Posted inଖେଳ

୩୦ ଛକା, ୨୭ ଚୋକା..ଟି-୨୦ରେ ବିସ୍ଫୋରକ ତ୍ରିଶତକ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧୦: କ୍ରିକେଟ ପଡ଼ିଆରେ ଜଣେ ଯୁବ ଖେଳାଳିଙ୍କ ବିସ୍ଫୋରକ ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀ ସ୍କୁଲ୍ସ ଟି-୨୦ ଲିଗ୍‌ରେ ଆର୍ଯ୍ୟନ ଶର୍ମା ଏଭଳି ଏକ ଇନିଂସ ଖେଳିଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ଇନ୍ଦ୍ରପ୍ରସ୍ଥ ୱାଲର୍‌ଡ ସ୍କୁଲ ବିପକ୍ଷରେ ସେ ମାତ୍ର ୯୩ଟି ବଲ୍‌ରୁ ଅପରାଜିତ ୩୧୧ ରନ ସଂଗ୍ରହ କରିଛନ୍ତି।

ଜନକପୁରୀସ୍ଥିତ ସୁମେରମଲ ଜୈନ ପବ୍ଲିକ ସ୍କୁଲର ଛାତ୍ର ଆର୍ଯ୍ୟନ ନିଜ ଇନିଂସ୍‌ରେ ମୋଟ ୩୦ଟି ଛକା ଓ ୨୭ଟି ଚୌକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ପ୍ରାୟ ୩୩୪। କ୍ରିଜ୍‌ରେ ସେ ୧୦୬ ମିନିଟ ବିତାଇ ଇନ୍ଦ୍ରପ୍ରସ୍ଥ ୱାଲର୍‌ଡ ସ୍କୁଲ୍‌ର ବୋଲରମାନଙ୍କୁ ଚାପରେ ରଖିଥିଲେ। ଆର୍ଯ୍ୟନଙ୍କ ଏହି ବିସ୍ଫୋରକ ବ୍ୟାଟିଂ ବଳରେ ସୁମେରମଲ ଜୈନ ପବ୍ଲିକ ସ୍କୁଲ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ଟି ଉଇକେଟ ହରାଇ ୩୮୯ ରନ୍‌ର ବିଶାଳ ସ୍କୋର୍‌ କରିଥିଲା।
୩୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇନ୍ଦ୍ରପ୍ରସ୍ଥ ୱାଲର୍‌ଡ ସ୍କୁଲର ଦଳ ୧୯.୫ ଓଭରରେ ମାତ୍ର ୧୪୨ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ସୁମେରମଲ ଜୈନ ପବ୍ଲିକ ସ୍କୁଲ ୨୪୭ ରନ୍‌ର ବଡ଼ ବ୍ୟବଧାନରେ ମ୍ୟାଚ ଜିତିଥିଲା।

ଆର୍ଯ୍ୟନଙ୍କ ୩୧୧ ରନ୍‌ର ଇନିଂସ ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା। ଏକ ଟି-୨୦ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୩୦୦ରୁ ଅଧିକ ରନ କରିବା ଅତ୍ୟନ୍ତ ବିରଳ ଘଟଣା ହୋଇଥିବାରୁ ତାଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ କ୍ରିକେଟ୍‌ରେ ଅଧିକ ସୁଯୋଗ ଦେବା ପାଇଁ ‘ସ୍କୁଲ୍ସ ଟୋଟାଲ ଟି-୨୦ ଲିଗ’ ଆରମ୍ଭ କରାଯାଇଛି। ଏହି ଲିଗ୍‌ର ପ୍ରଥମ ସଂସ୍କରଣରେ ୯୦ରୁ ଅଧିକ ସ୍କୁଲ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ସିଜିନ୍‌ର ମ୍ୟାଚ ୨୨ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଥିବା ସୂଚନା ରହିଛି।

ପିଏନ୍‌ପି ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ଏଲଏଲ୍ପି (PNP Sports Management LLP) ପକ୍ଷରୁ ଏହି ଲିଗ୍‌ର ଆୟୋଜନ କରାଯାଉଛି। ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଶର୍ମାଙ୍କୁ ଲିଗ କମିଶନର୍‌ ଭାବେ ନିଯୁକ୍ତ କରାଯାଇଛି। ଏହି ଲିଗ୍‌ରେ ସ୍କୁଲ ଓ କଲେଜ ପାଇଁ ପୃଥକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫଳରେ ଯୁବ ଖେଳାଳିମାନେ ଅନ୍ୟ ଶିକ୍ଷାନୁଷ୍ଠାନର ଦଳ ବିପକ୍ଷରେ ଖେଳି ନିଜ ଦକ୍ଷତା ପ୍ରମାଣ କରିବା ସହ ଟି-୨୦ କ୍ରିକେଟ୍‌ରେ ଅଭିଜ୍ଞତା ହାସଲ କରିପାରିବେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି…

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?