ଭୁବନେଶ୍ୱର, ୭ା୩ (ବ୍ୟୁରୋ): ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ସହ ଇପିଏଫ୍ ଓ ଇଏସଆଇ ଆଦି ପୈଠ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଇ-ମଷ୍ଟରରୋଲ ନାମରେ ନୂତନ ବୈଷୟିକ କୌଶଳ ପ୍ରୟୋଗ କରିବେ। ସରକାର ଏଥିପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ପୂର୍ତ୍ତ ସଚିବ କ୍ରିଷନ କୁମାର ଏହି ବିଷୟରେ ବୈଷୟିକ ପ୍ରୟୋଗର ପ୍ରୟୋଜନୀୟତା ଏବଂ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଇ-ମଷ୍ଟରରୋଲର ବୈଷୟିକ, ପ୍ରଶାସନିକ ଓ ଆର୍ଥିକ ଦିଗଗୁଡିକୁ ବିଚାର କରି ଭିତ୍ତିଭୂମି ନିର୍ମାଣ କରୁଥିବା ବିଭାଗଗୁଡିକ ଏହାର ପରୀକ୍ଷାମୂଳକ ପ୍ରୟୋଗ କରିବାକୁ କୁହାଯାଇଛି। ଏହି ସଫ୍ଟଓ୍ବେରକୁ ଇ-ଶ୍ରମିକ, ଇଏସ୍ଆଇ ଏବଂ ଇପିଏଫ୍ ତଥ୍ୟଭିତ୍ତିକ ସହିତ ସଂଯୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଓ ଗୃହ ଉନ୍ନୟନ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କିଛି ପ୍ରକଳ୍ପରେ ଏହି ପରୀକ୍ଷାମୂଳକ ପ୍ରୟୋଗ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ଆଲୋଚନା ଶେଷରେ ମିଳିଥିବା ସୂଚନା ମୁତାବକ, ଉକ୍ତ ସଫ୍ଟଓ୍ବେର ମୁଖ୍ୟତଃ ୩ଟି ଉଦ୍ଦେଶ୍ୟ ସାଧନ କରିବ। ଶ୍ରମିକମାନଙ୍କ ମଜୁରି, ଇପିଏଫ୍ ଓ ଇଏସ୍ଆଇ ପୈଠ ଆଦି ଉପରେ କର୍ତ୍ତୃପକ୍ଷମାନେ ଅନଲାଇନ୍ରେ ନଜର ରଖିପାରିବେ। ଠିକ୍ ସମୟରେ ବୈଦ୍ୟୁତିକ ପ୍ରକ୍ରିୟାରେ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ପ୍ରାପ୍ୟ ପଠାଯାଉଛି ନା ନାହିଁ ସେନେଇ ତଦାରଖ କରିହେବ। ଠିକାଦାର ତଥ୍ୟଭିତ୍ତିକ ପରିବର୍ତ୍ତନ ପାଇଁ ଆସୁଥିବା ବିଭିନ୍ନ ଦରଖାସ୍ତର ମଧ୍ୟ ଉପଯୁକ୍ତ ପରିଚାଳନା ହୋଇପାରିବ। ବର୍ତ୍ତମାନ ମୁଖ୍ୟ ଭାବେ ଭିତ୍ତିଭୂମି ନିର୍ମାଣ କରୁଥିବା ୫ଟି ବିଭାଗ ଠିକାଦାର ତଥ୍ୟଭିତ୍ତିକ ବ୍ୟବସ୍ଥା ପ୍ରୟୋଗ କରାଇଛନ୍ତି। ଇ-ମଷ୍ଟରରୋଲ ବାବଦରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କୁ ଠିକ୍ ଭାବେ ସଚେତନ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…
ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍ ଲାଇନ୍ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…
ପ୍ରଥମେ କାଟିଲେ, ପରେ ଯୋଡ଼ିଲେ
ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…
ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍ ଏକ ମାସ ପରେ ଏକ ସାଂଘାତିକ…
ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି
କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…
ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …
ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…
ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…
ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…
କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ
ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…
ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି
ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

