ମାନିଲେନି, କାଉଣ୍ଟରରୁ ବୋହିନେଲେ ମଦ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ରାଜଧାନୀ ସମେତ ଅନ୍ୟ କେତେକ ସ୍ଥାନରେ ସୋମବାରଠାରୁ ଅନ୍‌ଲାଇନ୍‌ ମଦ ବିକ୍ରି ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ସମୟରେ ସରକାର କେବଳ ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଦୋକାନୀ ଓ ଗ୍ରାହକ ଏହି ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି। ରାଜଧାନୀର କଟକରୋଡ୍‌, ବାପୁଜୀ ନଗର, ରସୁଲଗଡ଼, ବୁଦ୍ଧେଶ୍ୱରୀ କଲୋନୀ, ନୟାପଲ୍ଲୀ, ପଟିଆ ଭଳି ଅନେକ ସ୍ଥାନରେ ଥିବା ମଦ ଦୋକାନ ଅଫ୍‌ଲାଇନ୍‌ ମଦ ବିକ୍ରି କରିଛନ୍ତି। ଫଳରେ କାଉଣ୍ଟରରେ ଅସମ୍ଭାଳ ଭିଡ଼ ହେବା ସହ ଗ୍ରାହକମାନେ ପେଟି ପେଟି ମଦ ବୋହି ନେଇଛନ୍ତି। ସାମାଜିକ ଦୂରତ୍ୱକୁ ସମସ୍ତେ ଆଖି ବୁଜିଦେଇଛନ୍ତି। ଏ ସମ୍ପର୍କରେ କେତେକ ମଦ ଦୋକାନୀ ଅଦ୍ଭୁତ ସଫେଇ ଦେଇଛନ୍ତି। ଅନ୍‌ଲାଇନ୍‌ରେ ମଦ ଦିଆଯିବା ପାଇଁ କାଉଣ୍ଟର ଖୋଲି ଆଧାରକାର୍ଡ ନିଆଯାଇ ପଞ୍ଜୀକରଣ କରାଯାଉଥିବା ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ପୋଲିସ ଏକାଧିକ ମଦ ଦୋକାନ ବନ୍ଦ କରିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ମଦ ଦୋକାନୀ ମାଲିକ ସଂଘ ଡିସିପିଙ୍କୁ ଭେଟିଥିଲା। ତାଙ୍କ ସହ ବହୁ ସମୟ ଧରି ଆଲୋଚନା ପରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସଂଘ ରାଜି ହୋଇଥିଲା। ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅର୍ଡର ରଖାଯିବ ଓ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡେଲିଭରି ଦେବା ପାଇଁ ଡିସିପି ଦୋକାନୀଙ୍କୁ କହିଥିଲେ। ମଦ ଦୋକାନ ଆଗରେ ପୋଲିସ ମୁତୟନ କରାଯିବ ଓ ଡେଲିଭରି ସମୟରେ ମଧ୍ୟ ପୋଲିସ ସୁରକ୍ଷା ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଜୋମାଟୋ ଓ ସ୍ବିଗି ମଦ ଡେଲିଭରି କଲେ ୩.୫ ପ୍ରତିଶତ କମିଶନ ପାଇବେ। କିନ୍ତୁ ସେମାନେ ଡେଲିଭରିର ୩ ଦିନ ଭିତରେ ପାଉଣା ନେବାକୁ କହିବାରୁ ଏହାକୁ ସଂଘ ନାପସନ୍ଦ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri