Posted inଫୁରସତ

ମିଳିଲା କାର ଆକାରର କଇଁଛ ଜୀବାଶ୍ମ

ଓ୍ବାଶିଂଟନ, ୧୩।୨: ଦକ୍ଷିଣ ଆମେରିକାରେ ଏକ କଇଁଛର ଜୀବାଶ୍ମ ମିଳିଛି। ଏହାର ଆକାର ଏକ ବଡ଼ କାର ସଦୃଶ। କଲମ୍ବିଆର ତାତାକୋଆ ମରୁଭୂମିରୁ ଏହି ଜୀବାଶ୍ମ ମିଳିଛି। ଏଭଳି ପ୍ରଜାତିର କଇଁଛ କୋଟିଏ ୩୦ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରେ ବାସ କରୁଥିବା ଗବେଷକ କହିଛନ୍ତି। ଏହି ଜୀବାଶ୍ମର ଲମ୍ବ ୪.୬ ମିଟର ରହିଛି। ଜୀବିତ ସମୟରେ ଏହାର ଓଜନ ପ୍ରାୟ ୨.୫ ଟନ୍‌ ହୋଇଥିବ ବୋଲି ଗବେଷକ କହିଛନ୍ତି। ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ଏଭଳି ପ୍ରଜାତି ବାସ କରୁଥିଲେ। ତେବେ କାଳକ୍ରମେ ଜୟବାୟୁ ପରିବର୍ତ୍ତନର ପ୍ରଭାବରେ ସେମାନେ ଲୋପ ପାଇଯାଇଥିବା କୁହାଯାଉଛି। ଗବେଷକ ଏଭଳି କଇଁଛ ପ୍ରଜାତିକୁ ଷ୍ଟୁପେଣ୍ଡେମି ଭାବେ ନାମିତ କରିଛନ୍ତି। ଏହି ପ୍ରଜାତିର ପ୍ରଥମ ଜୀବାଶ୍ମ ୧୯୭୦ରେ ମିଳିଥିଲା। ସେବେଠାରୁ ଏହା ଉପରେ ଅଧିକ ଗବେଷଣା ଜାରି ରହିଥିଲା। ତେବେ ଏବେ ମିଳିଥିବା କଇଁଛର ବାହ୍ୟ ଖୋଳର ଲମ୍ବ ୨.୮୬ ମିଟର ରହିଛି ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri