ଭାଲୁ ଆକ୍ରମଣରେ ୫ ଆହତ

ଠାକୁରମୁଣ୍ଡା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର କୋଇଲିପାଳ ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ସକାଳେ ଏକ ଭାଲୁ ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗୁରା ପୂର୍ତ୍ତି, ମଙ୍ଗୁଲୁ ଶୁଣ୍ଢି, ଜଗବନ୍ଧୁ ପୂର୍ତ୍ତି, ସାନଗି ପୂର୍ତ୍ତି ଓ ପାତର ପୂର୍ତ୍ତି। ଗୁରା ଓ ମଙ୍ଗୁଲୁଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସାପାଇଁ ସମସ୍ତଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳେ ମଙ୍ଗୁଲୁ ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥ୍‌ତ୍ଲା। ସେ ଚିତ୍କାର କରିବାରୁ ନିକଟରେ ଥିବା ସେହି ଗ୍ରାମର କେତେକ ଲୋକ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ହିଂସ୍ର ଭାଲୁଟି ଆକ୍ରମଣ କରି ୫ ଜଣଙ୍କୁ ଘାଇଲା କରି ପକାଇଥିଲା। ସେମାନଙ୍କର ହାତ, ଗୋଡ, ଛାତିକୁ ଭାଲୁ କାମୁଡି କ୍ଷତାକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?