ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି ଯୋଗୁ ଫସଲ ନଷ୍ଟ ହୋଇଥାଏ। ଏହିସବୁ ଜମିକୁ ଜଳସେଚନ ସୁବିଧା ପାଇଁ ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା ଲାଗି ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଯେ , କଣ୍ଟିଲୋ ଓ ବେଣାଗାଡିଆ ପଞ୍ଚାୟତ ଅନ୍ତର୍ଗତ ମରେଇକଣ ମୌଜା ଅଧୀନରେ ଥିବା ଗୋଡିବଣିଆ, ଛଣପାଟ, ବୋଲୁଅପାଟ, ଚଣ୍ଡିପାଟ, ଟାଙ୍କୁପଡା ମୌଜା ଓ ପାଟ କୁକୁଟା ମୌଜାର ପ୍ରାୟ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ରହିଛି ା ଏହିସବୁ ପଞ୍ଚାୟତର ଉତ୍ତର-ପୂର୍ବ ଓ ଦକ୍ଷିଣ ଦିଗରେ ଚିରସ୍ରୋତା ମହାନଦୀ, କମେଇ ଓ କୁସୁମୀ ନଦୀ ପ୍ରବାହିତ ହେଉଛି। ନଦୀ କୂଳବର୍ତ୍ତୀ ଜମି ହୋଇଥିବାରୁ ଏ ଅଞ୍ଚଳର ଚାଷ ଜମି ମାଟି ଅତ୍ୟନ୍ତ ଉର୍ବର। ଏହାଛଡା ମହାନଦୀ ଓ କମେଇ ନଦୀରେ ବନ୍ୟା ଆସିଲେ ଉକ୍ତ ଜମିରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ଅନ୍ୟପକ୍ଷେ ବନ୍ୟା ଜଳ ଛାଡି ଯିବା ପରେ ଜମିରେ ପଟୁ ପଡି ମାଟିକୁ ଅଧିକ ଉର୍ବର କରିଥାଏ । ବନ୍ୟାରେ ଧାନ ଫସଲ ନଷ୍ଟ ହୋଇଯାଉଥିବା ବେଳେ ଏଠାରେ ଧାନ ଛଡା ଅର୍ଥକରୀ ଫସଲ ଆଖୁ, ବିଭିନ୍ନ ପ୍ରକାର ପନିପରିବା ଆଦି ପାଇଁ ଏ ଅଞ୍ଚଳର ମାଟି ଅତ୍ୟନ୍ତ ଉପଯୋଗୀ। ମାତ୍ର ଉକ୍ତ ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଅନିୟମିତ ବର୍ଷା ଯୋଗୁ ଚାଷ ଉଜୁଡି ଯାଇଥାଏ। ଏସବୁ ଜମି ନିକଟରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଗରିବ ଚାଷୀ ଜମିଗୁଡିକରେ ଖର୍ଚ୍ଚାନ୍ତ ହୋଇ ମହାନଦୀ ପାଣି ମଡାଇବା ସମ୍ଭବ ହୋଇ ନ ଥାଏ। ପ୍ରାୟ ପ୍ରତି ବର୍ଷ ଏହି ସବୁ ଜମି ମରୁଡ଼ିରେ ନଷ୍ଟ ହୋଇଥାଏ। ଏଠାରେ ଜଳସେଚନର ସୁବିଧା ନ ଥିବାରୁ ବର୍ଷ ସାରା ଫସଲ କରିବା ପାଇଁ ଏ ଅଞ୍ଚଳର ମାଟି ଉପଯୁକ୍ତ ହୋଇଥିଲେ ମଧ୍ୟ ଚାଷୀମାନେ କେବଳ ପାଣିର ଅଭାବ ଯୋଗୁ ହାତ ବାନ୍ଧି ବସି ରହିଥାନ୍ତି। କେତେକ ଚାଷୀ ଜୀବିକା ନିର୍ବାହ ନିମନ୍ତେ ଅନ୍ୟତ୍ର ଚାଲି ଯାଇଥାନ୍ତି। ଏହି ପଞ୍ଚାୟତର ସର୍ବାଧିକ ଅନୁସୂଚିତ ଜାତିର ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀ କୃଷିକୁ ନିଜର କୌଳିକ ବୃତ୍ତି ରୂପେ ଗ୍ରହଣ କରି ଜୀବିକା ନିର୍ବାହ କରିଥାନ୍ତି । ଚାଷ ଜମିରେ ବିଭିନ୍ନ ପ୍ରକାର ଫସଲ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷର ଅବଶିଷ୍ଟ ଆଠମାସ ବେକାର ହୋଇ ବସିଥାନ୍ତି କିମ୍ବା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହୁଅନ୍ତି। ଅପରପକ୍ଷେ ମହାନଦୀ, କମେଇ ଓ କୁସୁମୀ ନଦୀର ପ୍ରବାହିତ ଜଳକୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରାଯାଇ ପାରୁନାହିଁ। ଏହି ପ୍ରବାହିତ ଜଳକୁ ନଦୀ କୂଳରେ ଉଠା ଜଳସେଚନ ପ୍ରକଳ୍ପ କରାଯାଇ ଅଞ୍ଚଳର ସମସ୍ତ ଜମିକୁ ଜଳସେଚନର ସୁବିଧା କରାଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ। ଏଥିପାଇଁ ଉକ୍ତ ଅଞ୍ଚଳର ଚାଷୀମାନେ ଏଠାରେ ଏକ ଉଠା ଜଳସେଚନ ପଏଣ୍ଟ ନିର୍ମାଣ କରାଯିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ ଜିଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ଓ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଏଯାବତ୍‌ ଏଦିଗରେ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷ ଜମିଗୁଡିକ ଲାଗି ଜଳସେଚନର ସୁବିଧା କରାଗଲେ ହଜାରରୁ ଊର୍ଦ୍ଧ୍ୱ କୃଷିଜୀବୀ ଉପକୃତ ହେବା ସଙ୍ଗେ ସଙ୍ଗେ ଏ ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?