Posted inଜାତୀୟ

ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ୪ ଦୋଷୀ

ନୂଆଦିଲ୍ଲୀ,୫।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ମୃତ୍ୟୁର ନୂଆଦିନ ସ୍ଥିର କରାଯାଇଛି। ପଟିଆଲା ହାଉସ କୋର୍ଟ ପକ୍ଷରୁ ଗୁରୁବାର ଦୋଷୀଙ୍କ ଫାଶୀ ଲାଗି ଚତୁର୍ଥ ଥର ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଏମାନଙ୍କୁ ଫାଶୀ ଦିଆଯିବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ତିହାର ଜେଲ ପରିସରରେ ଏମାନଙ୍କୁ ଫାଶୀ ଦେବାର ବ୍ୟବସ୍ଥା କରାଯାଇଛି। ତେବେ ଶୁଣାଣି ବେଳେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ କହିଛନ୍ତି ଏ ବିଷୟରେ ସେ କେବଳ ଗଣମାଧ୍ୟମଠାରୁ ଯାହା ଶୁଣୁଛନ୍ତି। କୋର୍ଟ ପକ୍ଷରୁ ତାଙ୍କୁ କୌଣସି ନୋଟିସ ଦିଆଯାଇ ନ ଥିବା ସେ କହିଛନ୍ତି। ତେବେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନଙ୍କ କ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥାଆନ୍ତେ ବୋଲି କହିଛନ୍ତି। ଏ ସମ୍ପର୍କରେ ସେ ପବନଙ୍କ ସହ ସାକ୍ଷାତ୍‌ କରିବା ଜରୁରୀ ଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର ସାକ୍ଷାତ୍‌ ହୋଇ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯିବାର ଦୀର୍ଘ ୭ ବର୍ଷ ପରେ ଦୋଷୀ ପବନ ଗୁପ୍ତା, ଅକ୍ଷୟ ଠାକୁର, ମୁକେଶ ସିଂ ଓ ବିନୟ ଶର୍ମାଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

କଂଗ୍ରେସର ‘ରାହୁଲୟାନ’ ନା ଲଞ୍ଚ ହୋଇପାରିଲା ନା ଲ୍ୟାଣ୍ଡ କରିପାରିଲା: ରାଜନାଥ

ପନ୍ତନମଥିଟ୍ଟା,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଶଙ୍ଖନାଦ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ହେବ। ସେପଟେ କେନ୍ଦ୍ର ପ୍ରତିରକ୍ଷା...

ଟିକେଟ୍‌ ମିଳିବାର ୮ ଦିନ ପରେ ଦଳରୁ ବହିଷ୍କୃତ ହେଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୪: ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍‌ ଦେବାର ୮ ଦିନ ପରେ ଦଳରୁ...

ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି...

ଜେଲରେ ମିଠା-ଆମ୍ବ ଖାଉଛନ୍ତି କେଜରିଓ୍ବାଲ, କାହିଁକି କୋର୍ଟଙ୍କୁ ଏମିତି କହିଲେ ଇଡି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁମତି ମାଗିଥିବା ଆବେଦନ ଉପରେ ଇଡି ରାଉଜ ଆଭେନ୍ୟୁ କୋର୍ଟରେ...

ନିର୍ବାଚନ ପ୍ରଚାର ଛାଡି ଏହି ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରିବାକୁ ଗଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚରମ ସୀମାରେ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶୁକ୍ରବାର ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri