ଭିତ୍ତିଭୂମି ଅଭାବରୁ ଶ୍ରୀହୀନ ଶିକ୍ଷାନୁଷ୍ଠାନ

ଧାମନଗର ୩୦।୭(ଡି.ଏନ.ଏ.)- ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଥିଲେ ବି ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାନୁଷ୍ଠାନ ଥାଇ ନ ଥିଲା ପରି ଚାଲିଛି। ଗରିବ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଉଥିଲେ ମଧ୍ୟ ସେମାନେ ପାଠ ପଢ଼ିପାରୁ ନାହାନ୍ତି। ଏଥିଲାଗି ଅନେକ ଅଭିଭାବକ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ପସନ୍ଦ କରୁଛନ୍ତି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରୀଛାତ୍ର ଅଭାବ ଭଳି ସମସ୍ୟା ଯୋଗୁ କ୍ରମେ ଶ୍ରୀହୀନ ହେବାରେ ଲାଗିଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଶିକ୍ଷା ବିଭାଗ ନୀରବଦ୍ରଷ୍ଟା ସାଜିଛି।
ଭଦ୍ରକ ଜିଲା ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତରେ ଥିବା ପୂର୍ବ ଫଳପୁର ନୋଡାଲ ୟୁପି ବିଦ୍ୟାଳୟକୁ ଏହାର ଏକ ନମୁନା ଭାବେ ନିଆଯାଇପାରେ। ଭିତ୍ତିଭୂମିର ବିକାଶ ଦୂରେ ଥାଉ ଏହାର ପରିସର ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି। ଏହାର ପାଚେରି ନ ଥିବାବେଳେ ଦୁଇ ଶ୍ରେଣୀଗୃହ ମଝି ଦେଇ ସର୍ବସାଧାରଣଙ୍କ ଯାତାୟାତ ରାସ୍ତା ଥିବା ଏବଂ ସେହି ରାସ୍ତାରେ ଗାଡ଼ି ଚଳାଚଳ କରୁଥିବାରୁ ଛାତ୍ରୀଛାତ୍ରଙ୍କ ଜୀବନ ବାଜିରେ ଲାଗିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପ୍ରତିକାର ହେଉ ନାହିଁ। ଶ୍ରେଣୀଗୃହ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ସାଧାରଣ ଲୋକଙ୍କ ଯାତାୟାତ ଓ ଛାତ୍ରୀଛାତ୍ରଙ୍କ ଖେଳଛୁଟି ଖେଳକୁଦ ବେଳେ ଯାନାବାହାନ ଚଳାଚଳ କରୁଥିବାରୁ ଶିକ୍ଷୟିତ୍ରୀଶିକ୍ଷକମାନେ ଏହାକୁ ନିରାପଦ ମଣୁ ନାହାନ୍ତି। ସୋମବାର ପ୍ରଧାନଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କ ଅଭିଯୋଗ କ୍ରମେ କେତେକ ଗ୍ରାମବାସୀ ଉକ୍ତ ରାସ୍ତା ମଝିରେ ଏକ ପକ୍କାପିଲାର ବସାଇ ଭାରିଯାନ ଯାତାୟାତକୁ ବନ୍ଦ କରିଥିବା ଜଣାପଡ଼ିଛି।
ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନର ସ୍ଥାଣୁତା ଯୋଗୁ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ୧୯୮୧ରୁ ସ୍ଥାପିତ ଏହି ବିଦ୍ୟାଳୟରେ ନଦୀଗଁା ଏବଂ ଭଟ୍ଟସାହି ଦୁଇ ପଞ୍ଚାୟତର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୫ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ମାତ୍ର ୨ଟି ଶ୍ରେଣୀଗୃହ ରହିଛି। ଫଳରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ଏହି ଦୁଇ କୋଠରିରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟର ପାଚେରି ନିର୍ମାଣ ପାଇଁ ସରକାର ଗାଇଡ ଲାଇନ ଜାରି କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଉ ନାହିଁ। ଶ୍ରେଣୀଗୃହ ଓ ରୋଷେଇ ଘର ନିର୍ମାଣ ଲାଗି ୩ ଥର ଅର୍ଥ ଆସି ଫେରିଯାଇଥିବା କୁହାଯାଉଛି। ଏସବୁ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବିଇଓ ଏବଂ ଜିଲାପାଳଙ୍କୁ ଅବଗତ କରାଇବା ଲାଗି ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ନାମରେ ୮ ଡିସିମିଲ ଜମି ଥିବା ସତ୍ତ୍ୱେ ମାତ୍ର ଦୁଇଟି ଶ୍ରେଣୀଗୃହ ବ୍ୟବସ୍ଥା କାହିଁକି କରାଯାଇଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଶ୍ରେଣୀଗୃହ ଛାତରୁ ପଲସ୍ତରା ଖସି ବର୍ଷାପାଣି ଗଳୁ ଥିବାରୁ ଏବେ ୧୨୫ ଛାତ୍ରୀଛାତ୍ର ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢୁଥିବା ଅଭିଭାବକ କହିଛନ୍ତି। ପୁରୁଣା ଶୌଚାଳୟ ମଧ୍ୟ ନଷ୍ଟ ହୋଇଯାଇଛି। ରୋଷେଇ ଘର ନ ଥିବାରୁ ଶ୍ରେଣୀଗୃହକୁ ଲାଗି ବରଡ଼ା ତାଟି ଓ ପାଲ ପକାଇ ଅପରିଷ୍କାର ପରିବେଶରେ ରୋଷେଇ କାର୍ଯ୍ୟ କରାଯାଉଛି। ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବ ଏବଂ ରାଜନୀତି ଚକ୍ରବ୍ୟୁହରେ ଏହି ଶିକ୍ଷାନୁଷ୍ଠାନ ପେଶି ହୋଇଯାଇଛି। ଏହାର ପ୍ରତିକାର ନ ହେଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri