ମହାରାଷ୍ଟ୍ରରେ ସଙ୍କଟ, ମେଘାଳୟରେ ଆରମ୍ଭ

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୬୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୫୦୦ ପରେ ହେଲାଣି। ହେଲେ ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏତେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କରୋନା ଭୂତାଣୁ ଆସିବାର ୩ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ମେଘାଳୟ ଭଳି ରାଜ୍ୟକୁ ଛୁଇଁପାରି ନ ଥିବାବେଳେ ମହାରାଷ୍ଟ୍ରରେ ଏତେ କରୋନା ରୋଗୀ ବାହାରିବା ପଛରେ କ’ଣ କାରଣ ଥାଇପାରେ। ମେଘାଳୟରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୁହାଯାଇଛି ଅଧିକରୁ ଅଧିକ ସଚେତନତା ଓ ପରୀକ୍ଷା ଯୋଗୁ ମହାରାଷ୍ଟ୍ରରେ ଏଭଳି ସ୍ଥିତି।
ମାର୍ଚ୍ଚ ୯ରେ ମହାରାଷ୍ଟ୍ରରେ ପ୍ରଥମ ୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେତେବେଳେ ୧୦୦ ଟେଷ୍ଟ କରିବା ଲାଗି ରାଜ୍ୟର କ୍ଷମତା ଥିଲା। ଏବେ ରୋଗୀସଂଖ୍ୟା ବଢ଼ିବା ପରେ ଘରୋଇ ଲାବ୍‌ଗୁଡ଼ିକୁ ମିଶାଇ ଦିନକୁ ୩ ହଜାର ପରୀକ୍ଷା ସମ୍ଭବ ହୋଇପାରୁଛି। ଏଥିସହ ପ୍ରଶାସନ ପକ୍ଷରୁ ପ୍ରଦୂଷିତ କ୍ଷେତ୍ର ଚିହ୍ନଟ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। ମୁମ୍ବାଇକୁ ମିଶାଇ ଏବେ ରାଜ୍ୟରେ ମୋଟ ୨୨୮ ପ୍ରଦୂଷିତ କ୍ଷେତ୍ର ଚିହ୍ନଟ ହୋଇଛି। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଦୈନିକ ସର୍ଭେ କରାଯାଉଛି। ହାଇ ରିସ୍କ କଣ୍ଟାକ୍ଟ ଜୋନ୍‌ ଚିହ୍ନଟ କରାଯାଉଛି। ସେଠାରେ ଲୋକଙ୍କୁ ପରୀକ୍ଷା କରାଯିବା ସହ ଅନ୍ୟ ଅଞ୍ଚଳଗୁଡ଼ିକରେ ସରକାରୀ ଆଇସୋଲେଶନର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କସ୍ତୁୂରବା ହସ୍‌ପିଟାଲ, ସେଣ୍ଟ୍‌ ଜର୍ଜ ହସ୍‌ପିଟାଲ, ସେଭେନ୍‌ ହିଲ୍‌ସ ହସ୍‌ପିଟାଲ, ନାନାବତୀ ହସ୍‌ପିଟାଲ, ସେଂଫି ହସ୍‌ପିଟାଲ ଆଦିରେ ବିଭିନ୍ନ ସୁବିଧା କରାଯାଇ ପଜିଟିଭ୍‌ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କରାଯାଉଛି। ଡାକ୍ତର, ପାରାମେଡିକାଲ କର୍ମଚାରୀମାନେ ଘନଘନ ସ୍ଥିତି ସମୀକ୍ଷା କରୁଛନ୍ତି। ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀମାନେ ମହାରାଷ୍ଟ୍ରରେ ସତର୍କ ଓ ସଚେତନ ଅଛନ୍ତି। ମହାରାଷ୍ଟ୍ର ଡ୍ରଗ ବିିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ସ୍ଥିତି ସମୀକ୍ଷା କରାଯାଇ ରିପୋର୍ଟ ରଖାଯାଉଛି। ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ବ୍ୟକ୍ତିଙ୍କୁ ତୁରନ୍ତ ପରୀକ୍ଷା କରାଯିବାରୁ ମହାରାଷ୍ଟ୍ର ସ୍ଥିତି ଏଭଳି ହୋଇଛି ବୋଲି କହିଛନ୍ତି ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସର ପୂର୍ବତନ ଡିନ୍‌ ଟି. ସୁନ୍ଦରରମନ୍‌। ଏଥିସହ ଦିଲ୍ଲୀର ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରରୁ ୧,୫୦୦ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୩୫୦ଙ୍କୁ ତତ୍‌କ୍ଷଣାତ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ ହେଲେ ସଂକ୍ରମଣର ମାତ୍ରା ଅଧିକ ରହିଥାଏ। ତୁରନ୍ତ ଚିହ୍ନଟ ସହ ଏହାର ନିରାକରଣ ପ୍ରତି ବିଶେଷ ଧ୍ୟାନ ଦିଆଗଲେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଥାଏ। ଏଥିସହ ବିଭିନ୍ନ ବସ୍ତିରେ ରହୁଥିବା ସଂକ୍ରମିତଙ୍କ ଚିହ୍ନଟ ପ୍ରମୁଖତା ରଖିଥାଏ।
ମେଘାଳୟ ଭାରତର ସୀମାରେ ରହିଥିଲେ ହେଁ ଏଠାରେ ବିଳମ୍ବରେ କରୋନା ଭୂତାଣୁ ପହଞ୍ଚିଛି। ମାତ୍ର ଗୋଟିଏ ସଂକ୍ରମିତ ରୋଗୀ ଏଠାରେ ଚିହ୍ନଟ କରାଯାଇଛି। ଏହାର କାରଣ ମଧ୍ୟ ଅନେକ। ଏଠାରେ ଅଧିକାଂଶ ଲୋକେ ଆଦିବାସୀ ସମ୍ପ୍ରଦାୟର। ସେମାନେ ପାରମ୍ପରିକ ଖାଦ୍ୟ ଓ ଅଭ୍ୟାସ ରହିଥାଏ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜଳବାୟୁ ମଧ୍ୟ ଏଠାରେ ଭିନ୍ନ। ଲକ୍‌ଡାଉନ୍‌ ଲାଗୁହେବା ପୂର୍ବରୁ ଏହି ରାଜ୍ୟ ଏକପ୍ରକାର ଆଇସୋଲେଟ ଭିତରେ ଥିଲା। ସେଭଳି ବିଦେଶୀଙ୍କ ଚଳପ୍ରଚଳ ଏଠାରେ ଦେଖିବାକୁ ମିଳି ନ ଥିଲା। ମାର୍ଚ୍ଚ ୧୯ରେ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରିଦେଇଥିଲେ। ରାଜସ୍ବହାନି ସତ୍ତ୍ୱେ କରୋନା ଭୂତାଣୁ ସଂକ୍ରମଣକୁ ରାଜ୍ୟ ସଫଳତାର ସହ ରୋକିବାରେ ସକ୍ଷମ ହୋଇଥିଲା। ପ୍ରବଳ କାକର ଯୋଗୁ ଏଠାକାର ପରିବେଶ ସବୁ ରାଜ୍ୟଠାରୁ ଭିନ୍ନ ହୋଇଥାଏ। ସଂକ୍ରମଣ ବ୍ୟାପିବା ଏଥିଲାଗି କାଠିକର ପାଠ ହୋଇଥାଏ। ଏଠାକାର ରାସ୍ତାଘାଟ ଗାଁଗଣ୍ଡା ସବୁବେଳେ ପରିଷ୍କାର। ଜନସଂଖ୍ୟା ଘନତ୍ୱ ମଧ୍ୟ ବହୁତ୍‌ କମ୍‌ ରହିଛି। ତେଣୁ ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ହୋଇପାରିଛି। ଏହା ପାନ, ଲିମ୍ବଗଛ ଭଳି ଔଷଧୀୟ ବୃକ୍ଷବହୁଳ ଅଞ୍ଚଳ। ଭୂତାଣୁକୁ ଦୂରେଇ ରଖିବାରେ ଏସବୁ ସହାୟକ ହୋଇଥାଏ। ଏଥିସହ ପ୍ରଶାସନିକ ପଦକ୍ଷେପ ଓ ସତର୍କତା ଲୋକମାନଙ୍କୁ କରୋନା ଭୂତାଣୁଠାରୁ ଦୂରେଇ ରଖିବାରେ ସଫଳ ହୋଇପାରିଛି। ପଡ଼ା ମୁଖିଆଙ୍କଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ଏଠାରେ ସମସ୍ତେ ଏବେ ସଚେତନ, ତେଣୁ କରୋନା ଭୟ ଏଠାରେ ସେଭଳି ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri