ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଘେରାଉ କଲା ଭଞ୍ଜସେନା

ବାରିପଦା ଅଫିସ,୨୨।୮- ମୟୂରଭଞ୍ଜ ଜିଲାବାସୀଙ୍କ ବହୁ ଦିନର ଦାବି ଓ ଆନ୍ଦୋଳନ ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି ମେଡିକାଲ କଲେଜ ଏବେ ବହୁ ଅବ୍ୟବସ୍ଥା ଦେଇ ଗତି କରୁଛି। ଜିଲା ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସମେତ ପଡୋଶୀ ଜିଲାର ରୋଗୀମାନେ ଏଠାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେଡିକାଲ କଲେଜର ବିଭିନ୍ନ ଅସୁବିଧାକୁ ଆଖି ଆଗରେ ରଖି ଜିଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମେଡିକାଲ କଲେଜର ଅଧୀକ୍ଷକ ଡା.ବି.ଏନ ମହାପାତ୍ରଙ୍କୁ ଘେରାଉ କରିବା ସହିତ ୬ ଦଫା ଦାବି ଉପସ୍ଥାପନା କରି ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏଠାରେ ଥିବା ନିରାମୟ କେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ ଥିଲେ ମଧ୍ୟ ରୋଗୀମାନେ ଔଷଧ ପାଇ ପାରୁନାହାନ୍ତି। ନିରାମୟ କର୍ମଚାରୀ ସବୁବେଳେ ନୋ ଷ୍ଟକ୍‌ ବୋଲି ଲେଖି ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଏଥିପ୍ରତି କର୍ତ୍ତୃୃପକ୍ଷ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି। ସେହିପରି ନିରାମୟ କେନ୍ଦ୍ରରେ ଦୁଇଟି କାଉଣ୍ଟର ଥିବାରୁ ଲୋକେ ସମୟ ନଷ୍ଟ କରି ଧାଡିରେ ଛିଡ଼ା ହେଉଛନ୍ତି। ଏଠାରେ ଅଧିକ ଦୁଇଟି କାଉଣ୍ଟର ଖୋଲିବାକୁ ସେନା ପକ୍ଷରୁ ଦାବି କରାଯାଇଛି। ରାତ୍ର ସମୟରେ ମେଡିକାଲରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ରୋଗୀସେବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ବହୁ ସମୟରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଉଛି। ଏହାର ସମାଧାନ ପାଇଁ ମେଡିକାଲ କର୍ତ୍ତୃପକ୍ଷ ରାତିରେ ଅଚାନକ ପରିଦର୍ଶନ କରି ବାସ୍ତବ ଘଟଣାକୁ ଉପଲବ୍ଧ କରିବା ପାଇଁ ସେନା ଦାବି କରିଛି। ଡାକ୍ତରମାନେ ପ୍ରତିଦିନ ମେଡିକାଲରେ ରହୁ ନ ଥିବା ଅଭିଯୋଗ ହେବା ପରେ ସେମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରାଯାଇଛି। ମାତ୍ର ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ସେଥିପ୍ରତି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ମେଡିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ଆଶ୍ରୟସ୍ଥଳ ନ ଥିବାରୁ ସେମାନେ ବାହାରେ ଖରାବର୍ଷା ଶୀତରେ ଶୋଉଛନ୍ତି। ଏଣୁ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ସେନା ଦାବି କରିଛି। ଏହି ପ୍ରତିନିଧି ଦଳରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପସଭାପତି ପ୍ରଶାନ୍ତ ମହାକୁଡ, ଉପସଭାପତି ବିଜୁ ସିଂ, ସାଧାରଣ ସମ୍ପାଦକ ମାନସ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ବେହେରା, ସମ୍ପାଦକ ମୀରବାବର ଅଲି, ରାକେଶ ମହାନ୍ତି, ଦୀପକ ସୋ, ସହର ଉପସଭାପତି ସେଖ ରାଜା ଖାନ, ଛାତ୍ର ନେତା ରବୀନ୍ଦ୍ର ସାହୁ ଓ ଏମଡି ନାଜିର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri