Posted inଜାତୀୟ

ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ: ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରକୁ ଏକ ବର୍ଷ ପୂରଣ ବେହାକୁ ଯାଉଛି। ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ କାର୍ଯ୍ୟକ୍ରମରେ ଯେମିତି କିଛି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଦଳ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏକ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଥିବା ବେଳେ ଦଳ ଏଥର ୭୫୦ ଭର୍ଚୁଆଲ ରାଲିର ଆୟୋଜନ କରିବା ସହ ୧ ହଜାର ଖବରଦାତା ସମ୍ମିଳନୀ କରିବ ବୋଲି ଯୋଜନା କରିଛି। ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲିଖିତ ଏକ ପତ୍ର, ଯେଉଁଥିରେ ଉଲ୍ଲେଖ ରହିଛି ଆତ୍ମନିର୍ଭର ଭାରତର ସଂକଳ୍ପ, ବିଶ୍ୱ କଲ୍ୟାଣ ପାଇଁ ଭାରତର ଭୂମିକା ଓ କୋଭିଡ-୧୯ ସଂକ୍ରମଣ ରୋକିବାକୁ ସଂକଳ୍ପବଦ୍ଧ ହେବା ସାବଧାନ ଓ ସୁସ୍ଥ ରହିବାକୁ ସଂକଳ୍ପ କରିବା ଆଦିକୁ ନେଇ ଦଳ ୧୦କୋଟି ଘରେ ପହଞ୍ଚିବାକୁ ଯୋଜନା କରିଛି। ଏହାସହ ଦଳ ୭୫୦ ଭର୍ଚୁଆଲ ରାଲିର ଯୋଜନା କରିଛି। ଏହି ସମୟରେ ଦଳୀୟ କର୍ମୀ ନିଜ ନିଜ ଅଞ୍ଚଳର ଭୋଟରଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବେ ବୋଲି ନଡ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

TMC ଛାଡ଼ିଲେ ଏମ୍‌ପି କାକୋଲି ଘୋଷ, ମମତାଙ୍କର ଥିଲେ ଅତି ଘନିଷ୍ଠ

କୋଲକାତା,୨୭ା୫: TMCକୁ ବଡ଼ ଝଟ୍‌କା। ଦଳ ଛାଡ଼ଛନ୍ତି ଏମ୍‌ପି କାକୋଲି ଘୋଷ। ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିଲେ। ବାରାଶତ୍ରୁରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri