ମୁମ୍ବାଇରୁ ୩ ଟ୍ରକ୍‌ରେ ଗଜପତି ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.): ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଗଜପତି ଜିଲାର ଗୁମ୍ମା ଓ ରାୟଗଡ଼ା ଜିଲାର ଶ୍ରମିକ ଅଛନ୍ତି। ଗୁମ୍ମା ବ୍ଲକର ବାବୁଲୁ ଲୁଆର, ଜୁରାସ ଗମା, ଲିଭିଙ୍ଗ୍‌ଷ୍ଟନ୍‌ ଭୂୟାଁ, ଇସ୍ରାଏଲ ଭୂୟାଁ,ମିଶାଇଲ ଭୂୟାଁ ପ୍ରମୁଖ କହିଛନ୍ତି ଯେ, ଆମେ ନଭି ମୁମ୍ବାଇରେ କାର୍ଯ୍ୟ କରୁଥିଲୁ। ପ୍ରତ୍ୟହ ୫ରୁ ୬ଶହ ଟଙ୍କା ରୋଜଗାର କରୁଥିଲୁ। ତେବେ ଲକ୍‌ଡାଉନ୍‌ ଯୋଗୁ ସବୁ କାମ ବନ୍ଦ ହୋଇଗଲା। ସଞ୍ଚିତ ଯାହା ଅର୍ଥ ଥିଲା ସେଥିରେ ପ୍ରାୟ ଦେଢମାସ ଚଳିଲୁ। ଏବେ ଅର୍ଥାଭାବ ଯୋଗୁ ମୁମ୍ବାଇରେ ଚଳିବା କଷ୍ଟକର ହେଉଛି। କୌଣସି ଉପାୟ ନ ପାଇ ଆମେ ୩ଟି ଟ୍ରକ୍‌ରେ ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗଜପତି ଫେରୁଛୁ। ରାୟଗଡା ଜିଲାର ଅଳ୍ପ କେତେଜଣ ଶ୍ରମିକ ଆମ ସହ ଫେରୁଛନ୍ତି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri