Posted inଭଦ୍ରକ

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୫ ଜଣଙ୍କ ନଁ। ରେ ମାମଲା, ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଗୁରୁବାର ରାତିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ଲୁହାରଡ୍‌ରେ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୃତ ବିଜୟଙ୍କ ସାନଭାଇ ଯୁଧିଷ୍ଠିରଙ୍କ ଏତଲା କ୍ରମେ ପୋଲିସ ମାମଲା(ନଂ. ୫୧୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗଁ।ରେ ଶୋକାକୁଳ ପରିବେଶ ମଧ୍ୟରେ ବିଜୟଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା।
ବିଜୟ ନିଜ ଗୃହ ନିର୍ମାଣ ପାଇଁ ଦୁଇଦିନ ପୂର୍ବେ ବାଲି ଆଣି ରାସ୍ତା ଉପରେ ରଖିଥିଲେ। ଗ୍ରାମର ଗୁରୁ ମହାରଣା ଓ ତାଙ୍କ ସହଯୋଗୀ ଏହାକୁ ବିରୋଧ କରୁଥିଲେ। ଗୁରୁବାର ରାତିରେ ବିଜୟଙ୍କ ସହ ଗୁରୁ ଓ ତାଙ୍କ ପରିବାର ଲୋକଙ୍କର ହାତାହାତି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଗୁରୁଙ୍କ ସହଯୋଗୀମାନେ ଲୁହାରଡ୍‌ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବିଜୟଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀ ଗୁରୁ ଓ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଗଁା ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି। ଅଭିଯୁକ୍ତମାନେ ଫେରାର ଥିବା ଥାନାଧିକାରୀ ପ୍ରଭାଂସୁ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?