ମୟୂରଭଞ୍ଜ ଛଉନୃତ୍ୟ ଦଳର ବିଦେଶ ଯାତ୍ରା

ବାରିପଦା ଅଫିସ, ୩୦।୧୧- ମୟୂରଭଞ୍ଜ ଛଉନୃତ୍ୟର ପ୍ରଚାର ପ୍ରସାର ଲାଗି ଜିଲା ପ୍ରଶାସନ ପକ୍ଷରୁ ୨୦୧୬ରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀର ଏକ ନୃତ୍ୟଦଳ ଓ୍ବେଷ୍ଟଇଣ୍ଡିଜ ଏବଂ ସାଉଥ୍‌ ଆମେରିକା ଯାତ୍ରା କରିଛନ୍ତି। ୮ ଜଣ ବିଶିଷ୍ଟ ଏହି ଦଳରେ ଗୁରୁ ପାଗୁଲୁ ଜେନା, ତ୍ରିଲୋଚନ ମହାନ୍ତଙ୍କ ସମେତ ବିରଞ୍ଚି ମହାନ୍ତି, ସଚିନା ଧଡା, ଟାରଜନ୍‌ ଘଡେଇ, ପ୍ରବୀନ ଦାସ, ଲାଲଟୁ ମହାନ୍ତ ଓ ନବକିଶୋର ଘଡେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ଅବସରରେ ଜିଲାପାଳ ବିନୀତ ଭରଦ୍ୱାଜ ନୃତ୍ୟଶିଳ୍ପୀମାନଙ୍କୁ ଶୁଭକାମନା ଜଣାଇବା ସହିତ ମୟୂରଭଞ୍ଜ ଓ ଦେଶ ପାଇଁ ସୁନାମ ଆଣି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଛଉ ନୃତ୍ୟଶିଳ୍ପୀମାନେ ଯାତ୍ରା ପୂର୍ବରୁ ଜିଲାପାଳ ଭରଦ୍ୱାଜଙ୍କ ସମେତ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ ଫର୍‌ କଲଚ୍ୟୁରାଲ ରେଲେଶନ୍ସ ପକ୍ଷରୁ ଏହି ଦଳ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜର ତ୍ରିନିଦାଦ୍‌ ଆଣ୍ଡ ଟବାଗୋକୁ ଯାତ୍ରାରମ୍ଭ କରିଛନ୍ତି। ସେମାନେ ତ୍ରିନିଦାଦ୍‌୍‌ ଆଣ୍ଡ ଟବାଗୋରେ ପହଞ୍ଚିବା ପରେ ଓ୍ବେଷ୍ଟଇଣ୍ଡିଜର ରାଜଧାନୀ ପୋର୍ଟ ଅଫ୍‌ ସ୍ପେନ୍‌ରେ ଭାରତୀୟ ଦୂତାବାସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ ଉତ୍ସବରେ ଛଉନୃତ୍ୟ ପରିବେଷଣ କରିବେ। ସେମାନେ ସେଠାରେ ଆସନ୍ତା ୯ ତାରିଖ ଯାଏ ରହିବା ସହ ବିଭିନ୍ନ ସ୍ଥାନରେ ଛଉନୃତ୍ୟ ପ୍ରଦର୍ଶନ କରିବେ। ଏହାସାଙ୍ଗକୁ ୩ଟି ସ୍ଥାନରେ ମୟୂରଭଞ୍ଜ ଛଉନୃତ୍ୟକୁ ନେଇ କର୍ମଶାଳା ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ଉକ୍ତ ଦଳ ସାଉଥ୍‌ ଆମେରିକାର ଗୁଏନାକୁ ଯାଇ ସେଠାକାର ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ତିନୋଟି ଉତ୍ସବରେ ଛଉନୃତ୍ୟ ପ୍ରଦର୍ଶନ କରିବେ। ଉକ୍ତ ଦେଶରେ ମଧ୍ୟ ଦୁଇଟି କର୍ମଶାଳାର ଆୟୋଜନ କରାଯାଇଛି। ସମସ୍ତ କାର୍ଯ୍ୟକ୍ରମ ସାରି ୧୧ ତାରିଖରେ ଦଳ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବ। ଉଲ୍ଲେଖନୀୟ ଯେ, ମୟୂରଭଞ୍ଜ ଛଉନୃତ୍ୟର ପୂର୍ବ ଗୌରବର ପୁନଃ ପ୍ରତିଷ୍ଠା ସହିତ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୧୬ରେ ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ସ୍ଥାପନା କରିଥିଲେ ପ୍ରୋଜେକ୍ଟ ଛାଉଣୀ। ପ୍ରସିଦ୍ଧ ଛଉ ନୃତ୍ୟାଙ୍ଗନା ତଥା ଗବେଷିକା ଶୁଭଶ୍ରୀ ମୁଖାର୍ଜୀ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri