ମଦମୃତ୍ୟୁ ଘଟଣାର ତଦନ୍ତରେ ଶିଥିଳତା: ୧୯ରେ ଥାନା ଘେରିବ ଭାଜପା

ତିହିଡ଼ି, ୧୪।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପୀରହାଟ ଅଞ୍ଚଳରେ ମଦମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଛି। ଏହାକୁ ନେଇ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ତିହିଡ଼ି ଥାନା ଘେରାଉ କରାଯିବ ବୋଲି ତିହିଡ଼ି ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଭାଜପା ପକ୍ଷରୁ ସୂଚନା ଦିଆଯାଇଛି।
ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏଥିରେ ଯୋଗଦେଇ କହିଥିଲେ, ମଦମୃତ୍ୟୁ ଘଟଣାରେ ଶାସକ ଦଳର ପ୍ରଚ୍ଛନ୍ନ ହାତ ରହିଛି। ଏପରିକି ଜଣେ ବିଧାୟକଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଭାଜପା ପକ୍ଷରୁ ତିହିଡ଼ି ଥାନା ଓ ପୀରହାଟ ଫାଣ୍ଡିରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଘଟଣାର ଆର୍‌ଡିସିସ୍ତରୀୟ ତଦନ୍ତ ଚାଲିଛି ବୋଲି ଶୁଣାଯାଉଥିଲେ ମଧ୍ୟ ତଦନ୍ତ କେଉଁଠି ହେଉଛି ତାହା ଜଣାପଡୁନାହିଁ ବୋଲି ସେ କହିଥିଲେ। ମଦମୃତ୍ୟୁ ଯୋଗୁ ସ୍ବାମୀ ହରାଇଥିବା ମହିଳା ଓ ବାପା ହରାଇଥିବା ପିଲାଙ୍କୁ ନ୍ୟାୟ ମିଳିବା ଜରୁରୀ। ପୋଲିସ ସାଧାରଣ ଘଟଣାରେ ଲୋକଙ୍କୁ ଗିରଫ କରୁଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। କେତେକ ସାଧାରଣ ଲୋକଙ୍କୁ ଗିରଫ କରି ପୋଲିସ ଚୁପ୍‌ ହୋଇ ବସିଥିବା ବେଳେ ମଦ ଆଣିଥିବା ଓ ବଣ୍ଟନ କରିଥିବା ଲୋକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପୋଲିସର କାର୍ଯ୍ୟକଳାପକୁ ସନ୍ଦେହଘେରକୁ ଆଣିଛି। ପୀରହାଟ ପରି ବୟାଙ୍ଗ ଅଞ୍ଚଳରେ ପାନୀୟଜଳର କ୍ଳୀଷ୍ଟତା ଥିବାବେଳେ ମଦର ଅଭାବ ନାହିଁ ବୋଲି ବିଧାୟକ ସେଠୀ କହିଥିଲେ। ଜିଲା ଉପସଭାପତି ଦୁର୍ଗାଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ମଣ୍ଡଳ ସଭାପତି ଶଶିକାନ୍ତ ବିଶ୍ୱାଳ, ଉମାକାନ୍ତ ଦାସ, ସୁଧାଂଶୁ ଶେଖର ପାଣିଗ୍ରାହୀ ଓ ପ୍ରଦୀପ ବଳ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ସୀତାକାନ୍ତ ନାୟକ, ଶ୍ରୀଧର ନାଥ, ମଙ୍ଗରାଜ ନାୟକ, ରାଜକିଶୋର ନାୟକ, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri