିଜି ମଣ୍ଡିରେ ପଡ଼ିଥିବା ଧାନ ସବୁ ଗଜା ହେବାରେ ଲାଗିଥିବାବେଳେ ମିଲର୍ସମାନେ କଟନି ଛଟନିଦାବିରେ ମଣ୍ଡିରୁ ଧାନ ଉଠାଉନାହାନ୍ତି । ଏଭଳି ସ୍ଥିତିରେ ମଣ୍ଡିଗୁଡିକରେ ହଜାର ହଜାର ବସ୍ତା ଧାନ ପଡିରହିଛି। ଚାଷୀମାନେ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ବିଫଳ ହେବାରୁ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି । ସୋମବାର ଏକକାଳୀନ ନୂଆପଡ଼ା ଜିଲାର ଖରିଆରରୋଡ, ତରବୋଡ, ଜଡାମୁଣ୍ଡା ଏବଂ ବେଲଟୁକୁରୀଠାରେ ଜାତୀୟ ରାଜପଥରେ ଧାନବସ୍ତା ରଖି ଦୀର୍ଘ ୭ ଘଣ୍ଟା ଧରି ଅବରୋଧ କରି ରଖିଥିବାବେଳେ ଚାଷୀ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଜିଲାବ୍ୟାପି ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଧାନଉଠାଣ ଚାଲୁ ହୋଇଥିଲା ।
ପ୍ରକାଶ ଯେ, ଗତ ମାସ ୨୦ ତାରିଖଠାରୁ ରବି ଧାନକିଣା ସକାଶେ ମଣ୍ଡି ଆରମ୍ଭ ହୋଇଥିଲା । କିନ୍ତୁ ମିଲର୍ସମାନେ ନିଜ ମର୍ଜିରେ ମଣ୍ଡିକୁ ଯାଉଥିବାରୁ ଧାନକିଣା ବାଧାପ୍ରାପ୍ତ ହୋଇଛି । ଫଳରେ ମଣ୍ଡିରେ ଧାନସବୁ ପଡିରହିଛି । ଜିଲାର ଡୁମେରପାଣି ମଣ୍ଡିରେ ୬ ହଜାର ବସ୍ତା ଧାନ ପଡିରହିଥିବାବେଳେ ବେଲଟୁକୁରୀରେ ୪ ହଜାର ବସ୍ତା, ତରବୋଡ ଓ ଜଡାମୁଣ୍ଡା ମଣ୍ଡିରେ ୫ ହଜାର ବସ୍ତା ଧାନ ପଡିରହିଛି । ଏ ନେଇ ଚାଷୀମାନେ ବାରମ୍ବାର ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଶେଷରେ ସୋମବାର ସକାଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପୂର୍ବାହ୍ନ ୧୦ଟାରୁ ଡୁମେରପାଣିର ଚାଷୀମାନେ ୫/୬ଟି ଟ୍ରାକ୍ଟରରେ ଧାନ ଭର୍ତ୍ତି କରି ଆଣି ଗୋତମା ଛକ ନିକଟରେ ୩୫୩ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ପ୍ରମୋଦ କୁମାର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଫଳରେ ବହୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ୪ ଘଣ୍ଟା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଖଣ୍ଡୁରାମ ନାଏକ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଧାନ କିଣାଯିବାକୁ ନିର୍ଦ୍ଦେଶ କରିଥିଲେ। ଏହାପରେ ଚାଷୀମାନେ କ୍ଷାନ୍ତ ହୋଇଥିଲେ । ସେହିଭଳି ବେଲଟୁକୁରୀ ବଖରମାଲ ନିକଟରେ ଚାଷୀମାନେ ପୂର୍ବାହ୍ନ ୯ଟାରୁ ଆନ୍ଦୋଳନ କରିଥିଲେ । ୧ଟାବେଳେ ପ୍ରଶାସନ ତରଫରୁ ଧାନକିଣା ଯିବାକୁ ନିର୍ଦ୍ଦେଶ ହେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଏଠାରେ କୃଷକ ନେତା ତୁଙ୍ଗନ ଚନ୍ଦ୍ରକାର, ରୋଶନ ଚନ୍ଦ୍ରକାର, ଚନ୍ଦ୍ରଶେଖର ଚନ୍ଦ୍ରକାର ପ୍ରମୁଖ ନେତୃତ୍ୱ ନେଇଥିଲେ । ଜଡାମୁଣ୍ଡା ଛକ ନିକଟରେ ସେଠିକାର ଚାଷୀମାନେ ଜାତୀୟ ରାଜପଥକୁ ଧାନ ଆଣି ଅବରୋଧ କରିଥିଲେ। ଏଥିରେ ହେମନ୍ତ କୁମାର କର, ଯଦୁମଣୀ ପାଣିଗ୍ରାହୀ, ହୋମସିଂ ମାଝି, ବିରାଟ ବାଗ ପ୍ରମୁଖ ନେତୃତ୍ୱ ନେଇଥିଲେ। ଦୀର୍ଘ ୭ଘଣ୍ଟା ଧରି ରାସ୍ତା ଜାମ ହେବା ପରେ ପ୍ରଶାସନ ତରଫରୁ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନାଏକ ଅପରାହ୍ନ ୪ଟାବେଳେ ଆନ୍ଦୋଳନସ୍ଥଳକୁ ଆସି ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ହଟିଥିଲେ। ସେହିଭଳି ତରବୋଡ ନିକଟରେ ହୋଇଥିବା ଆନ୍ଦୋଳନସ୍ଥଳକୁ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନାଏକ ପହଞ୍ଚତ୍ ଧାନଉଠିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ଓହରିଥିଲା । ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଅର୍ଜୁନ ଜଗତ, ସୁଶୀଳ ସୋନୀ, ବ୍ୟାସନାରାୟଣ ଅହୀର ପ୍ରମୁଖ ନେତୃତ୍ୱ ନେଇଥିଲେ । ଆଗାମୀ ଦିନରେ ଜିଲାର ସମସ୍ତ ଚାଷୀଙ୍କ ଧାନ ନ ଉଠିଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ପ୍ରସନ୍ନ ପାଢୀ ଚେତାବନୀ ଦେଇଛନ୍ତି । ଏହା ଉପରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ନାଏକଙ୍କୁ ପଚାରିବାରେ ଆଗକୁ ଆଉ ସମସ୍ୟା ହେବନାହିଁ । ଏହା ଉପରେ ସେ ଜିଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri