ମହୀପୁରକୁ ସମ୍ପ୍ରସାରଣ ହେଲା ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନ ଗୁରୁବାର ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଫଳରେ ବହୁ ପ୍ରତୀକ୍ଷିତ ଅଞ୍ଚଳବାସୀ ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି। ନୟାଗଡ଼ ଟାଉନ ଷ୍ଟେଶନଠାରେ ମହିପୁର ନୂଆ ରେଳ ଲାଇନ୍‌ର ଲୋକାର୍ପଣ ଓ ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ଟାଉନକୁ ଯାଉଥିବା ପାସେଞ୍ଜର ଟ୍ରେନକୁ ମହୀପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ, ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହୀପୁର ୧୨ କିଲୋମିଟର ଦୀର୍ଘ ରେଳ ଲାଇନ ପାଇଁ ୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରେଳ ଆଗାମୀ ଦିନରେ ଜିଲାର ବିକାଶରେ ସହାୟକ ହେବ। ରେଳ ଗଡ଼ିବ ବିକାଶ ଆସିବ ବୋଲି ନାରା ଦେଇଥିଲେ। ୨୦୨୨ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା ଓ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଚଳାଚଳ କରିବ। ବର୍ତ୍ତମାନ ଓଡ଼ିଶାରେ ରେଳ ବିଭାଗର ୧୦ ହଜାର କୋଟି ଟଙ୍କାର କାମ ହେଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କାର୍ଯ୍ୟ ତୁରନ୍ତ ସାରି ଫାଇଲ ପ୍ରଦାନ କଲେ ଭାରତ ସରକାର ଟଙ୍କା ଦେବାରେ କେବେ ଅବହେଳା କରିବେ ନାହିଁ। ସମୃଦ୍ଧ ଓଡ଼ିଶା ଗଠନ କରିବାରେ ବଲାଙ୍ଗୀର-ଖୋର୍ଦ୍ଧା ରେଳ ଲାଇନ୍‌ଠାରୁ ବଡ଼ କିଛି ଉଦାହରଣ ହୋଇ ନ ପାରେ। ଏହି ରେଳ ଲାଇନ କେବଳ ଯେ ଓଡ଼ିଶାକୁ ଅର୍ଥନୈତିକ ସୁଦୃଢ଼ କରିବ ତା’ନୁହେଁ ଭାବାତ୍ମକ ଭାବେ ଯୋଡ଼ିବାର ପଥ ବୋଲି ସେ କହିଥିଲେ। ଅନ୍ୟପେଟ କେନ୍ଦ୍ର ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରି ନୟାଗଡ଼ରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ମହୀପୁରକୁ ବିକାଶର ଫର୍ଦ୍ଦ ଯୋଡ଼ିହେଲା ବୋଲି କହିଥିଲେ। ରେଳ ହିଁ ବିକାଶର ଚାବିକାଠି ବୋଲି ସେ ପ୍ରକାଶ କରିଥିଲେ। ଖୋର୍ଦ୍ଧା ଡିଭିଜନର ଡିଆରଏମ ଶଶିକାନ୍ତ ସିଂ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ସିଂ, ଜିଲାପାଳ ଡା. ପୋମା ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅପରାହ୍ନ ୪ଟା ୩୦ରେ ନୟାଗଡ଼ ଟାଉନ ଷ୍ଟେଶନରୁ ଏକ ଟ୍ରେନ୍‌ ବାହାରି ୪ଟା ୫୦ରେ ମହୀପୁର ଷ୍ଟେଶନଠାରେ ପହଞ୍ଚତ୍ଥିଲା। ଶୁକ୍ରବାରଠାରୁ ପ୍ରତିଦିନ ଖୋର୍ଦ୍ଧା ରୋଡ଼ରୁ ବାହାରୁଥିବା ପାସେଞ୍ଜର ଟ୍ରେନ୍‌ ସକାଳ ୧୦ଟା ୧୫ରେ ମହିପୁର ଷ୍ଟେଶନରେ ପହଞ୍ଚତ୍ବ। ଉକ୍ତ ଟ୍ରେନ୍‌ଟି ୧୦ଟା ୪୫ରେ ମହୀପୁର ଷ୍ଟେଶନରୁ ଛାଡ଼ି ନୟାଗଡ଼ ଟାଉନ ଷ୍ଟେଶନ ଦେଇ ଖୋର୍ଦ୍ଧା ରୋଡ଼କୁ ଯିବ। ସେହିଭଳି ସନ୍ଧ୍ୟାରେ ଖୋର୍ଦ୍ଧାରୁ ଛାଡ଼ୁଥିବା ଟ୍ରେନ୍‌ଟି ରାତ୍ର ୧୦ଟା ୧୫ରେ ମହୀପୁର ଷ୍ଟେଶନରେ ପହଞ୍ଚତ୍ବ। ଏହି ଟ୍ରେନ୍‌ଟି ପରଦିନ ସକାଳ ୪ଟା ୩୦ରେ ମହୀପୁର ଷ୍ଟେଶନରୁ ବାହାରି ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯିବ। ସୂଚନାଯୋଗ୍ୟ ୨୫ ଜୁଲାଇରେ ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହୀପୁର ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଗଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri