Posted inଖେଳ

ବ୍ୟାଟିଂ କୋଚ୍‌ ପାଇଁ ରାଠୋରଙ୍କ ଆବେଦନ

ନୂଆଦିଲ୍ଲୀ, ୩।୮ (ପି.ଟି.)- ପୂର୍ବତନ ଜାତୀୟ ଚୟନକର୍ତ୍ତା ବିକ୍ରମ ରାଠୋର ଭାରତୀୟ ସିନିୟର କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ପାଇଁ ଆଶାବାଦୀ ରହିଛନ୍ତି। ଏହି ସମ୍ମାନଜନକ ପଦ ଲାଗି ସେ ଆବେଦନ କରିଥିବା ଜଣାପଡ଼ିଛି। ପୂର୍ବରୁ ଆଇପିଏଲ୍‌ ଦଳ ଦିଲ୍ଲୀ ଡେୟାରଡେଭିଲ୍ସ ବ୍ୟାଟିଂ କୋଚ୍‌ ତଥା ଅଜିଙ୍କ୍ୟ ରାହାନେଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ପ୍ରବୀଣ ଆମ୍ରେ ମଧ୍ୟ ଏହି ପଦ ପାଇଁ ଦୌଡ଼ର ସର୍ବାଗ୍ରେ ରହିଛନ୍ତି। ବିସିସିଆଇର ଜୈନିକ ଅଧିକାରୀ ବ୍ୟାଟିଂ କୋଚ୍‌ ପଦ ପାଇଁ ରାଠୋର ଆବେଦନ କରିଥିବା ସ୍ବୀକାର କରିଛନ୍ତି। ‘ହଁ ଏହି ପଦ ପାଇଁ ରାଠୋର ଆଗ୍ରହୀ ରହିଛନ୍ତି। ଫଳରେ ବ୍ୟାଟିଂ କୋଚ୍‌ ଚୟନ ଏବେ ରୋମାଞ୍ଚକ ହେବ’ ବୋଲି ଏହି ଅଧିକାରୀଜଣଙ୍କ କହିଛନ୍ତି। ପୂର୍ବରୁ ରାଠୋର ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ବ୍ୟାଟିଂ କୋଚ୍‌ ଏବଂ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପାଇଁ ଆବେଦନ କରିଥିଲେ ମଧ୍ୟ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଲାଗି ତାଙ୍କ ଦରଖାସ୍ତ ଖାରଜ ହୋଇଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଜାତୀୟ ଦଳର ବ୍ୟାଟିଂ କୋଚ୍‌ ରହିଥିବା ସଞ୍ଜୟ ବାଙ୍ଗର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମଧ୍ୟକ୍ରମ ବ୍ୟାଟିଂ ବିଫଳତା ସୁଧାରିବାରେ ସମର୍ଥ ହୋଇପାରି ନ ଥିଲେ। ବିଶ୍ୱକପ୍‌ ସେମିଫାଇନାଲରୁ ଭାରତର ବିଦାୟ ପଛରେ ମଧ୍ୟକ୍ରମ ବିଫଳତା ରହିଥିଲା ଏକ ପ୍ରମୁଖ କାରଣ ରହିଥିଲା। ତେଣୁ ବାଙ୍ଗର ଏହି ପଦରୁ ବିଦାୟ ନେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ବିଶ୍ୱକପ୍‌ ପରେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିଲେ ମଧ୍ୟ ବିସିସିଆଇ ଓ୍ବେଷ୍ଟଇଣ୍ଡିଜ ଟୁର୍‌କୁ ଦୃଷ୍ଟିରେ ରଖି ଏହାକୁ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ କପିଳ ଦେବ, ପୂର୍ବତନ ବ୍ୟାଟ୍ସମ୍ୟାନ ତଥା କୋଚ୍‌ ଅଂଶୁମାନ ଗାଏକ୍ୱାଡ ଓ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରାମାସ୍ବାମୀଙ୍କୁ ନେଇ ଗଠିତ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି) ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଚୟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri