ଭିଡ଼ିଓ କନଫେରେନ୍ସିଂରେ ଧାନ ସଂଗ୍ରହ କମିଟି ବୈଠକ: ମେ ପହିଲାରୁ ମଣ୍ଡି ଖୋଲିବାକୁ ଦାବି କଲେ ଚାଷୀ ପ୍ରତିନିଧି

ବରଗଡ଼ ଅଫିସ୍‌,୨୩।୪-ରବିଋତୁ ଧାନ ସଂଗ୍ରହ ପାଇଁ ଗୁରୁବାର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼, ଅତାବିରା, ପଦ୍ମପୁର, ବରପାଲି, ବିଜେପୁର ଆଦି ସ୍ଥାନର ଓସୱାନ ହଲ ଗୁଡ଼ିକରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଏହ ବୈଠକ ହୋଇଥିଲା । ବୈଠକରେ ଆସନ୍ତା ମଇ ୮ତାରିଖରୁ ରବିଋତୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଚାଷୀ ପ୍ରତିନିଧିମାନେ ମେ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଥିଲେ । ସେହିପରି ଏଥର ୧୨୪ଟି ମାର୍କେଟ୍‌ ୟାର୍ଡ଼ରେ ୫୧ଟି ପ୍ୟାକ୍ସ, ୧୪ଟି ଏସଏଚଜି ଗ୍ରୁପ୍‌ ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରିବ ଏବଂ କଷ୍ଟମ ମିଲିଂ ମାଧ୍ୟମରେ ୧୧୪ଟି ମିଲର୍ସ ସାମିଲ ହେବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଜୁନ୍‌ ୧୫ତାରିଖ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିବାକୁ ଥିବା ଯୋଗୁ ଆବଶ୍ୟକ ପଡ଼ିଲେ ନୂଆ ମଣ୍ଡି ଖୋଲାଯିବ ବୋଲି ମଧ୍ୟ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ତେବେ ଏକର ପ୍ରତି କେତେ ପରିମାଣରେ ଧାନ ସଂଗ୍ରହ ହେବ, ତାହା ବୈଠକରେ ଚୂଡ଼ାନ୍ତ ହୋଇପାରି ନ ଥିଲା । ଗତଥର ଏକର ପ୍ରତି ୨୬ କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା। ତେବେ ଏହି ପରିମାଣ ଏଥର ବୃଦ୍ଧି କରିବାକୁ ଚାଷୀମାନେ ଦାବି ଉପସ୍ଥାପନ କରିଥିଲେ । କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ପ୍ରତ୍ୟେକ ଦିନ କେବଳ ୩୦ଜଣ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି ସୂଚନା ଦିଆଯାଇଥିଲା । ସେହିପରି ଚାଷୀମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ ସହିତ ମାସ୍କ, ରୁମାଲ, ଗାମୁଛାରେ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଜିଲାର ୭୩ ହଜାର ୭୬୦ ହେକ୍ଟର ଜମିରେ ଧାନ ହୋଇଛି। ଏ ପର୍ଯ୍ୟନ୍ତ ୫୨ହଜାର ଚାଷୀଙ୍କ ପଞ୍ଜୀକରଣ ନବୀକରଣ ହୋଇଛି। ୨୦ହଜାର ୯୬୯ଜଣ ଚାଷୀ ନୂତନଭାବେ ପଞ୍ଜିକରଣ କରିଥିବା ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସମୟ ଅବଧିକୁ ଆହୁରି ବଢ଼ାଇବାକୁ ଚାଷୀମାନେ ଦାବି କରିଥିଲେ । ଏହା ସହିତ ଧାନ ସଂଗ୍ରହ ପ୍ରକ୍ରିୟା ସମୟରେ ପଡ଼ୋଶୀ ଛତିଶଗଡ଼ରୁ ଜିଲାକୁ ଯେଭଳି ଧାନ ପ୍ରବେଶ କରି ନ ପାରିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୈଠକରେ ମତପ୍ରକାଶ ପାଇଛି। ଯୋଗାଣ ନିଗମ ଚାଷୀଙ୍କୁ ଅଖା(ବସ୍ତା) ଯୋଗାଇ ଦେବାକୁ ଦାବି ହୋଇଥିଲା । ସେହିପରି ଏଥର ଧାନ ଅମଳବେଳେ ଶ୍ରମିକ ଅଭାବ ପରିସ୍ଥିତି ଆଶଙ୍କା ରହିଥିବା ଯୋଗୁ ହୀରାକୁଦ ଜଳସେଚିତ ଅଞ୍ଚଳକୁ ବାହ୍ୟ ଜିଲାରୁ ଶ୍ରମିକଙ୍କ ପ୍ରବେଶ ଉପରେ ସୁଯୋଗ ଦେବା ପାଇଁ ଚାଷୀ ପ୍ରତିନିଧିମାନେ ମତପ୍ରକାଶ କରିଥିଲେ । ବୈଠକରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିଜେପୁର ବିଧାୟିକା ରୀତା ସାହୁ, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ଜିଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେସ୍ରାଙ୍କ ସମେତ ଚାଷୀ ପ୍ରତିନିଧି ଜୟକୃଷ୍ଣ ସାହୁ, କିଶୋର ଦେବତା, ରବିନ୍ଦ୍ର ବିଶି ଏବଂ ମିଲର୍ସ ପ୍ରତିନଧି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ…

କେନ୍ଦୁଝର,୧୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ବସ୍ତାରେ ପୂରାଇ ଘରେ ଲୁଚାଇ ରଖିବା ଘଟଣା...

ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ଜେଲ ଗଲେ, ପାଲଟା ଅଭିଯୋଗ ଆଣିଲେ ସ୍ତ୍ରୀ

ବ୍ରହ୍ମପୁର,୧୪ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ...

ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ହିଞ୍ଜିଳିକାଟୁ,୧୪।୫(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଙ୍ଗଳବାର ବିଜେଡ଼ି ପାଇଁ...

ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଶକ୍ତି ପ୍ରଦର୍ଶନ କଲା ବିଜେଡି: ୭ ପଞ୍ଚାୟତରେ ବାଇକ୍‌ ରାଲି

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବାଇକ୍‌ ରାଲି ମାଧ୍ୟମରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ମଙ୍ଗଳବାର ହାଟଡିହୀ ବ୍ଲକର...

ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ସୋସୋ ପୋଲିସ ଏବଂ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ କେନ୍ଦୁଝର- ଭଦ୍ରକ ସୀମାନ୍ତ ଅଞ୍ଚଳ କାନପୁରଠାରେ ଗାଡି...

ନିଖୋଜର ଦିନକ ପରେ ମିଳିଲା ମୃତଦେହ: ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଭମରମାଲ ଛକ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ କେସିଙ୍ଗା...

ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡିଏସ୍‌ପି ପ୍ରଶାନ୍ତ କୁମାର ବେହେରା ଏବଂ ତାଙ୍କ ଟିମ୍‌କୁ ଏକ ସଫଳତା ମିଳିଛି। ବେଆଇନ ଦେଶୀ ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri