ମହାମାରୀରୁ ହେବ ଯୁଗ ନିର୍ଦ୍ଧାରଣ

ଓ୍ବାଶିଂଟନ,୨୫ା୪ : କୋଭିଡ୍‌-୧୯ ହେଉଛି ପ୍ରଥମ ଆଧୁନିକ ମହାମାରୀ, ଯାହା ଏହି ଯୁଗର ସଂଜ୍ଞା ନିରୂପଣ କରିବ। ଏହି ସମୟ ଦେଇ ଗତି କରୁଥିବା କୌଣସି ବ୍ୟକ୍ତି ମହାମାରୀକୁ ଭୁଲିପାରିବେ ନାହିଁ ବୋଲି ଆମେରିକାର ବିଶିଷ୍ଟ ଜନହିତୈଷୀ ଶିଳ୍ପପତି ବିଲ୍‌ ଗେଟ୍ସ କହିଛନ୍ତି।
ବିଲ୍‌ ଗେଟ୍ସଙ୍କ ମତରେ ବର୍ତ୍ତମାନ ଲୋକେ ଯେଉଁ କଷ୍ଟ ଅନୁଭବ କରୁଛନ୍ତି ତାକୁ ବ୍ୟକ୍ତ କରିହେବ ନାହିଁ। ଏହା ଆଗାମୀ ଅନେକ ବର୍ଷ ଧରି ଅନୁଭୂତ ହେଉଥିବ। ଏହି ରୋଗ ଅବିଚାରିତ ଭାବେ ଗରିବ ସମୁଦାୟ ଜାତିଗତ ସଂଖ୍ୟାଲଘୁଙ୍କୁ କଷ୍ଟ ଦେଇଚାଲିଛି। ଏହାର ମୁକାବିଲା ପାଇଁ ଜାରି ଶଟ୍‌ଡାଉନ୍‌ ଯୋଗୁ ସ୍ବଳ୍ପ ଆୟକାରୀ, ସଂଖ୍ୟାଲଘୁ ଶ୍ରମିକ ବହୁଳ ଭାବେ ପ୍ରଭାବିତ। ଦେଶଗୁଡ଼ିକ ଏହି ସ୍ଥିତିରୁ ମୁକୁଳିବାକୁ ଆରମ୍ଭ କଲେ ସମାଧାନ କ୍ଷେତ୍ରରେ ଯେପରି ଅସମାନତା ନ ହୁଏ ସେନେଇ ନୀତି ନିର୍ଦ୍ଧାରକମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ଗେଟ୍ସ ଶୁକ୍ରବାର ଏକ ବିସ୍ତୃତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଶିଳ୍ପପତି ଗେଟ୍ସ କହିଛନ୍ତି, ଏହି ଭାଇରସ୍‌ ସବୁ ବର୍ଗର ଲୋକଙ୍କ କ୍ଷତି ସାଧନ କରିଛି। ସ୍ବାସ୍ଥ୍ୟ, ସମ୍ପଦ ଓ ସୁଖ ସ୍ବାଚ୍ଛନ୍ଦ୍ୟ ସବୁକିଛିକୁ କରୋନା ଛଡ଼ାଇ ନେଇଛି। ଏହା ଏକ ବିଶ୍ୱଯୁଦ୍ଧ ସଦୃଶ। କେବଳ ଫରକ ଏତିକି ଯେ, ଏହି ଯୁଦ୍ଧରେ ଆମେ ସମସ୍ତେ ଗୋଟିଏ ପକ୍ଷରେ ହିଁ ରହିଛୁ। ଏହି ରୋଗ ସମ୍ପର୍କରେ ସମସ୍ତେ ଏକାଠି ହୋଇ ଶିକ୍ଷା ଗ୍ରହଣ କରିପାରିବା ଏବଂ ଏହା ବିରୋଧରେ ଲଢ଼େଇ ପାଇଁ ଅସ୍ତ୍ର ବିକଶିତ କରିପାରିବା। ସଂକ୍ରମଣଜନିତ କ୍ଷତିକୁ ସୀମିତ କରିବା ଲାଗି ବିଶ୍ୱରେ ଏକ ନବପ୍ରବର୍ତ୍ତନ ଦେଖିବାକୁ ମିଳିଛି। ଯାଞ୍ଚ, ଚିକିତ୍ସା, ଟିକା ଓ ନୀତି ସଂକ୍ରମଣକୁ ରୋକିବାରେ ବିଶେଷ ସହାୟକ ହେବା ସଙ୍ଗେ ସଙ୍ଗେ ଅର୍ଥନୀତିର କ୍ଷତିକୁ ମଧ୍ୟ ହ୍ରାସ କରିବ।
ସମ୍ପ୍ରତି ସାରା ବିଶ୍ୱରେ ବିକଶିତ ହେଉଥିବା ୭୦ରୁ ଊର୍ଦ୍ଧ୍ୱ ଭାକ୍‌ସିନ ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଗୁଡ଼ିକ ମଧ୍ୟରୁ ୪-୫ଟି ଦୌଡ଼ର ଶୀର୍ଷରେ ରହିଥିବାବେଳେ ଏକ ସଫଳ କୋଭିଡ୍‌-୧୯ ଟିକା ବଜାରକୁ ଆସିବା ପାଇଁ ୧୨ରୁ ୧୮ ମାସ ଲାଗିଯାଇପାରେ। ମୋଟାମୋଟି ଭାବେ ଏହି ମହାମାରୀ ଏବେ ସମଗ୍ର ମାନବ ଜାତିକୁ ଏକାଠି କରିଦେଇଛି ବୋଲି ଗେଟ୍ସ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ବିଲ୍‌ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ଗତ ସପ୍ତାହରେ ୧୫୦ ନିୟୁତ ଡଲାର ଦାନ କରିଥିଲା। ଗେଟ୍ସଙ୍କ ମତରେ ଅଦ୍ୟାବଧି ଭାରତ ଓ ନାଇଜେରିଆ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିଶ୍ୱର ମୋଟ ସଂକ୍ରମିତଙ୍କଠାରୁ ବହୁ କମ୍‌ ଆକ୍ରାନ୍ତ ରହିଛନ୍ତି। ତେଣୁ ଏହି ଦେଶଗୁଡ଼ିକରେ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସ୍ଥିତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହେଉଛି ତାଙ୍କ ଫାଉଣ୍ଡେଶନର ପ୍ରାଥମିକତା। ମହାମାରୀର ଭାକ୍‌ସିନ ଗବେଷଣା କ୍ଷେତ୍ରରେ ନିୟୋଜିତ ଅଗ୍ରଣୀ କମ୍ପାନୀଗୁଡ଼ିକୁ ଗେଟ୍ସ ଫାଉଣ୍ଡେଶନ ସହାୟତା ଦେଉଛି। ସେମାନଙ୍କ ଗବେଷଣା ସଫଳ ହେଲେ ମହାମାରୀ ଉପରେ ବିଜୟ ଲାଭ ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri