ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ବ୍ରହ୍ମପୁର ଅଫିସ୍‌,୨୫ା୪-ଏକଦା ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଗଞ୍ଜାମ ଜିଲାରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ବର୍ଷକୁ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ସେହିପରି ଆକ୍ରାନ୍ତଙ୍କ ସହ କମୁଛି ମୃତକଙ୍କ ସଂଖ୍ୟା। ମ୍ୟାଲେରିଆର ମରଣ ଫାଶରୁ ମୁକୁଳିବାରେ ଲାଗିଛି ଗଞ୍ଜାମ ଜିଲା। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଉତ୍ସାହିତ ହେଉଥିବା ବେଳେ ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳରେ ଅବସ୍ଥା ବର୍ତ୍ତମାନ ସୁଧୁରିନି। ସ୍ଥିତି ସାଂଘାତିକ। ବ୍ୟାପିବାରେ ଲାଗିଛି ମ୍ୟାଲେରିଆ। ଯାହାକୁ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ। ମ୍ୟାଲେରିଆ ପ୍ରବଣ ଅଞ୍ଚଳଗୁଡ଼ିକକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଦୁୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ନିୟମିତ ରକ୍ତ ପରୀକ୍ଷା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ମ୍ୟାଲେରିଆ କାର୍ଯ୍ୟାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରୁ ଗଞ୍ଜାମ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ଭାବେ କମିଛି। କାରଣ ୨୦୧୪ରେ ମୋଟ ୩ଲକ୍ଷ ୯୦ହଜାର ୪୯୮ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିରୁ ୧୭ହଜାର ୪୯୨ଜଣଙ୍କଠାରେ ମ୍ୟାଲେରିଆ ଭୂତାଣୁ ମିଳିଥିଲା। ଏପରିକି ସେହି ବର୍ଷ ୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ୨୦୧୫ରେ ୪ଲକ୍ଷ ଏକ ହଜାର ୬ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୫ହଜାର ୩୫୦ ନମୁନାରେ ମ୍ୟାଲେରିଆ ଚିହ୍ନଟ କରାଯାଇଥିଲା। ୨୦୧୫ରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ୨ଜଣ ପ୍ରାଣ ହରାଇଥିଲେ। ସେହିଭଳି ୨୦୧୬ରେ ୪ଲକ୍ଷ ୨୬ହଜାର ୬୭୪  ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୧ହଜାର ୮୫୬ ନମୁନାରେ ମ୍ୟାଲେରିଆ ମିଳିଥିଲା। ମାତ୍ର ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ୪ ଲକ୍ଷ ୧୨ହଜାର ୭୭୪ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୦ହଜାର ୭୨ଜଣ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ୨ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ । ୨୦୧୮ରେ ୪ ଲକ୍ଷ ୧୫ହଜାର ୬୬୪ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୯ହଜାର ୧୩୯ଜଣଙ୍କ ନମୁନାରେ ମ୍ୟାଲେରିଆ ଚିହ୍ନଟ କରାଯାଇଥିଲା। ମାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୯୩ହଜାର ୫୬୭ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୯୯୩ ନମୁାରେ ମ୍ୟାଲେରିଆ ମିଳିଛି । ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ହୋଇନାହିଁ ।

ଜିଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ମ୍ୟାଲେରିଆ ନିରାକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚଳିତ ବର୍ଷ ଅର୍ଥାତ୍‌ ୨୦୧୯ ମସିହା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଜିଲାରେ ମୋଟ ୩୩ ଜାଗାରେ ମ୍ୟାଲେରିଆ ପରୀକ୍ଷାଗାର କାର୍ଯ୍ୟ କରୁଛି। ଯେଉଁଠି ସହଜରେ ଲୋକମାନେ ନିଜର ରକ୍ତ ପରୀକ୍ଷା କରି ମ୍ୟାଲେରିଆରେ ଆକ୍ରାନ୍ତ ନା’ ନାହିଁ, ଜାଣିପାରିବେ। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ଏବଂ ଭଞ୍ଜନଗର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ରୋଗୀଙ୍କ ସଂପର୍କରେ ସୂଚନା ରଖିବା ବ୍ୟବସ୍ଥା କରାଯାଇଛି। ୨୮୬୧ଜଣ ଆଶା କର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ସମ୍ପର୍କରେ ତାଲିମ୍‌ ପ୍ରଦାନ କରାଯାଇଛି। ଜାତୀୟ ବାୟୁ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି)ରେ ୯୦ଜଣ ଆୟୁଷ ଡାକ୍ତରଙ୍କୁ ମ୍ୟାଲେରିଆ ନିରାକରଣ ପାଇଁ ତାଲିମ୍‌ ପ୍ରଦାନ କରାଯାଇଛି। ଜିଲାର ଯେଉଁ ୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଆଡ଼ପଡ଼ା, ବଡ଼ଗଡ଼, ବୋମକେଇ, ଗାଲେରି, ଧରାକୋଟ, କୁକୁଡ଼ାଖଣ୍ଡି, ପୋଲସରା ଏବଂ ପାତ୍ରପୁରରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି, ସେଠାରେ ଘରକୁ ଘର ବୁଲି ଔଷଧ ସିଞ୍ଛନ ହେଉଛି। ଏଥି ସହ ଅଧିବାସୀଙ୍କୁ ମଶାରି ବଣ୍ଟନ କରାଯାଉଛି। ‘ଦମନ’ କାର୍ଯ୍ୟକ୍ରମରେ ନିୟମିତ ବ୍ୟବଧାନରେ ଗଁାକୁ ଗଁାଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଜିଲାର ୪୩ ଆଦିବାସୀ ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ମ୍ୟାଲେରିଆ ପରୀକ୍ଷା କରାଯିବ ବୋଲି ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

ବ୍ଲକ ସ୍ତରୀୟ ନାଟକ, ସୁବଳୟା ଖେଳ ପଡିଆରେ ଦୁଲୁକିବ କଳା ସଂସ୍କୃତିକ ମଞ୍ଚର…

ଗଞ୍ଜାମ,୨୦।୫(ବିଦ୍ୟାଧର ସାହୁ ): ୨୦୨୦ରେ ଗଠନ ହୋଇଥିବା ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଛଅ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ସଡ଼କ ଦୁର୍ଘଟଣାରେ ୨ ମୃତ, ମୃତକଙ୍କ ପରିବାରକୁ ଭେଟିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୨୦ା୫ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହଂସପୁର ଗ୍ରାମନିବାସୀ…

ଗ୍ରାମକୁ ମଦମୁକ୍ତ ପାଇଁ ଅଣ୍ଟାଭିଡ଼ିଲେ ମହିଳା, ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ

ବୁଗୁଡ଼ା,୨୦ା୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri