ମନ୍ଦିର ଗାତ୍ରରେ ଆଧ୍ୟାତ୍ମିକ ଚେତନାର ଛବି

ଭଦ୍ରକ ଅଫିସ, ୨୫।୧୧(ଡି.ଏନ.ଏ.)- ଲୌକିକ ପରମ୍ପରା ଓ ବିଶ୍ୱାସକୁ ନେଇ ଭଦ୍ରକ ସହରରେ ଗଢ଼ି ଉଠିଛି ବାବା ଲୋକନାଥଙ୍କ ମନ୍ଦିର। ସହର ମଧ୍ୟଭାଗସ୍ଥିତ ଓଟି ମାର୍କେଟ୍‌ଠାରେ ଥିବା ଏହି ଭବ୍ୟ ମନ୍ଦିର ୧୯୪୨ରେ ପ୍ରତିଷ୍ଠିତ ହୋଇଥିବା କୁହାଯାଏ। ହେଲେ ଲୋକନାଥ ବାବାଙ୍କ ଲୌକିକ ପରମ୍ପରାରେ ପୂଜାର୍ଚ୍ଚନା, ଜନଶ୍ରୁତି ଓ ଲୋକ ବିଶ୍ୱାସ ଏହି ଶୈବପୀଠର ଭିନ୍ନ ବିଶେଷତ୍ୱ ବହନ କରିଛି। ମନ୍ଦିରର ନିର୍ମାଣଶୈଳୀ ଓ କାରୁକାର୍ଯ୍ୟ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଭାବେ ଉଭା ହୋଇଛି। ଦୈନିକ ପୂଜାନୀତି ସାଙ୍ଗକୁ ମଧ୍ୟାହ୍ନରେ ମିଳୁଥିବା ଅନ୍ନପ୍ରସାଦ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତି ସନ୍ଧ୍ୟାରେ ଭାଗବତ ଚର୍ଚ୍ଚା ଓ ଭଜନ କୀର୍ତ୍ତନ ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ଦେଇଆସୁଛି।
ବିଭିନ୍ନ ପର୍ବପର୍ବାଣି ବ୍ୟତୀତ ଖାଲିଦିନରେ ମଧ୍ୟ ଏଠି ଭକ୍ତଙ୍କ ଭିଡ଼ ଜମେ। ଏହାର ସିଂହଦ୍ୱାର ଏକ ଭିନ୍ନ ଆକର୍ଷଣ। ଏଣୁ ସବୁ ଶିବ ମନ୍ଦିରଠାରୁ ଏହା ନିଆରା ଲାଗେ। ସିଂହଦ୍ୱାରରେ ଜଣେ ମଣିଷ ତଳେ ପଡ଼ିଥିବାବେଳେ ତାଙ୍କ ଉପରେ ଏକ ହାତୀ ରହିଥିବା ଓ ହାତୀ ଉପରେ ଏକ ସିଂହର କଳାକୃତି ଦେଖିବାକୁ ମିଳେ। ଗର୍ବ ଓ ଅହଙ୍କାର ପରିତ୍ୟାଗ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ଏହି କଳାକୃତି ସତେ ଯେମିତି ବାର୍ତ୍ତା ଦେଇଥାଏ। ଏହାବାଦ୍‌ ମନ୍ଦିର ପରିସରରେ ୮ ପ୍ରକାରର ଗଣେଶ ପୂଜା ପାଆନ୍ତି, ଯାହାକି ବାସ୍ତୁବିଦ୍ୟାର ପ୍ରତୀକ। ସେହିପରି ବୃଷଭଙ୍କ ସହ ମା’ ପାର୍ବତୀ, ଗଣେଶ, ନାରାୟଣ ଶାଳଗ୍ରାମ, କୃଷ୍ଣମୂର୍ତ୍ତି, ରାମମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, କାର୍ତ୍ତିକଙ୍କ ସମେତ ନବଗ୍ରହ ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିରର କାରୁକାର୍ଯ୍ୟ ମଧ୍ୟରେ ଚତୁର୍ବେଦର ଗୁରୁଙ୍କ ମୂର୍ତ୍ତି ସାଙ୍ଗକୁ ଦଶ ଅବତାର ଓ ବିଭିନ୍ନ ରାଜରାଜୁଡ଼ାଙ୍କ ମୂର୍ତ୍ତି ରହିଛି।
୧୨ ମାସରେ ୨୪ ପର୍ବ ପାଳନ ଏହି ମନ୍ଦିରର ଅନ୍ୟତମ ଆକର୍ଷଣ। ସରସ୍ବତୀ ପୂଜାଠାରୁ ଆରମ୍ଭ କରି ଅଗିରା ପୂର୍ଣ୍ଣିମା, ଜାଗର, ଦୋଳପୂର୍ଣ୍ଣିମା, ଶ୍ରୀରାମ ନବମୀ, ପଣା ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ଶୀତଳଷଷ୍ଠୀ, ଶ୍ରାବଣ ମାସରେ କାଉଡ଼ିଆ, ଧନୁସଂକ୍ରାନ୍ତି, ରାଖୀପୂର୍ଣ୍ଣିମା, ଝୁଲଣଯାତ୍ରା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ମହାଷ୍ଟମୀ ଓ ଦୁର୍ଗାପୂଜା, କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓ ପୂର୍ଣ୍ଣିମା, ଭାଗବତ ସପ୍ତାହ ସ୍ବତନ୍ତ୍ର ଭାବେ ପାଳନ କରାଯାଇଥାଏ। ପୂର୍ବରୁ ପ୍ରହ୍ଲାଦ ପାଣି ଓରଫ୍‌ ବାବାଜୀ ନନା ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଦେହାନ୍ତ ହେବା ପରେ ପୁଅ ବିଜୟ ପାଣି, ଅଜୟ ପାଣି ଓ ସଞ୍ଜୟ ପାଣି ପୂଜାନୀତି କାର୍ଯ୍ୟ ସମ୍ଭାଳୁଛନ୍ତି। ଗତ କାର୍ତ୍ତିକ ମାସରେ ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ ତରଫରୁ ଭାଗବତ ସପ୍ତାହ ଓ ଶ୍ରୀରାମ ନବମୀ ପାରାୟଣ ଆଦି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମନ୍ଦିର ପରିସରକୁ ଉତ୍ସବମୁଖର ରଖିଥିଲା। ବାବା ଲୋକନାଥଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ଏହି ବେଶରେ ବାବାଙ୍କୁ ବିଭିନ୍ନ ରତ୍ନ ଅଳଙ୍କାରରେ ସଜ୍ଜିତ କରାଯାଇଥାଏ। ଏହି ପୀଠରେ କୌଣସି ସାମଗ୍ରୀ ହଜିଲେ ଅଳ୍ପ ସମୟ ମଧ୍ୟରେ ମିଳିଯାଏ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri