Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

କାନବେରା, ୨୭ା୨ (ପି.ଟି.)- ଚଳିତ ଆଇସିସି ମହିଳା ଟି୨୦ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ୮୬ରନରେ ବାଂଲାଦେଶକୁ ହରାଇ ଦେଇଛି। ଦଳକୁ ସହଜ ବିଜୟ ଦେବାରେ ଆଲିସା ହିଲି (୮୩ ରନ) ଓ ବେଥ୍‌ ମୁନି (୮୧*) ଙ୍କର ବିଶେଷ ଭୂମିକା ରହିଛି। ପ୍ରଥମ ଉଇକେଟରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ୧୫୧ରନର ପାର୍ଟନରଶିପ୍‌ ହୋଇଥିଲା। ମହିଳା ଟି୨୦ ବିଶ୍ୱକପ୍‌ରେ ଯେକୌଣସି ଉଇକେଟରେ ଅଷ୍ଟ୍ରେଲିଆର ଏହା ହେଉଛି ସବୁଠାରୁ ବଡ଼ ପାର୍ଟନରଶିପ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧ ଉଇକେଟ ବିନିମୟରେ ୧୮୯ ରନ କରିଥିଲା, ଯାହାକି ଟୁର୍ନାମେଣ୍ଟର ସର୍ବୋଚ୍ଚ ସ୍କୋର। କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ପିଛା କରି ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୦୩ ରନ କରିବାରେ ସକ୍ଷମ ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ: ୨୦ ଓଭରରେ ୧୮୯/୧ (ଆଲିସା ହିଲି-୮୩, ବେଥ୍‌ ମୁନି-୮୧*, ସଲ୍‌ମା ଖାତୁନ-୧/୩୯)।
ବାଂଲାଦେଶ : ୨୦ ଓଭରରେ ୧୦୩/୯ ( ଫର୍ଗାନା ହୋକ୍‌ ପିଙ୍କି-୩୬, ମେଗାନ ସ୍କଟ୍‌-୩/୨୧, ଜେସ୍‌ ଜୋନାସେନ୍‌-୨/୧୭)।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନ ସତ୍ତ୍ୱେ କଟକ ଜିଲାରେ ସ୍କୁଲ ଖୋଲା, ଅଭିଭାବକ ମହଲରେ ଅସନ୍ତୋଷ

କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ…

ଗାଜଲବାଡି ଘାଟିରେ ଗାଡି ଯାତାୟାତ ବନ୍ଦ: ଫସିଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ…

ନଭେମ୍ବର ୧ରୁ ବନ୍ଦ ହୋଇପାରେ ମଧ୍ୟାହ୍ନ ଭୋଜନ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୭।୧୦: ବିହାରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନଭେମ୍ବର ୧ ତାରିଖରୁ ମଧ୍ୟାହ୍ନ ଭୋଜନ (ମିଡ୍‌-ଡେ ମିଲ୍‌) ବ୍ୟବସ୍ଥା ବନ୍ଦ ହୋଇପାରେ । ଦୀର୍ଘ ୬ ମାସ ଧରି…

ମୋ ଜୀବନ ଚାଲିଯିବ.. ଲୋମଟାଙ୍କୁରା କାହାଣୀ ଶେୟାର କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୨୭।୧୦: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଉସମାନ ଖ୍ବାଜାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ନିଜ କ୍ରିକେଟ କ୍ୟାରିୟରର ଅଧିକାଂଶ ସମୟ ସେ ରୁମାଟଏଡ ଆର୍ଥ୍ରାଇଟିସ…

ତୃତୀୟ ଟି-୨୦ ପାଇଁ ପ୍ଲେଇିଂ ଏକାଦଶରେ ୩ ବଡ଼ ପରିବର୍ତ୍ତନ; ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧୦: ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୱେଲିଂଟନର ହେନରୀ ଷ୍ଟାଡିୟମରେ, ପ୍ରଥମେ ବ୍ୟାଟିଂ କରିବା ଅପେକ୍ଷା ପରେ ବ୍ୟାଟିଂ କରି (ଲକ୍ଷ୍ୟ…

ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌! ଏହି କାରଣକୁ ନେଇ ଫଡନଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କ୍ଷମତା ଲଢ଼େଇ

ମୁମ୍ବାଇ,୨୭।୧୦:ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ଏବେ ରାଜନୈତିକ ଭାବେ ମଜଭୁତ ସ୍ଥିତିରେ ଥିବା ଦେଖାଯାଉଛି। କିନ୍ତୁ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ରାଜ୍ୟ ରାଜନୀତିରେ…

ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜନୀତି ନୁହେଁ….

ଭୁବନେଶ୍ୱର: କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ…

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?