Posted inଫୁରସତ

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ଆମର ଜାତୀୟ ପକ୍ଷୀ। ପୁଚ୍ଛ ପାଇଁ ଏହା ଖୁବ୍‌ ସୁନ୍ଦର ଦେଖାଯାଏ। ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ। ଆମେ ଏତିକି ଜାଣିଛେ ମାତ୍ର ମୟୂର କ’ଣ ଖାଏ? ଏହା ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ପୁଚ୍ଛ : ଗୋଟିଏ ମୟୂର ପୁଚ୍ଛରେ ୧୫୦ଟି ଚନ୍ଦ୍ରିକା ଥାଏ। ଏହାର ରଙ୍ଗ ହଳଦୀ, ନୀଳ, ବାଇଗଣୀ ଏବଂ ଧୂସର ହୋଇଥାଏ। ମୟୁର ପୁଚ୍ଛର ଲମ୍ବ ୬ ଫୁଟ ହୋଇଥାଏ। ଏହା ତା’ ଶରୀର ଲମ୍ବର ପ୍ରାୟ ଶତକଡ଼ା ୬୦ ଭାଗ। ଭଗବାନ ଶ୍ରୀକୃଷ୍ଣ, କାର୍ତ୍ତିକଙ୍କ ମୁଣ୍ଡରେ ମୟୂର ଚନ୍ଦ୍ରିକା ଶୋଭା ପାଇଥାଏ। ହିନ୍ଦୁଧର୍ମ ଅନୁସାରେ ଘରେ ମୟୂର ପୁଚ୍ଛ ରଖିଲେ ନକରାତ୍ମକ ଶକ୍ତି ଦୂରେଇ ଯାଏ। ପ୍ରାଚୀନ କାଳରେ ମୟୂର ପୁଚ୍ଛ କାଠିକୁ କାଳିରେ ବୁଡ଼ାଇ ଲେଖାଯାଉଥିଲା।

ମୟୂରର ସ୍ବର : ୧୧ ପ୍ରକାର ସ୍ବର କରିଥାଏ ମୟୂର।  ମୟୂର ପ୍ରତିଘଣ୍ଟାରେ ୧୬ କିମି ଖୁବ୍‌ ଜୋର୍‌ରେ ଦୌଡ଼ିଥାଏ।

ଆୟୁଷ : ଏହା ୨୦ ବର୍ଷ ବଞ୍ଚିଥାଏ।

ମୟୂର କ’ଣ ଖାଇଥାଏ : ମୟୂର ସର୍ବାହାରି। ଘାସ, ପତ୍ର, ମକା, ଗହମ, ଝିଟିପିଟି, ମୂଷା, ସାପ ଇତ୍ୟାଦିକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ। ଏଥିପାଇଁ ମୟୂରକୁ କୃଷକର ଭଲ ବନ୍ଧୁ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri