ମହିଳା ମାଛ ବ୍ୟବସାୟୀ: ଚିଲିକା ମାଛର କେନ୍ଦୁଝରରେ ଚାହିଦା

କେନ୍ଦୁଝର, ୧୩ା୧(ସ୍ବ.ପ୍ର.)- କେନ୍ଦୁଝର ସହରରେ ଚିଲିକା ମାଛର ଚାହିଦା ବଢୁଛି ା କମ୍‌ ଦାମ୍‌ରେ ଚିଲିକା ମାଛ ମିଳୁଥିବାରୁ କେନ୍ଦୁଝରବାସୀ ବେଶ୍‌ ଖୁସି ା ଚିଲିକାର ଚିଙ୍ଗୁଡ଼ି, ଇଲିଶ, କଙ୍କଡ଼ା, ଚୂନା, ପାତୁଆ, କଇଁଗି ଆଦି ମାଛ ଏଠାରେ ଉପଲବ୍ଧ ହେଉଛି ା ମହିଳା ବ୍ୟବସାୟୀ ଟ୍ରେନ୍‌ ଯୋଗେ ବାଲୁଗାଁରୁ ମାଛ ନେଇ କେନ୍ଦୁଝର ସହରକୁ ଆସନ୍ତି ଏବଂ ଧୋବାଡିହା ଛକ ନିକଟରେ ବିକିଥାନ୍ତି ା ତାଙ୍କୁ ସହାୟତା କରିବାକୁ ଆଉ ଜଣେ ମହିଳା ଆସିଥାନ୍ତି। ସପ୍ତାହରେ ପ୍ରାୟ ୨ଥର ବିଶେଷକରି ବୁଧବାର ଓ ରବିବାର ମାଛ ଆଣି ବିକିଥାନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ମା ବୋଲି ଡାକିଥାନ୍ତି। ବିଭିନ୍ନ ପ୍ରକାର ମାଛ ଆଣି ବିକି ଫେରିଯାଆନ୍ତି। ଅନେକ ସମୟରେ କେନ୍ଦୁଝରରେ ରହିବାକୁ ପଡ଼େ ା ଏଣୁ ଘର ଭଡ଼ା ନେଇଥିବା କୁହନ୍ତି ା ଯେଉଁମାନେ ଜାଣିଛନ୍ତି ସେମାନେ ମାଛ ପାଇଁ ଠିକ୍‌ ସମୟରେ ପହଞ୍ଚି ଯାଆନ୍ତି ା ମାଛ ଦେଖି ଦାମ୍‌ ା ଛୋଟ ଚିଙ୍ଗୁଡି ସବୁଠାରୁ ଅଧିକ ଚାହିଦା ଥାଏ। ଇଲିଶ କିଲୋ ପାଖାପାଖି ୪୦୦ରୁ ୫୦୦ ଟଙ୍କା ବୋଲି କୁହନ୍ତି ା ସବୁବେଳେ ପୁରୁଷ ମାଛ ଚାଷୀ ବା ବ୍ୟବସାୟୀ ମାଛ ବିକିଥାନ୍ତି। ତେବେ ଜଣେ ମହିଳା ବ୍ୟବସାୟୀ ବହୁ ଦୂରରୁ ମାଛ ଆଣି ଏଠାରେ ବିକିବା କେନ୍ଦୁଝର ପାଇଁ ନିଆରା ବୋଲି ମତପ୍ରକାଶ ପାଉଛି। ଅନେକ ସମୟରେ ସ୍ଥାନୀୟ ମାଛ ବ୍ୟବସାୟୀଙ୍କ ନାଲିଆଖିର ଶିକାର ହୋଇଥାନ୍ତି। ଚିଲିକା ମାଛ ଓ ସମୁଦ୍ର ମାଛ ମଧ୍ୟରେ ତଫାତ୍‌ ରହିଛି ା ସମୁଦ୍ର ମାଛ ଅପେକ୍ଷା ଚିଲିକା ମାଛର ଚାହିଦା ଅଧିକ ବୋଲି କୁହନ୍ତି ସ୍ଥାନୀୟ ଲୋକେ। ଏହାର ସ୍ବାଦ ମଧ୍ୟ ଭଲ ହୋଇଥାଏ। ଯିଏ ଥରେ ଖାଇଛି ସିଏ ଜାଣିଛି। ତେବେ ମାଂସ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପକ୍ଷେ ହିତକର। ବିଶେଷକରି ଦେଶୀ (ପୋଖରୀ, ଡ୍ୟାମ୍‌) ମାଛର ଦାମ୍‌ ଅଧକ ଥାଏ। ସେହିପରି କମ୍‌ ଦାମ୍‌ ହେତୁ ଆନ୍ଧ୍ର ମାଛର ଚାହିଦା ମଧ୍ୟ ରହିଛି ା ଅନେକ ସମୟରେ ପାରାଦୀପ, ଭଦ୍ରକ ଆଦି ଅଞ୍ଚଳରୁ ସମୁଦ୍ର ମାଛ ଆସିଥାଏ ବୋଲି ସ୍ଥାନୀୟ ମାଛ ବ୍ୟବସାୟୀ ନବୀନ ନାଏକ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri