Posted inପୁରୀ

ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ପୋଲିସ କର୍ମଚାରୀ

ବ୍ରହ୍ମଗିରି,୩୦ା୪(ଡି.ଏନ.ଏ): ଦେଶରେ କରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ କୌଣସି ରୋଗପ୍ରତିଷେଧକ ବାହାରି ନଥିବାରୁ କେବଳ ଲକଡାଉନ ଯୋଗୁ ନିୟନ୍ତ୍ରଣ ହୋଇପାରିବ ବୋଲି କୁହାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାକୁ ଅବମାନନା କଲେ ୨୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ପୋଲିସଙ୍କ ଜରିଆରେ ଜନତାଙ୍କୁ ସଚେତନ କରାଯାଇଛିି। ହେଲେ ବି କେତେକ ଏହି ନିର୍ଦ୍ଦେଶକୁ ଅବମାନନା କରୁଥିବାର ଦେଖାଯାଉଥିବା ବେଳେ ଗୁରୁବାର ବ୍ରହ୍ମଗିରି ଅଞ୍ଚଳର ଜଣେ ପୋଲିସ କର୍ମଚାରୀ ମାସ୍କ ନ ପିନ୍ଧି ଜରିମାନା ଦେଇଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମଗିରି ବ୍ଲକ ପ୍ରଶାସନ ତରଫରୁ ମାସ୍କ ବ୍ୟବହାର ନେଇ ସ୍ଥାନୀୟ ପୋଲିସ ସହ ମିଶି ଜୋରଦାର ଚେକିଂ ଚାଲୁ ରହିଛି। ଗୁରୁବାର ଚେକିଂ ସମୟରେ ଜଣେ ପୋଲିସ କର୍ମଚାରୀ ମାସ୍କ ନ ପିନ୍ଧି ଯାଉଥିବାବେଳେ ପ୍ରଶାସନ ଅଧିକାରୀ ଧରାପଡ଼ି ଜରିମାନା ଦେଇଥିଲେ ା ଏହାସହ ୮୭ ଜଣ ଖିଲାପକାରୀଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସୁନୀଲ, ଅରୂପଙ୍କୁ ନେଇ ବିଜେଡି ଶିବିରରେ ଉତ୍ସାହ

ପୁରୀ,୨୮ା୩(ଅଜିତ୍‌ ମହାନ୍ତି)ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୁରୀ ସଦର...

୪ ଘଣ୍ଟା ପାଇଁ ଆଜି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୭।୩: ଆଜି ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା...

ମଗାଇଲେ ପତିତପାବନ ବାନା, ଆସିଲା ଭାଜପା ପତାକା

ପୁରୀ,୨୫ା୩(ଅଜିତ୍‌ ମହାନ୍ତି): ଅନ୍‌ଲାଇନ୍‌ରେ ମଗାଇଲେ ପତିତପାବନ ବାନା, କିନ୍ତୁ ଆସିଲା ଭାରତୀୟ ଜନତା ଦଳ (ଭାଜପା)ର ପତାକା। ଫଳରେ ଠକେଇର ଶିକାର ହୋଇଥିବା ନେଇ ଅନ୍‌ଲାଇନ୍‌...

ବିଜେଡିରେ ଯୋଗଦେଲେ ଇରାନୀ ରାୟ; ଅରୁଣଙ୍କ ରାସ୍ତା ସଫା, ସମ୍ବିତଙ୍କ ପାଇଁ ସମସ୍ୟା

ଭୁବନେଶ୍ୱର,୨୪।୩: ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ...

ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଉମାକାନ୍ତ ସାମନ୍ତରାୟ: ପୁରୀ ବିଜେଡି ସଭାପତି

ପୁରୀ,୨୩।୩: ଆସନ୍ତା ଲୋକସଭା ତଥା ବିଧାନସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଚୟନ କରିବାକୁ ବିଜୁ ଜନତା ଦଳ (ବିଜେଡି) ର ପକ୍ଷରୁ ପ୍ରାର୍ଥୀ ଚୟନ କରିବା...

ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ

ପୁରୀ,୨୩ା୩(ଅଜିତ ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri