ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

କାମାକ୍ଷାନଗର, ୨୪।୪(ଡି.ଏନ୍‌.ଏ.)- ସାରା ରାଜ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌), ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ମତଦାତାଙ୍କ ମନରେ ଅସନ୍ତୋଷକୁ ଦ୍ୱିଗୁଣିତ କରିଥିବାବେଳେ ଆଦର୍ଶ ବୁଥରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ମାହୋଲ। କାମାକ୍ଷାନଗର ଏନ୍‌ଏସିରେ ହୋଇଥିବା ଆଦର୍ଶ ବୁଥ୍‌ରେ ଏମିତି କିଛି ବ୍ୟବସ୍ଥା କରାଯାଇଥିଲା, ଯାହା ଭୋଟରଙ୍କ ଭିତରେ ଭରିଥିଲା ବିପୁଳ ଉତ୍ସାହ।

ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଥମ ଥର ପାଇଁ କରାଯାଇଥିବା ମଡେଲ ବୁଥ୍‌ ଅନ୍ୟ ସାଧାରଣ ବୁଥ୍‌ଠାରୁ ସହଜରେ ବାରି ହୋଇ ପଡୁଥିଲା। ଏଠାରେ ମତଦାତାଙ୍କୁ ସ୍ବାଗତ କରିବାକୁ ବିଛାଯାଇଥିଲା କାର୍ପେଟ। ଅସହ୍ୟ ଖରାରୁ ରକ୍ଷା ପାଇଁ ବନ୍ଧା ଯାଇଥିଲା ଟେଣ୍ଟ। ଲଗାଯାଇଥିଲା ଫ୍ୟାନ୍‌। ବଣ୍ଟାଯାଉଥିଲା ସର୍ବତ। ଏଠାରେ ପୁରା କୁଲ ମୁଡ୍‌ରେ ଭୋଟରମାନେ ସେମାନଙ୍କ ଜନପ୍ରତିନିଧିଙ୍କୁ ବାଛିବାର ସୁଯୋଗ ପାଇଥିଲେ। ଆଦର୍ଶ ବୁଥ୍‌ର ସାଜସଜ୍ଜା ମଧ୍ୟ ନିଆରା ଥିଲା। ଏହାକୁ ଦେଖିଲେ ଗଣତନ୍ତ୍ରର ମହାପର୍ବର ମହତ୍ତ୍ୱ ଅନୁଭବ କରିହେଉଥିଲା। ଏପରି ଅଭ୍ୟର୍ଥନା ପାଇଥିବା ଭୋଟରମାନେ ମତଦାନ କେନ୍ଦ୍ରରୁ ବାହୁଡ଼ିବାବେଳକୁ ଆପେଆପେ ସେମାନଙ୍କ ମୁହଁରେ ଉକୁଟି ଉଠୁଥିଲା ହସ। ଖାସ୍‌ ଏମିତି ବ୍ୟବସ୍ଥା ସବୁ ମତଦାନ କେନ୍ଦ୍ରରେ କରାଯାଇଥିଲେ ମତଦାନ ହାର ଆହୁରି ବଢ଼ିଥାନ୍ତା ବୋଲି ଅନେକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ…

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ…

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ…

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri