ମିଶର, ଗ୍ରୀସ୍‌ ସହ ରହିଛି ପୁରୀର ସାମଞ୍ଜସ୍ୟ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ପ୍ରାଚୀନ ଇଜିପ୍ଟ, ବେବିଲୋନ୍‌ ଓ ମିଶର ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅନେକ ସାମଞ୍ଜସ୍ୟ ରହିଛି। ପଣ୍ଡିତ ନୀଳକଣ୍ଠ ଦାସ ଏକଦା କହିଥିଲେ ଶ୍ରୀଜଗନ୍ନାଥ ଦର୍ଶନତତ୍ତ୍ବ ଖ୍ରୀ.ପୂ ୪୦୦୦ ବର୍ଷ ପୂର୍ବର ବେବିଲୋନ୍‌ ସଭ୍ୟତାରେ ଦେଖାଯାଏ। ପ୍ରାଚୀନ ମିଶର ଓ ପ୍ରାଚୀନ ଗ୍ରୀସ୍‌ର ଅବଲୁପ୍ତ ଧର୍ମପୀଠ ସହ ପୁରୀର ବହୁ ସାଦୃଶ୍ୟ ରହିଛି। ପୁରୁଷୋତ୍ତମ କ୍ଷେତ୍ର ପୁରୀ ମଧ୍ୟ ବହୁ ପ୍ରାଚୀନ। ଖ୍ରୀ.ପୂ ୨୪୦୦ ବର୍ଷ ପୂର୍ବେ ମିଶରର ପ୍ରତ୍ନତାତ୍ତ୍ବିକ ସର୍ଭେ ଦ୍ୱାରା ଏକ ସୂର୍ଯ୍ୟ ଯନ୍ତ୍ର ଆବିଷ୍କୃତ ହୋଇଥିଲା। ଏଭଳି ସୂର୍ଯ୍ୟଯନ୍ତ୍ର ପୂଜା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ। ପ୍ରାଚୀନ ଇଜିପ୍ଟ ସଭ୍ୟତାର ସଂସ୍କୃତି ସହ ପୁରୀ ଶ୍ରୀମନ୍ଦିରର ସାମଞ୍ଜସ୍ୟ ରହିଥିବା ଏଥିରୁ ଅନୁମାନ କରାଯାଏ। ସିନ୍ଧୁ ଉପତ୍ୟକା ସଭ୍ୟତା, ମିଶର ସଭ୍ୟତା ଓ ଇଜିପ୍ଟ ସଭ୍ୟତା ପରି ବହୁ ଅବଲୁପ୍ତ ସଭ୍ୟତାର ପୁରୀ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ଧର୍ମ-ସଂସ୍କୃତି ସହ ମେଳ ରହିଛି ବୋଲି ବିଶିଷ୍ଟ ଜଗନ୍ନାଥ ଗବେଷକ ତଥା ଶ୍ରୀମନ୍ଦିରର ପୂର୍ବତନ ନୀତି ପ୍ରଶାସକ ମହୀମୋହନ ତ୍ରିପାଠୀ କହିଛନ୍ତି।
ରାଜ୍ୟ ଅଭିଲେଖାଗାରଠାରେ ଶୁକ୍ରବାର ଆୟୋଜିତ ମାସିକ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ତ୍ରିପାଠୀ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରାଚୀନତା ସମ୍ପର୍କରେ ଜାଣିବାକୁ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା କହିଥିଲେ। ସେ ଆହୁରି କହିଥିଲେ, ଜଗନ୍ନାଥ ସର୍ବଧର୍ମ ସମନ୍ବୟର ପ୍ରତୀକ। ଯେତେ ଦାର୍ଶନିକ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଗବେଷଣା କରିଛନ୍ତି ସେସବୁର ବିଲୟ ଘଟି ଗୋଟିଏ ଧର୍ମର ଉତ୍ପତ୍ତି ହୋଇଛି, ତାହା ହେଉଛି ଜଗନ୍ନାଥ ଧର୍ମ। ଏହା ଏକ ସମ୍ମିଶ୍ରିତ ଧର୍ମର ପ୍ରତୀକ। ଉତ୍କଳର ଧର୍ମ ଜଗନ୍ନାଥ ଧର୍ମ, ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଇତିହାସ ଜଗନ୍ନାଥଙ୍କ ଇତିହାସ ଭାବରେ ପରିଗଣିତ। ଏହା ମାନବ ପ୍ରେମର ଧର୍ମ। ଏଥିରେ ଅଯୋଗ୍ୟକୁ ଅବହେଳା କରାଯାଏ ନାହିଁ, ପାପୀକୁ ଘୃଣା କରାଯାଏ ନାହିଁ, ଜାତି-ଧର୍ମର ବାଛବିଚାର ନାହିଁ। ସମସ୍ତଙ୍କ ଆତ୍ମାରେ ଶ୍ରୀଜଗନ୍ନାଥ ବିଦ୍ୟମାନ, ଏହା ହିଁ ଜଗନ୍ନାଥ ଚେତନା। ଜଗନ୍ନାଥ ସଂସ୍କୃତିରେ ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିବାସୀ ସଂସ୍କୃତିର ମହାମିଳନ ଘଟିଛି ବୋଲି ତ୍ରିପାଠୀ କହିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧରେ ଯେତିକି ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ଗବେଷଣା ହେବା ଆବଶ୍ୟକ ତାହା ହୋଇପାରିନାହିଁ। ଯେଉଁମାନେ ଏ ଦିଗରେ ଗବେଷଣା କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ବଦଳରେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ବୋଲି ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପୌରୋହିତ୍ୟ କରିଥିବାବେଳେ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ। ଅଭିଲେଖାଗାର ଅଧୀକ୍ଷିକା ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଓ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri