ମିଶର, ଗ୍ରୀସ୍‌ ସହ ରହିଛି ପୁରୀର ସାମଞ୍ଜସ୍ୟ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ପ୍ରାଚୀନ ଇଜିପ୍ଟ, ବେବିଲୋନ୍‌ ଓ ମିଶର ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅନେକ ସାମଞ୍ଜସ୍ୟ ରହିଛି। ପଣ୍ଡିତ ନୀଳକଣ୍ଠ ଦାସ ଏକଦା କହିଥିଲେ ଶ୍ରୀଜଗନ୍ନାଥ ଦର୍ଶନତତ୍ତ୍ବ ଖ୍ରୀ.ପୂ ୪୦୦୦ ବର୍ଷ ପୂର୍ବର ବେବିଲୋନ୍‌ ସଭ୍ୟତାରେ ଦେଖାଯାଏ। ପ୍ରାଚୀନ ମିଶର ଓ ପ୍ରାଚୀନ ଗ୍ରୀସ୍‌ର ଅବଲୁପ୍ତ ଧର୍ମପୀଠ ସହ ପୁରୀର ବହୁ ସାଦୃଶ୍ୟ ରହିଛି। ପୁରୁଷୋତ୍ତମ କ୍ଷେତ୍ର ପୁରୀ ମଧ୍ୟ ବହୁ ପ୍ରାଚୀନ। ଖ୍ରୀ.ପୂ ୨୪୦୦ ବର୍ଷ ପୂର୍ବେ ମିଶରର ପ୍ରତ୍ନତାତ୍ତ୍ବିକ ସର୍ଭେ ଦ୍ୱାରା ଏକ ସୂର୍ଯ୍ୟ ଯନ୍ତ୍ର ଆବିଷ୍କୃତ ହୋଇଥିଲା। ଏଭଳି ସୂର୍ଯ୍ୟଯନ୍ତ୍ର ପୂଜା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ। ପ୍ରାଚୀନ ଇଜିପ୍ଟ ସଭ୍ୟତାର ସଂସ୍କୃତି ସହ ପୁରୀ ଶ୍ରୀମନ୍ଦିରର ସାମଞ୍ଜସ୍ୟ ରହିଥିବା ଏଥିରୁ ଅନୁମାନ କରାଯାଏ। ସିନ୍ଧୁ ଉପତ୍ୟକା ସଭ୍ୟତା, ମିଶର ସଭ୍ୟତା ଓ ଇଜିପ୍ଟ ସଭ୍ୟତା ପରି ବହୁ ଅବଲୁପ୍ତ ସଭ୍ୟତାର ପୁରୀ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ଧର୍ମ-ସଂସ୍କୃତି ସହ ମେଳ ରହିଛି ବୋଲି ବିଶିଷ୍ଟ ଜଗନ୍ନାଥ ଗବେଷକ ତଥା ଶ୍ରୀମନ୍ଦିରର ପୂର୍ବତନ ନୀତି ପ୍ରଶାସକ ମହୀମୋହନ ତ୍ରିପାଠୀ କହିଛନ୍ତି।
ରାଜ୍ୟ ଅଭିଲେଖାଗାରଠାରେ ଶୁକ୍ରବାର ଆୟୋଜିତ ମାସିକ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ତ୍ରିପାଠୀ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରାଚୀନତା ସମ୍ପର୍କରେ ଜାଣିବାକୁ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା କହିଥିଲେ। ସେ ଆହୁରି କହିଥିଲେ, ଜଗନ୍ନାଥ ସର୍ବଧର୍ମ ସମନ୍ବୟର ପ୍ରତୀକ। ଯେତେ ଦାର୍ଶନିକ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଗବେଷଣା କରିଛନ୍ତି ସେସବୁର ବିଲୟ ଘଟି ଗୋଟିଏ ଧର୍ମର ଉତ୍ପତ୍ତି ହୋଇଛି, ତାହା ହେଉଛି ଜଗନ୍ନାଥ ଧର୍ମ। ଏହା ଏକ ସମ୍ମିଶ୍ରିତ ଧର୍ମର ପ୍ରତୀକ। ଉତ୍କଳର ଧର୍ମ ଜଗନ୍ନାଥ ଧର୍ମ, ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଇତିହାସ ଜଗନ୍ନାଥଙ୍କ ଇତିହାସ ଭାବରେ ପରିଗଣିତ। ଏହା ମାନବ ପ୍ରେମର ଧର୍ମ। ଏଥିରେ ଅଯୋଗ୍ୟକୁ ଅବହେଳା କରାଯାଏ ନାହିଁ, ପାପୀକୁ ଘୃଣା କରାଯାଏ ନାହିଁ, ଜାତି-ଧର୍ମର ବାଛବିଚାର ନାହିଁ। ସମସ୍ତଙ୍କ ଆତ୍ମାରେ ଶ୍ରୀଜଗନ୍ନାଥ ବିଦ୍ୟମାନ, ଏହା ହିଁ ଜଗନ୍ନାଥ ଚେତନା। ଜଗନ୍ନାଥ ସଂସ୍କୃତିରେ ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିବାସୀ ସଂସ୍କୃତିର ମହାମିଳନ ଘଟିଛି ବୋଲି ତ୍ରିପାଠୀ କହିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧରେ ଯେତିକି ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ଗବେଷଣା ହେବା ଆବଶ୍ୟକ ତାହା ହୋଇପାରିନାହିଁ। ଯେଉଁମାନେ ଏ ଦିଗରେ ଗବେଷଣା କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ବଦଳରେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ବୋଲି ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପୌରୋହିତ୍ୟ କରିଥିବାବେଳେ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ। ଅଭିଲେଖାଗାର ଅଧୀକ୍ଷିକା ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଓ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri