ଭିତ୍ତିଭୂମି ଅଭାବରୁ ଶ୍ରୀହୀନ ଶିକ୍ଷାନୁଷ୍ଠାନ

ଧାମନଗର ୩୦।୭(ଡି.ଏନ.ଏ.)- ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଥିଲେ ବି ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାନୁଷ୍ଠାନ ଥାଇ ନ ଥିଲା ପରି ଚାଲିଛି। ଗରିବ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଉଥିଲେ ମଧ୍ୟ ସେମାନେ ପାଠ ପଢ଼ିପାରୁ ନାହାନ୍ତି। ଏଥିଲାଗି ଅନେକ ଅଭିଭାବକ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ପସନ୍ଦ କରୁଛନ୍ତି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରୀଛାତ୍ର ଅଭାବ ଭଳି ସମସ୍ୟା ଯୋଗୁ କ୍ରମେ ଶ୍ରୀହୀନ ହେବାରେ ଲାଗିଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଶିକ୍ଷା ବିଭାଗ ନୀରବଦ୍ରଷ୍ଟା ସାଜିଛି।
ଭଦ୍ରକ ଜିଲା ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତରେ ଥିବା ପୂର୍ବ ଫଳପୁର ନୋଡାଲ ୟୁପି ବିଦ୍ୟାଳୟକୁ ଏହାର ଏକ ନମୁନା ଭାବେ ନିଆଯାଇପାରେ। ଭିତ୍ତିଭୂମିର ବିକାଶ ଦୂରେ ଥାଉ ଏହାର ପରିସର ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି। ଏହାର ପାଚେରି ନ ଥିବାବେଳେ ଦୁଇ ଶ୍ରେଣୀଗୃହ ମଝି ଦେଇ ସର୍ବସାଧାରଣଙ୍କ ଯାତାୟାତ ରାସ୍ତା ଥିବା ଏବଂ ସେହି ରାସ୍ତାରେ ଗାଡ଼ି ଚଳାଚଳ କରୁଥିବାରୁ ଛାତ୍ରୀଛାତ୍ରଙ୍କ ଜୀବନ ବାଜିରେ ଲାଗିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପ୍ରତିକାର ହେଉ ନାହିଁ। ଶ୍ରେଣୀଗୃହ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ସାଧାରଣ ଲୋକଙ୍କ ଯାତାୟାତ ଓ ଛାତ୍ରୀଛାତ୍ରଙ୍କ ଖେଳଛୁଟି ଖେଳକୁଦ ବେଳେ ଯାନାବାହାନ ଚଳାଚଳ କରୁଥିବାରୁ ଶିକ୍ଷୟିତ୍ରୀଶିକ୍ଷକମାନେ ଏହାକୁ ନିରାପଦ ମଣୁ ନାହାନ୍ତି। ସୋମବାର ପ୍ରଧାନଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କ ଅଭିଯୋଗ କ୍ରମେ କେତେକ ଗ୍ରାମବାସୀ ଉକ୍ତ ରାସ୍ତା ମଝିରେ ଏକ ପକ୍କାପିଲାର ବସାଇ ଭାରିଯାନ ଯାତାୟାତକୁ ବନ୍ଦ କରିଥିବା ଜଣାପଡ଼ିଛି।
ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନର ସ୍ଥାଣୁତା ଯୋଗୁ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ୧୯୮୧ରୁ ସ୍ଥାପିତ ଏହି ବିଦ୍ୟାଳୟରେ ନଦୀଗଁା ଏବଂ ଭଟ୍ଟସାହି ଦୁଇ ପଞ୍ଚାୟତର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୫ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ମାତ୍ର ୨ଟି ଶ୍ରେଣୀଗୃହ ରହିଛି। ଫଳରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ଏହି ଦୁଇ କୋଠରିରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟର ପାଚେରି ନିର୍ମାଣ ପାଇଁ ସରକାର ଗାଇଡ ଲାଇନ ଜାରି କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଉ ନାହିଁ। ଶ୍ରେଣୀଗୃହ ଓ ରୋଷେଇ ଘର ନିର୍ମାଣ ଲାଗି ୩ ଥର ଅର୍ଥ ଆସି ଫେରିଯାଇଥିବା କୁହାଯାଉଛି। ଏସବୁ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବିଇଓ ଏବଂ ଜିଲାପାଳଙ୍କୁ ଅବଗତ କରାଇବା ଲାଗି ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ନାମରେ ୮ ଡିସିମିଲ ଜମି ଥିବା ସତ୍ତ୍ୱେ ମାତ୍ର ଦୁଇଟି ଶ୍ରେଣୀଗୃହ ବ୍ୟବସ୍ଥା କାହିଁକି କରାଯାଇଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଶ୍ରେଣୀଗୃହ ଛାତରୁ ପଲସ୍ତରା ଖସି ବର୍ଷାପାଣି ଗଳୁ ଥିବାରୁ ଏବେ ୧୨୫ ଛାତ୍ରୀଛାତ୍ର ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢୁଥିବା ଅଭିଭାବକ କହିଛନ୍ତି। ପୁରୁଣା ଶୌଚାଳୟ ମଧ୍ୟ ନଷ୍ଟ ହୋଇଯାଇଛି। ରୋଷେଇ ଘର ନ ଥିବାରୁ ଶ୍ରେଣୀଗୃହକୁ ଲାଗି ବରଡ଼ା ତାଟି ଓ ପାଲ ପକାଇ ଅପରିଷ୍କାର ପରିବେଶରେ ରୋଷେଇ କାର୍ଯ୍ୟ କରାଯାଉଛି। ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବ ଏବଂ ରାଜନୀତି ଚକ୍ରବ୍ୟୁହରେ ଏହି ଶିକ୍ଷାନୁଷ୍ଠାନ ପେଶି ହୋଇଯାଇଛି। ଏହାର ପ୍ରତିକାର ନ ହେଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?