ମହାମାରୀରୁ ହେବ ଯୁଗ ନିର୍ଦ୍ଧାରଣ

ଓ୍ବାଶିଂଟନ,୨୫ା୪ : କୋଭିଡ୍‌-୧୯ ହେଉଛି ପ୍ରଥମ ଆଧୁନିକ ମହାମାରୀ, ଯାହା ଏହି ଯୁଗର ସଂଜ୍ଞା ନିରୂପଣ କରିବ। ଏହି ସମୟ ଦେଇ ଗତି କରୁଥିବା କୌଣସି ବ୍ୟକ୍ତି ମହାମାରୀକୁ ଭୁଲିପାରିବେ ନାହିଁ ବୋଲି ଆମେରିକାର ବିଶିଷ୍ଟ ଜନହିତୈଷୀ ଶିଳ୍ପପତି ବିଲ୍‌ ଗେଟ୍ସ କହିଛନ୍ତି।
ବିଲ୍‌ ଗେଟ୍ସଙ୍କ ମତରେ ବର୍ତ୍ତମାନ ଲୋକେ ଯେଉଁ କଷ୍ଟ ଅନୁଭବ କରୁଛନ୍ତି ତାକୁ ବ୍ୟକ୍ତ କରିହେବ ନାହିଁ। ଏହା ଆଗାମୀ ଅନେକ ବର୍ଷ ଧରି ଅନୁଭୂତ ହେଉଥିବ। ଏହି ରୋଗ ଅବିଚାରିତ ଭାବେ ଗରିବ ସମୁଦାୟ ଜାତିଗତ ସଂଖ୍ୟାଲଘୁଙ୍କୁ କଷ୍ଟ ଦେଇଚାଲିଛି। ଏହାର ମୁକାବିଲା ପାଇଁ ଜାରି ଶଟ୍‌ଡାଉନ୍‌ ଯୋଗୁ ସ୍ବଳ୍ପ ଆୟକାରୀ, ସଂଖ୍ୟାଲଘୁ ଶ୍ରମିକ ବହୁଳ ଭାବେ ପ୍ରଭାବିତ। ଦେଶଗୁଡ଼ିକ ଏହି ସ୍ଥିତିରୁ ମୁକୁଳିବାକୁ ଆରମ୍ଭ କଲେ ସମାଧାନ କ୍ଷେତ୍ରରେ ଯେପରି ଅସମାନତା ନ ହୁଏ ସେନେଇ ନୀତି ନିର୍ଦ୍ଧାରକମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ଗେଟ୍ସ ଶୁକ୍ରବାର ଏକ ବିସ୍ତୃତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଶିଳ୍ପପତି ଗେଟ୍ସ କହିଛନ୍ତି, ଏହି ଭାଇରସ୍‌ ସବୁ ବର୍ଗର ଲୋକଙ୍କ କ୍ଷତି ସାଧନ କରିଛି। ସ୍ବାସ୍ଥ୍ୟ, ସମ୍ପଦ ଓ ସୁଖ ସ୍ବାଚ୍ଛନ୍ଦ୍ୟ ସବୁକିଛିକୁ କରୋନା ଛଡ଼ାଇ ନେଇଛି। ଏହା ଏକ ବିଶ୍ୱଯୁଦ୍ଧ ସଦୃଶ। କେବଳ ଫରକ ଏତିକି ଯେ, ଏହି ଯୁଦ୍ଧରେ ଆମେ ସମସ୍ତେ ଗୋଟିଏ ପକ୍ଷରେ ହିଁ ରହିଛୁ। ଏହି ରୋଗ ସମ୍ପର୍କରେ ସମସ୍ତେ ଏକାଠି ହୋଇ ଶିକ୍ଷା ଗ୍ରହଣ କରିପାରିବା ଏବଂ ଏହା ବିରୋଧରେ ଲଢ଼େଇ ପାଇଁ ଅସ୍ତ୍ର ବିକଶିତ କରିପାରିବା। ସଂକ୍ରମଣଜନିତ କ୍ଷତିକୁ ସୀମିତ କରିବା ଲାଗି ବିଶ୍ୱରେ ଏକ ନବପ୍ରବର୍ତ୍ତନ ଦେଖିବାକୁ ମିଳିଛି। ଯାଞ୍ଚ, ଚିକିତ୍ସା, ଟିକା ଓ ନୀତି ସଂକ୍ରମଣକୁ ରୋକିବାରେ ବିଶେଷ ସହାୟକ ହେବା ସଙ୍ଗେ ସଙ୍ଗେ ଅର୍ଥନୀତିର କ୍ଷତିକୁ ମଧ୍ୟ ହ୍ରାସ କରିବ।
ସମ୍ପ୍ରତି ସାରା ବିଶ୍ୱରେ ବିକଶିତ ହେଉଥିବା ୭୦ରୁ ଊର୍ଦ୍ଧ୍ୱ ଭାକ୍‌ସିନ ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଗୁଡ଼ିକ ମଧ୍ୟରୁ ୪-୫ଟି ଦୌଡ଼ର ଶୀର୍ଷରେ ରହିଥିବାବେଳେ ଏକ ସଫଳ କୋଭିଡ୍‌-୧୯ ଟିକା ବଜାରକୁ ଆସିବା ପାଇଁ ୧୨ରୁ ୧୮ ମାସ ଲାଗିଯାଇପାରେ। ମୋଟାମୋଟି ଭାବେ ଏହି ମହାମାରୀ ଏବେ ସମଗ୍ର ମାନବ ଜାତିକୁ ଏକାଠି କରିଦେଇଛି ବୋଲି ଗେଟ୍ସ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ବିଲ୍‌ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ଗତ ସପ୍ତାହରେ ୧୫୦ ନିୟୁତ ଡଲାର ଦାନ କରିଥିଲା। ଗେଟ୍ସଙ୍କ ମତରେ ଅଦ୍ୟାବଧି ଭାରତ ଓ ନାଇଜେରିଆ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିଶ୍ୱର ମୋଟ ସଂକ୍ରମିତଙ୍କଠାରୁ ବହୁ କମ୍‌ ଆକ୍ରାନ୍ତ ରହିଛନ୍ତି। ତେଣୁ ଏହି ଦେଶଗୁଡ଼ିକରେ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସ୍ଥିତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହେଉଛି ତାଙ୍କ ଫାଉଣ୍ଡେଶନର ପ୍ରାଥମିକତା। ମହାମାରୀର ଭାକ୍‌ସିନ ଗବେଷଣା କ୍ଷେତ୍ରରେ ନିୟୋଜିତ ଅଗ୍ରଣୀ କମ୍ପାନୀଗୁଡ଼ିକୁ ଗେଟ୍ସ ଫାଉଣ୍ଡେଶନ ସହାୟତା ଦେଉଛି। ସେମାନଙ୍କ ଗବେଷଣା ସଫଳ ହେଲେ ମହାମାରୀ ଉପରେ ବିଜୟ ଲାଭ ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri