Posted inଫୁରସତ

ମଦ ପିଇଲେ ୫୧ ହଜାର ଟଙ୍କା ଜରିମାନା

ସମସ୍ତିପୁର : ବିହାରର ସମସ୍ତିପୁର ଜିଲାର ଏକ ଗାଁ ଭୋଦଘାଟ। ଏହି ଗାଁରେ ଯିଏ ମଦ ବିକ୍ରି କରିବ କିମ୍ବା ପିଇବ ସେ ୫୧ ହଜାର ଟଙ୍କା ଜରିମାନା ଦେବ ବୋଲି ସର୍ବସମ୍ମତିିକ୍ରମେ ନିଷ୍ପତ୍ତି ନିଆଯାଇଛି। ବିହାରରେ ମଦ ପୂରା ବନ୍ଦ କରାଯାଇଥିଲେ ବି ଲୁଚାଛପାରେ ତାହା ଚାଲିବା ଘଟଣା ବହୁସମୟରେ ନଜରକୁ ଆସୁଛି। ଲୋକମାନେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଛନ୍ତି ଓ ପିଉଛନ୍ତି। ଖାସ କରି ଯୁବକମାନେ ନିଶାର ଶିକାର ହୋଇ ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି। ଏଣୁ ଗାଁର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ ଜରିମାନା ଦେବା ସହ ନିଶା କାରବାରରେ ଜଡିତ ବ୍ୟକ୍ତିକୁ ମଧ୍ୟ ପୋଲିସରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜରିମାନାରୁ ଯେଉଁ ଅର୍ଥ ମିଳିବ ତାହାକୁ ଗାଁର ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି ସେଠାରେ ନିଶା ନିବାରଣ ଲାଗିି ନେତୃତ୍ୱ ନେଉଥିବା ସମାଜସେବୀ ସୁରେଶ ଚୌଧୁରୀ କହିଛନ୍ତି। ଏମିତିକି ଗାଁ ବାହାରେ ଯଦି କେହି ମଦ ପିଇ ଗାଁ ଭିତରକୁ ଆସନ୍ତି ତାଙ୍କୁ ମଧ୍ୟ ଗାଁରେ ପ୍ରବେଶ କରାଇଦିଆଯିବନାହଁି। ଏତିକିରେ ଭୋଦଘାଟ ଅଟକି ଯାଇନି। ଗାଁରେ ଗୁଟ୍‌ଖା ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି। ଗାଁରେ ଡିଜେ ବି ବାଜିପାରିବନାର୍ହି । ଏହି ସବୁ କଟକଣା କିଭଳି କାର୍ଯ୍ୟକାରୀ ହେବ ତାହା ଉପରେ ନଜର ରଖିତ୍ବା ପାଇଁ ଭୋଦଘାଟରେ ଏକ କମିଟି ଗଢାଯାଇଛି। ଯେଉଁମାନେ ଗାଁର ନିଷ୍ପ୍ବତ୍ତିକୁ ଅମାନ୍ୟ କରିବେ ସେମାନଙ୍କୁ ଦଣ୍ଡଦେବାର ଦାୟିତ୍ୱ ଏହି କମିଟିକୁ ଦିଆଯାଇଛି। ଗାଁରୁ ନିଶା ପୂରା ମୂଳପୋଛ ହେବାରେ ଭୋଦଘାଟ ଯେଉଁ ନିଷ୍ପ୍ବତ୍ତି ନେଇଛି ତାହା କେବଳ ବିହାର ନୁହେଁ ସାରା ଦେଶକୁ ବି ବାଟ ଦେଖାଇବ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri