ଭିନ୍ନ ମୋଡ଼ ନେଲା ନାବାଳକ ଅପହରଣ ଅଭିଯୋଗ:କିନ୍ନର ସଂଘ ସଦସ୍ୟଙ୍କ ସହ ଯିବାକୁ ଜିଦ୍‌

ଅନୁଗୋଳ ଅଫିସ,୧୮।୬ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ଜଣେ ନାବାଳକଙ୍କୁ କେହି ଅପହରଣ କରି ନେଇଥିବା ଗତ ମାସ ୨୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଚଳିତମାସ ୧୫ ତାରିଖରେ କଲିୟରୀ ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଭୁବନେଶ୍ୱରର କିନ୍ନର ବସ୍ତିରୁ ଉଦ୍ଧାର କରିଥିଲା। ରବିବାର ତାଙ୍କୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ କୋର୍ଟ ସମ୍ପୃକ୍ତ ନାବାଳକଙ୍କୁ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି)ଙ୍କ ନିକଟକୁ ପଠାଇ ଦେଇଥିଲେ। କିନ୍ତୁ ସୋମବାର ଏହି ଅପହରଣ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଅନୁଗୋଳ ହାଟଛକଠାରେ ଥିବା ସିଡବ୍ଲ୍ୟୁସି କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍ଧାର ନାବାଳକ କିନ୍ନର ସଂଘ ସଦସ୍ୟଙ୍କ ସହ ରହିବାକୁ ଜିଦ୍‌ କରିଥିବା ବେଳେ ଭୁବନେଶ୍ୱରରୁ ଯାଇଥିବା ଅଲ ଓଡ଼ିଶା କିନ୍ନର ସଂଘ କର୍ମକର୍ତ୍ତାମାନେ ମଧ୍ୟ ଏ ନେଇ ଦାବି ରଖିଥିଲେ। କିନ୍ତୁ ଏହା ଆଇନ ପରିସରରେ ଆସୁ ନ ଥିବାରୁ ସିଡବ୍ଲ୍ୟୁସି ସେମାନଙ୍କ ଦାବିକୁ ଆଗ୍ରହ୍ୟ କରିବା ସହ ଉଦ୍ଧାର ନାବାଳକଙ୍କୁ ତାଙ୍କ ମାତାପିତାଙ୍କ ଜିମା ଦେଇଥିଲେ।
ପୋଲିସ ଭୁବନେଶ୍ୱର କିନ୍ନର ବସ୍ତିରୁ ଉଦ୍ଧାର କରିଥିବା ନାବାଳକଙ୍କୁ ସିଡବ୍ଲ୍ୟୁସିକୁ ପଠାଇ ଦେଇଥିବା ଖବର ପାଇ ଅଲ୍‌ ଓଡ଼ିଶା କିନ୍ନର ସଂଘ ସମ୍ପାଦିକା ମେଘନା ସାହୁଙ୍କ ସହ ଅନ୍ୟମାନେ ଆସି ଅନୁଗୋଳରେ ପହଞ୍ଚତ୍ଥିଲେ। ଫଳରେ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ସମେତ ସଦସ୍ୟମାନେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲେ। ଏପରି କି ସମ୍ପୃକ୍ତ ନାବାଳକଙ୍କୁ କେଉଁଠାରେ ରଖାଯିବ ତାହାକୁ ନେଇ ଦୀର୍ଘ ୩ ଘଣ୍ଟା ଧରି ତର୍ଜମା ଚାଲିଥିଲା। ନାବାଳକ ଜଣକ କହିଥିଲେ, ତାଙ୍କୁ କେହି ଅପହରଣ କରିନାହାନ୍ତି, ବରଂ ସେ ମା’ ବାପାଙ୍କ ମାନସିକ ନିର୍ଯାତନା ସହି ନ ପାରି ଘର ଛାଡ଼ି ଚାଲିଯାଇଥିଲେ। ଶାଢ଼ି, ଚୂଡ଼ି ସହ ମହିଳାଙ୍କ ପୋଷାକ ପରିଧାନ କରିବାକୁ ସେ ଭଲ ପାଉଥିଲେ। ମହିଳାଙ୍କ ପରି ଆଚାର ବ୍ୟବହାର କରୁଥିବାରୁ ଲୋକଲଜ୍ଜା ଭୟରେ ତାଙ୍କୁ ଘରେ ବନ୍ଦ କରି ରଖାଯାଉଥିଲା। ତେଣୁ ପରିବାର ଲୋକଙ୍କ ପରିବର୍ତ୍ତେ ଅଲ୍‌ ଓଡ଼ିଶା କିନ୍ନର ସଂଘ ସମ୍ପାଦିକାଙ୍କ ସହ ଯିବାକୁ ଦିଆଯାଉ ବୋଲି ସେ କହିଥିଲେ। କିନ୍ତୁ ଏହାକୁ ପରିବାର ଲୋକେ ଓ ସିଡବ୍ଲ୍ୟୁସି ପକ୍ଷରୁ ବିରୋଧ କରାଯାଇଥିଲା। ଏହି ସମୟରେ ସାବାଳକ ହେବା ଯାଏ କିନ୍ନରଙ୍କ ରହିବା ଭଳି ବ୍ୟବସ୍ଥା ଥିବା ଶିଶୁ ଯତ୍ନ କେନ୍ଦ୍ରରେ ରଖିବାକୁ କିନ୍ନର ସଂଘ ସମ୍ପାଦିକା ମେଘନା ସାହୁ ଯୁକ୍ତି ବାଢ଼ିଥିଲେ। ତେବେ ଦୀର୍ଘ ସମୟର ଆଲୋଚନା ପରେ କୌଣସି ପ୍ରକାର ନିର୍ଯାତନା ଦିଆଯିବ ନାହିଁ ବୋଲି ନାବାଳକଙ୍କ ବାପା ସିଡବ୍ଲ୍ୟୁସି ଓ କିନ୍ନର ସଂଘକୁ ଲିଖିତ ଭାବେ ଅବଗତ କରିବା ପରେ ନାବାଳକଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ସମାଧାନ ସମୟରେ ସିଡବ୍ଲ୍ୟୁସି ସଦସ୍ୟା ବିଦୁଲତା ମିଶ୍ର, ପଦ୍ମାବତୀ ମିଶ୍ର, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଝରଣା ନାୟକ, ସମାଜ ମଙ୍ଗଳ ଅଧିକାରୀ ମନୋରମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri