ରକ୍ତ ଅଭାବ ଦୂର ପାଇଁ ଆଗକୁ ଆସିଲେଣି ବିଭିନ୍ନ ସଂଗଠନ

ବ୍ରହ୍ମପୁର ଅଫିସ୍‌,୨୭ା୪-  ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ରକ୍ତ ସଂଗ୍ରହ ବହୁ ପରିମାଣରେ କମିଯାଇଛି। ଆବଶ୍ୟକ ଅନୁଯାୟୀ ରକ୍ତ ସଂଗ୍ରହ ହୋଇପାରୁନି। ଫଳରେ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ରକ୍ତ ମିଳିପାରୁନି। ଏହି ଅଭାବ ଦୂର କରିବା ପାଇଁ ଏବେ ବିଭିନ୍ନ ସଂଗଠନ ଆଗକୁ ଆସୁଛନ୍ତି। ଶୁକ୍ରବାର ଅଶୋକନଗର ଯୁବକ ସଂଘ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଶିବିରରେ ମୋଟ ୨୩୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଛାତ୍ର, ସାମାଜିକ କର୍ମୀ, ଅଞ୍ଚଳବାସୀ ଏବଂ ସଂଘ କର୍ମକର୍ତ୍ତାମାନେ ରକ୍ତଦାନ କରିଛନ୍ତି।  କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ୁଛି। ଖରାଦିନେ ରକ୍ତଦାନ କଲେ ଦୁର୍ବଳ ଲାଗିବ ବୋଲି ଏକ ଭୁଲ ଧାରଣା ରହିଥିବା ବେଳେ ଯୁବକ ସଂଘର ଶିବିର ଆୟୋଜନକୁ   ସବୁ ମହଳଷର ପ୍ରଶଂସା ମିଳୁଛି। ଅନ୍ୟାନ୍ୟ ସାମାଜିକ ସଂଗଠନ ମଧ୍ୟ ଏଭଳି ଜଟିଳ ସ୍ଥିତିରେ ରକ୍ତଦାନ ଶିବିର ଆୟୋଜନ କରନ୍ତୁ ବୋଲି ସଂଘ ତରଫରୁ ଆହ୍ବାନ ଦିଆଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିବିର ଚାଲିଥିଲା। ପୂର୍ବତନ କର୍ପୋରେଟର୍‌ ସୁରେନ୍ଦ୍ର କୁମାର ମହାରଣା ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଂଘର ସଭାପତି ଏ.ସନ୍ତୋଷ ପାତ୍ର, ଉପସଭାପତି କାଳୁ ମହାରଣା, ସାଧାରଣ ସଂପାଦକ ଜି.ନରେଶ ପାତ୍ର, ବ୍ରହ୍ମପୁର ପାଇକାରୀ ଭଣ୍ଡାର ସଭାପତି ସୁଧିର କୁମାର ରାଉତ, ଏ.ଶିବରାମ ପାତ୍ର, ଶିବରାମ ପାଢ଼ୀ, ପ୍ରଭୁ କଲ୍ୟାଣ ପଣ୍ଡା, ଦଣ୍ଡ ପାଳ, କିରଣ ସାହୁ, ଜିତୁ ପଣ୍ଡା, ବିକ୍ରମ ଜେନା, ବିକାଶ ନାୟକ, ରୋହନ୍‌, କେଦାର ସାହୁ, ରିତିକ, ଶାଶ୍ୱତ ଗୌଡ଼, ବାପୁନି ଦଳବେହେରା ଏବଂ ପିଣ୍ଟୁ ଦୋରା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ରକ୍ତ ଭଣ୍ଡାରର ଡା. ସୁଶ୍ମିତା ବେହେରା, ଜେ.କେ ପଣ୍ଡା, ପି.କେ ବେହେରା, ଏସ୍‌.କେ  ପାଣିଗ୍ରାହୀ, ସିଏସ୍‌ ଗୌଡ଼, ଡି.କେ ରେଡ୍ଡୀ, ଆର୍‌ଏଚ୍‌ ପଣ୍ଡା, ବି.କେ ବ୍ରହ୍ମା, ଲକ୍ଷ୍ମଣ ବେହେରା ଏବଂ ଡି.ବି. କାର୍କେ ରକ୍ତ ସଂଗ୍ରହ କରିଥିଲେ।  ସଭାପତି ଏ. ସନ୍ତୋଷ ପାତ୍ର  କହିଛନ୍ତି, ଖରାଦିନେ ଲୋକେ ରକ୍ତ ଦେବାକୁ ଭୟ କରୁଛନ୍ତି। ତେଣୁ ରକ୍ତ ଭଣ୍ଡାରରେ ଷ୍ଟକ୍‌ ରହୁନି। ରୋଗୀଙ୍କ ଚିକିତ୍ସାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ବିଭିନ୍ନ ଗ୍ରାମରୁ ବଡ଼ ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଅଧିକ ହଇରାଣ ହେଉଛନ୍ତି।

ଏହି ସମସ୍ୟା ଦୂର ପାଇଁ ସଂଘ ପକ୍ଷରୁ ଶିବିର ଆୟୋଜନ କରାଯାଇଛି।  ସୂଚନାଯୋଗ୍ୟ, ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶ ପରେ ବିଭିନ୍ନ ସଂଗଠନ ତରଫରୁ ଶିବିର ଆୟୋଜନ କରାଯାଉଛି। ଗତ ୨୨ତାରିଖ ପରଠୁ ପୋଚଲିମା ନିରାଙ୍କାରୀ ମିଶନ ପକ୍ଷରୁ ୭୨ୟୁନିଟ୍‌, ସାବୁଳିଆ ସତ୍ୟସାଇ ସେବା ସମିତି ତରଫରୁ ୫୪ ୟୁନିଟ୍‌ ଏବଂ ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ୨୧ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଗତ ବର୍ଷ ଖରାଦିନେ ଏଭଳି ରକ୍ତ ଅଭାବ ପରିସ୍ଥିତି  ସୃଷ୍ଟି ହୋଇଥିଲା। ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଏକ ଶିବିର ଆୟୋଜନ କରାଯାଇ ୧୪୪ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri