ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଘେରାଉ କଲା ଭଞ୍ଜସେନା

ବାରିପଦା ଅଫିସ,୨୨।୮- ମୟୂରଭଞ୍ଜ ଜିଲାବାସୀଙ୍କ ବହୁ ଦିନର ଦାବି ଓ ଆନ୍ଦୋଳନ ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି ମେଡିକାଲ କଲେଜ ଏବେ ବହୁ ଅବ୍ୟବସ୍ଥା ଦେଇ ଗତି କରୁଛି। ଜିଲା ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସମେତ ପଡୋଶୀ ଜିଲାର ରୋଗୀମାନେ ଏଠାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେଡିକାଲ କଲେଜର ବିଭିନ୍ନ ଅସୁବିଧାକୁ ଆଖି ଆଗରେ ରଖି ଜିଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମେଡିକାଲ କଲେଜର ଅଧୀକ୍ଷକ ଡା.ବି.ଏନ ମହାପାତ୍ରଙ୍କୁ ଘେରାଉ କରିବା ସହିତ ୬ ଦଫା ଦାବି ଉପସ୍ଥାପନା କରି ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏଠାରେ ଥିବା ନିରାମୟ କେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ ଥିଲେ ମଧ୍ୟ ରୋଗୀମାନେ ଔଷଧ ପାଇ ପାରୁନାହାନ୍ତି। ନିରାମୟ କର୍ମଚାରୀ ସବୁବେଳେ ନୋ ଷ୍ଟକ୍‌ ବୋଲି ଲେଖି ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଏଥିପ୍ରତି କର୍ତ୍ତୃୃପକ୍ଷ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି। ସେହିପରି ନିରାମୟ କେନ୍ଦ୍ରରେ ଦୁଇଟି କାଉଣ୍ଟର ଥିବାରୁ ଲୋକେ ସମୟ ନଷ୍ଟ କରି ଧାଡିରେ ଛିଡ଼ା ହେଉଛନ୍ତି। ଏଠାରେ ଅଧିକ ଦୁଇଟି କାଉଣ୍ଟର ଖୋଲିବାକୁ ସେନା ପକ୍ଷରୁ ଦାବି କରାଯାଇଛି। ରାତ୍ର ସମୟରେ ମେଡିକାଲରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ରୋଗୀସେବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ବହୁ ସମୟରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଉଛି। ଏହାର ସମାଧାନ ପାଇଁ ମେଡିକାଲ କର୍ତ୍ତୃପକ୍ଷ ରାତିରେ ଅଚାନକ ପରିଦର୍ଶନ କରି ବାସ୍ତବ ଘଟଣାକୁ ଉପଲବ୍ଧ କରିବା ପାଇଁ ସେନା ଦାବି କରିଛି। ଡାକ୍ତରମାନେ ପ୍ରତିଦିନ ମେଡିକାଲରେ ରହୁ ନ ଥିବା ଅଭିଯୋଗ ହେବା ପରେ ସେମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରାଯାଇଛି। ମାତ୍ର ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ସେଥିପ୍ରତି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ମେଡିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ଆଶ୍ରୟସ୍ଥଳ ନ ଥିବାରୁ ସେମାନେ ବାହାରେ ଖରାବର୍ଷା ଶୀତରେ ଶୋଉଛନ୍ତି। ଏଣୁ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ସେନା ଦାବି କରିଛି। ଏହି ପ୍ରତିନିଧି ଦଳରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପସଭାପତି ପ୍ରଶାନ୍ତ ମହାକୁଡ, ଉପସଭାପତି ବିଜୁ ସିଂ, ସାଧାରଣ ସମ୍ପାଦକ ମାନସ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ବେହେରା, ସମ୍ପାଦକ ମୀରବାବର ଅଲି, ରାକେଶ ମହାନ୍ତି, ଦୀପକ ସୋ, ସହର ଉପସଭାପତି ସେଖ ରାଜା ଖାନ, ଛାତ୍ର ନେତା ରବୀନ୍ଦ୍ର ସାହୁ ଓ ଏମଡି ନାଜିର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri