ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ: କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟର ସମୀକ୍ଷା

ଅନୁଗୋଳ ଅଫିସ, ୧୧।୧୨-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଓ ଉପଦେଷ୍ଟା ପି.କେ. ପ୍ରଧାନ ଦୁଇ ଦିନିଆ ଅନୁଗୋଳ ଗସ୍ତ ଶେଷ କରି ମଙ୍ଗଳବାର ଫେରିଯାଇଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସହ ସରକାରୀ ଯୋଜନାଗୁଡ଼ିକର କିପରି ରୂପାୟନ ହେଉଛି ତାହାର ସମୀକ୍ଷା କରିଥିଲେ। ସେହିପରି ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଅଧିକାରୀମାନେ ମେଡିକାଲର ବହିର୍ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଏହି ସମୟରେ ମେଡିକାଲରେ ଚିକିତ୍ସିତ କେତେଜଣ ରୋଗୀଙ୍କ ସହ ଆଲୋଚନା କରିଥିଲେ। ପରିଦର୍ଶନ ବେଳେ ଡାଇଲିସିସ୍‌ ୱାର୍ଡରେ ଅବ୍ୟବସ୍ଥା ଦେଖି କମିଟି ସଦସ୍ୟମାନେ ଖପ୍ପା ହୋଇଥିଲେ। ସେହିପରି ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀଙ୍କୁ ଏଠାରେ ଅସ୍ତ୍ରୋପଚାର କରାଯାଉ ନ ଥିବା ଜାଣି କମିଟି ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ।
ଅଧିକାରୀମାନେ ସୋମବାର ସନ୍ଧ୍ୟା ସାଢ଼େ ସାତଟାରେ ପହଞ୍ଚତ୍ବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ରରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରିଥିଲେ। ଜିଲାରେ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା କିପରି ଭାବେ ନିୟନ୍ତ୍ରଣ କରାଯାଉଛି, ଲୋକଙ୍କୁ କିପରି ସଚେତନ କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଚକ୍ଷୁ ବିଭାଗ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଓ ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ଥିଲେ ମଧ୍ୟ କାହିଁକି ଅସ୍ତ୍ରୋପଚାର କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ ଲୋକଙ୍କୁ ଏଣେ ତେଣେ ନ ପଠାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରିବାକୁ ସ୍ବତନ୍ତ୍ର ସଚିବ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବହିର୍ବିଭାଗ (କାଜୁଆଲଟି)ରୁ ୩ ଜଣିଆ ଟିମ୍‌ ପରିଦର୍ଶନରେ ବାହାରିଥିଲେ। ପରେ ପୁରୁଷ ୱାର୍ଡ ସହ ୩ ମହଲା ପରିଦର୍ଶନ କରିଥିଲେ। ମେଡିକାଲରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି, ବେଡସିଟ୍‌ ଦୈନିକ ବଦଳାଯାଉଛି କି ନାହିଁ ସେ ନେଇ ପଚାରି ବୁଝିଥିଲେ। ନୂଆକରି ଖୋଲିଥିବା ଜେରିଆଟିକ୍‌ ୱାର୍ଡ, ଡାଇଲିସିସ୍‌ ୱାର୍ଡ, ଏସ୍‌ଏନ୍‌ସିୟୁ, ରକ୍ତ ସିକୁଳି(ସକିଲିନ୍‌) ବିଭାଗ ମଧ୍ୟ ବୁଲିଥିଲେ। ଡିଏମ୍‌ଏଫ୍‌ ପାଣ୍ଠିରୁ ମେଡିକାଲକୁ ଶହେଟି ଛୋଟ ବେଡ୍‌ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ଉକ୍ତ ଟିମ୍‌ ସହ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ଏଡିଏମ୍‌ଓ ଜନସ୍ବାସ୍ଥ୍ୟ ବିଭାଗ ରାକେଶ କୁମାର ସାହୁ, ଏଡିଏମ୍‌ଓ ପରିବାର କଲ୍ୟାଣ ତ୍ରିଲୋଚନ ସାହୁଙ୍କ ସହ ଅନ୍ୟ ଡାକ୍ତର, ଷ୍ଟାଫନର୍ସ ଓ ମେଡିକାଲ ପରିଚାଳକ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri