Posted inଖେଳ

ଭାରତ-କାତାର ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ମଙ୍ଗଳବାର

ନୂଆଦିଲ୍ଲୀ,୭ା୩ (ପି.ଟି.): ମାରାତ୍ମକ କରୋନା ଭାଇରସ ଆଶଙ୍କାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିବା ବିଷୟକୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଶନିବାର ସ୍ପଷ୍ଟ କରିଛି। ଏହି ମ୍ୟାଚ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୨୬ରେ ଖେଳାଯିବା କାର୍ଯ୍ୟକ୍ରମ ଥିଲା। ସେହିପରି ଜୁନ ୯ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ମ୍ୟାଚକୁ ମଧ୍ୟ ସ୍ଥଗିତ ରଖାଯିବ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର ନୂଆଦିଲ୍ଲୀରେ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନଫେଡେରେଶନ) ଏବଂ ଏଆଇଏଫ୍‌ଏଫ୍‌ ଅଫିସିଆଲଙ୍କ ମଧ୍ୟରେ ଏକ ବୈଠକ ବସିବ। ଏଥିରେ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ଭାରତର ଅବଶିଷ୍ଟ ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚଗୁଡ଼ିକ ଲାଗି ନୂଆ ତାରିଖ ସ୍ଥିର କରାଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି। କରୋନା ଭାଇରସ ଆତଙ୍କ ଯୋଗୁ ଆସନ୍ତା ୨୦୨୨ ବିଶ୍ୱକପ୍‌ ଏବଂ ୨୦୨୩ ଏସିଆନ କପ୍‌ ଲାଗି ଆଗକୁ ଖେଳାଯିବାକୁଥିବା ସମସ୍ତ କ୍ୱାଲିଫାୟର୍ସ ମ୍ୟାଚଗୁଡ଼ିକ ସ୍ଥଗିତ ରଖିବା ଲାଗି ବିଶ୍ୱ ଫୁଟ୍‌ବଲ ପରିଚାଳନା ପରିଷଦ ଫିଫା ଓ ଏଏଫ୍‌ସି ଗୁରୁବାର ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri