ମହିଳାଙ୍କୁ ବଳାତ୍କାର କରି ଓଏସ୍‌ଏପି ସିପାହି ଗିରଫ: ପୂର୍ବରୁ ମଧ୍ୟ ଗିରଫ ସହ ନିଲମ୍ବିତ ହୋଇଥିଲେ

ଭୁବନେଶ୍ୱର, ୯ା୨(ବ୍ୟୁରୋ): ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ନୟାପଲୀ ଥାନା ପୋଲିସ ଶନିବାର ଆଉଜଣେ ପୋଲିସ କର୍ମଚାରୀକୁ ଗିରଫ କରିଛି। ସେ ହେଲେ କୋରାପୁଟସ୍ଥିତ ତୃତୀୟ ଓଏସ୍‌ଏପି ବାଟାଲିୟନର ସିପାହି ରାଜକିଶୋର ଭୋଇ (୨୯)। ତାଙ୍କ ଘର ବଲାଙ୍ଗୀର ଜିଲା ଆମ୍ବ୍ରପଲ୍ଲୀ ଗ୍ରାମରେ। ପୋଲିସ ତାଙ୍କ ବିରୋଧରେ ଆଇପିସି ଦଫା ୪୫୦, ୩୭୬, ୫୦୬ରେ କେସ୍‌ ନଂ.୬୪୮/୨୦୨୦ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ମହିଳା ଜଣକ ନୟାପଲୀ ଥାନା ଅଞ୍ଚଳରେ ପରିବାର ସହ ରହୁଥିବାବେଳେ ତାଙ୍କର ଏକ ପିଲା ଅଛନ୍ତି। ୨୦୧୨ରେ ଇନ୍‌ସ୍ୟୁରାନ୍ସ କରାଇବା ପାଇଁ ସେ ଭୁବନେଶ୍ୱରସ୍ଥିତ ଓଏସ୍‌ଏପି ବାଟାଲିୟନକୁ ଯାଇଥିବାବେଳେ ରାଜକିଶୋରଙ୍କ ସହ ପରିଚିତ ହୋଇଥିଲା। ରାଜକିଶୋର ଉକ୍ତ ମହିଳାଙ୍କୁ ଭଲପାଇବା ସହ ଫୋନ୍‌ କରି କଥା ହେଉଥିଲେ। ହେଲେ ସ୍ବାମୀଙ୍କ ତାଗିଦ୍‌ ପରେ ମହଳା ଜଣକ ଆଉ ରାଜକିଶୋରଙ୍କ ଫୋନ୍‌ ଉଠାଇ ନ ଥିଲେ। ସେହିବର୍ଷ ମାର୍ଚ୍ଚ ମାସରେ ଉକ୍ତ ମହିଳା ଇନ୍‌ସ୍ୟୁରାନ୍ସ କାର୍ଯ୍ୟରେ ଯାଉଥିବାବେଳେ ଶହୀଦନଗର ଥାନା ଅଞ୍ଚଳରେ ରାଜକିଶୋର ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ମହିଳାଙ୍କ ଅଭିଯୋଗକ୍ରମେ ଶହୀଦନଗର ଥାନା ପୋଲିସ ଅଭିଯୁକ୍ତ ରାଜକିଶୋରଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ପୋଲିସ ଚାକିରିରୁ ନିଲମ୍ବନ କରାଯାଇଥିଲା। ଜେଲରୁ ଆସିବା ପରେ ସେ ପୁଣି ଚାକିରିରେ ଯୋଗଦେଇଥିଲେ। ହେଲେ ତାଙ୍କର ରଙ୍ଗିଲା ନିଶା ଛାଡ଼ି ନ ଥିଲା। ସେ ପୁଣି ଉକ୍ତ ମହିଳାଙ୍କ ପଛରେ ଲାଗି ପଡ଼ିଥିଲେ। ଘରେ କେହି ନ ଥିବାବେଳେ ରାଜକିଶୋର ଉକ୍ତ ମହିଳାଙ୍କୁ ବଳାତ୍କାର କରିଥିଲେ। ପରେ ପୀଡିତା ମହିଳା ଗତବର୍ଷ ଡିସେମ୍ବର ୧୨ରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବାବେଳେ ଗିରଫ ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଶୁକ୍ରବାର ରାତିରେ ସେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ନିକଟରେ ଥିବା ନେଇ ପୋଲିସ ଖବର ପାଇବା ପରେ ସେଠାରେ ଚଢ଼ାଉ କରି ରାଜକିଶୋରଙ୍କୁ ଗିରଫ କରିଛି।

ପ୍ରକାଶଯୋଗ୍ୟ, ଡେରାଡୁନର ଜଣେ ଯୁବତୀଙ୍କୁ ଭୁବନେଶ୍ୱରରେ ବଳାତ୍କାର କରିବା ଅଭିଯୋଗରେ ଗତ ୩ ତାରିଖରେ ନୟାପଲ୍ଲୀ ପୋଲିସ ସିଆର୍‌ପିଏଫ୍‌ର ଜଣେ ଯବାନକୁ ଗିରଫ କରିଥିବାବେଳେ ଗତ ୪ ତାରିଖରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର  ବଳାତ୍କାର କରିବା ଘଟଣାରେ ଏସ୍‌ଏସ୍‌ବିର ଜଣେ କନ୍‌ଷ୍ଟେବଳ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?