ଆରମ୍ଭ ହେଲା ରଜ ଉତ୍ସବ

ଆନନ୍ଦପୁର,୧୩ା୬(ସ୍ବ.ପ୍ର): ଘଷିପୁରା ଆଦର୍ଶ ସେବାସଂଘ ଆନୁକୂଲ୍ୟରେ ଆୟୋଜିତ  ରଜ ଉତ୍ସବ ଗ୍ୟାରେଜ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଘଷିପୁରାର ବରିଷ୍ଠ ନାଗରିକ କାମପାଳ ମହାରଣା, ମାଗୁଣି ଚରଣ ବେହେରା, ନନ୍ଦକିଶୋର ସାହୁ, ଖବରଦାତା ଶତ୍ରୁଘ୍ନ ସାହୁ, ମଦନ ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବୀଣାପାଣି କଳାନିକେତନର ନୃତ୍ୟଗୁରୁ ଜିତୁ ଦାଶଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ ଆୟୋଜିତ ତୃତୀୟ ବାର୍ଷିକ ବାଣିଜ୍ୟମେଳା ମଧ୍ୟ ଉଦ୍‌ଘାଟିତ ହୋଇଛି। ମେଳାରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଛି। କାର୍ଯ୍ୟକ୍ରମକୁ ରାଜକିଶୋର ସାହୁ, ଧବଳେଶ୍ୱର ସାହୁ, ପ୍ରଳୟ ସାହୁ, ଲକ୍ଷ୍ମୀଧର ସାହୁ, ସତ୍ୟବ୍ରତ ସାହୁ, ମନୋଜ ସାହୁ, ଶିବାନନ୍ଦ ସାହୁ, ସୌମ୍ୟରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଜିଲା ଟପ୍ପର ହେଲେ ଛାତ୍ରୀ ପ୍ରତୀକ୍ଷାରାଣୀ: ଭବିଷ୍ୟତରେ ଏହି କାମ କରିବାକୁ ଲକ୍ଷ୍ୟ

ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍‌ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର…

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫(ଅନାଥ ତରାଇ/ଦିଲ୍ଲୀପ ସାମଲ)ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri