Posted inଫୁରସତ

ବ୍ୟକ୍ତିତ୍ୱ: ହୋମର ଅନୁପ୍ରାଣିତ କବି ଲର୍ଡ ଟେନିସନ୍‌

ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର – ମହାକବି ହୋମରଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ। ସେମିତି ଜଣେ ହୋମର ପ୍ରଭାବିତ ବିଶ୍ୱ ସାହିତ୍ୟର ବରେଣ୍ୟ କବି ହେଉଛନ୍ତି ଲର୍ଡ ଟେନିସନ୍‌। ବିଶେଷକରି, ହୋମରଙ୍କ ରଚିତ ଇଲିଆଡ୍‌ ଓ ଅଡେସୀ ମହାକାବ୍ୟକୁ ନିଜ ଜୀବନର ଶ୍ରେଷ୍ଠ ଗ୍ରନ୍ଥ ବୋଲି କହିଥିଲେ ଟେନିସନ୍‌…

ଗ୍ରୀକ୍‌ ମହାକବି ହୋମର କେବଳ ଜଣେ ସାଧାରଣ କବି ନ ଥିଲେ କିମ୍ବା ତାଙ୍କ ରଚନା କେବଳ ଗୋଟିଏ ଜାତିର ପୌରାଣିକ ଦସ୍ତାବିଜ ବହନ କରୁ ନ ଥିଲା। ଅଧିକନ୍ତୁ ତାଙ୍କର ରଚନା ସବୁ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିଲା ବୋଲି କୁହାଯାଏ। ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର – ମହାକବି ହୋମରଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ। ସେମିତି ଜଣେ ହୋମର ପ୍ରଭାବିତ ବିଶ୍ୱ ସାହିତ୍ୟର ବରେଣ୍ୟ କବି ହେଉଛନ୍ତି ଲର୍ଡ ଟେନିସନ୍‌। ବିଶେଷକରି, ହୋମରଙ୍କ ରଚିତ ଇଲିଆଡ୍‌ ଓ ଅଡେସୀ ମହାକାବ୍ୟକୁ ନିଜ ଜୀବନର ଶ୍ରେଷ୍ଠ ଗ୍ରନ୍ଥ ବୋଲି କହିଥିଲେ ଟେନିସନ୍‌। ଇଲିଆଡ୍‌, ଅଡେସୀର ଦୁଃଖ, ଯନ୍ତ୍ରଣା, ହତାଶା, ନୈରାଶ୍ୟ, ହର୍ଷ, ବିଷାଦ, ଯନ୍ତ୍ରଣା, ଶୋକାକୁଳତା ଆଦି ଟେନିସନ୍‌ଙ୍କ କବିତାରେ ଅତି ନିଖୁଣ ଭାବେ ପରିଲକ୍ଷିତ ହୋଇଥାଏ। କ୍ରିଟିକ୍‌ଙ୍କ ମତରେ ହୋମରଙ୍କ ଅନୁପ୍ରାଣିତ ହୋଇ ଟେନିସନ୍‌ ଯେଉଁ କାବ୍ୟକବିତା ରଚନା କରିଛନ୍ତି, ତାହା ଚିରଦିନ ଲାଗି ବିଶ୍ୱସାହିତ୍ୟର ଗୋଟିଏ ଗୋଟିଏ ମାଇଲଖୁଣ୍ଟ ହୋଇ ରହିଯାଇଛି।

ପିତାଙ୍କ ସୁକୃତ: କୁହାଯାଏ, ମା’ବାପାଙ୍କର ସୁକୃତ ଅର୍ଥାତ ଭଲକାମ ହିଁ ପିଲାମାନଙ୍କର ସୌଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଏ କ୍ଷେତ୍ରରେ ମଧ୍ୟ ତାହା ହିଁ ପ୍ରତିଫଳିତ। ବ୍ରିଟେନ୍‌ର ଲିଙ୍କନ୍‌ସାୟାର୍‌ଠାରେ ୧୮୦୯ ମସିହାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ଟେନିସନ୍‌। ଆର୍ଥିକ ଅସ୍ବଚ୍ଛଳତା ମଧ୍ୟରେ କଟିଥିଲା ତାଙ୍କର ଶୈଶବ। ବାପା କ୍ଲାଇଟନ୍‌ ଟେନିସନ୍‌ ଜଣେ ଧର୍ମଯାଜକ ଥିଲେ। ସେ ଆର୍ଥିକ ଦୟନୀୟତା ମଧ୍ୟଦେଇ ଗତି କରୁଥିଲେ ମଧ୍ୟ ତାଙ୍କର ପିଲାମାନଙ୍କୁ ଉଚିତ ସଂସ୍କାର ତଥା ଶୃଙ୍ଖଳା ମଧ୍ୟରେ ବଢ଼ାଇଥିଲେ। ସେ ସେମାନଙ୍କୁ ସବୁବେଳେ ଧର୍ମୋପଦେଶ ଦେଉଥିଲେ। ସେମାନଙ୍କୁ ଦେଶ ବିଦେଶର ପୁରାଣ ପଢ଼ାଉଥିଲେ। ଅତ୍ୟନ୍ତ ଦୁରବସ୍ଥା ମଧ୍ୟଦେଇ ଗତି କରିଥିବା କ୍ଲାଇଟନ୍‌ ଚାହୁଁଥିଲେ, ସେମାନଙ୍କ ପିଲାମାନେ ପଛେ ଅଧାପେଟରେ ରୁହନ୍ତୁ ହେଲେ ନୀତି ନୈତିକତାକୁ ଜୀବନରୁ ବାଦ୍‌ ଦିଅନ୍ତୁ ନାହିଁ। ଅତଏବ ତାହା ହିଁ ହୋଇଥିଲା। ଆଜି ବିଶ୍ୱ କ୍ଲାଇଟନ୍‌ଙ୍କ ସବା ସାନପୁଅ ଟେନିସନ୍‌ଙ୍କୁ ଜଣେ ପ୍ରସିଦ୍ଧ ଯୋଗଜନ୍ମା କବି ଭାବରେ ସମ୍ମାନ ପ୍ରଦର୍ଶନ କରୁଛି।

ବ୍ରିଟିଶ କବିରୁ ବିଶ୍ୱକବି: ବ୍ରିଟେନ୍‌ରେ ଜନ୍ମ ହୋଇଥିଲେ ମଧ୍ୟ ଟେନିସନ୍‌ ଆଜି ବ୍ରିଟେନ୍‌ର କବି ଭାବରେ ସୀମିତ ନୁହନ୍ତି। ତାଙ୍କୁ ବିଶ୍ୱକବି ଭାବରେ ସମ୍ମାନ ଜଣାନ୍ତି ସାରସ୍ବତ ପ୍ରେମୀମାନେ। ରାଣୀ ଭିକ୍ଟୋରିଆଙ୍କ ଅମଳରେ ସେ ଥିଲେ ଜଣେ ବହୁ ପରିଚିତ ପ୍ରତିଭା। ଖୁବ୍‌ ଛୋଟ କବିତା ଲେଖି ସେଥିରେ ବୃହତ୍‌ ଗୋଷ୍ଠୀର କଥା କହିପାରୁଥିଲେ। ତାଙ୍କ କବିତାଗୁଡ଼ିକ ମଧ୍ୟରେ ରହିଛି, ‘ଇନ୍‌ ଦି ଭେଲି ଅଫ୍‌ କଟେରେଜ୍‌, ବ୍ରେକ୍‌ ବ୍ରେକ୍‌ ବ୍ରେକ୍‌, ଆଇଡ୍‌ଲି ଟିଅର୍ସ, କ୍ରସିଂ ବାର୍‌’, ‘ଟିଅର୍ସ’ ଆଦି ଅନ୍ୟତମ। କିମ୍ବଦନ୍ତୀ, ପୌରାଣିକ ଗାଥା, ଐତିହାସିକ ଘଟଣାବଳୀକୁ ନେଇ ତାଙ୍କର ପଦ୍ୟସବୁ ସମୃଦ୍ଧ ।
ବିଶେଷକରି ଗ୍ରୀକ୍‌ ମହାକାବ୍ୟର ୟୁଲିସେସ୍‌ ଚରିତ୍ରକୁ ନେଇ ସେ ନିଜର ସାରସ୍ବତ ବ୍ୟକ୍ତିତ୍ୱ ନିର୍ମାଣ କରିଥିବା କ୍ରିଟିକ୍‌ମାନେ ମତବ୍ୟକ୍ତ କରନ୍ତି।

ବନ୍ଧୁ ବିୟୋଗ: ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ ଆର୍ଥର ହାଲମ୍‌। ସେ ମଧ୍ୟ ଥିଲେ ଜଣେ ସାରସ୍ବତ ସାଧକ। କ୍ୟାମ୍ବ୍ରିଜ୍‌ର ଟ୍ରିନିଟ୍‌ଠାରେ ସେମାନେ ପରସ୍ପରକୁ ଭେଟିଥିଲେ। ଟେନିସନ୍‌ ନିଜ ଭଉଣୀକୁ ହାଲମ୍‌ଙ୍କ ସହିତ ବିବାହ ଦେଇ ବନ୍ଧୁତ୍ୱକୁ ଚିରଦିନ ପାଇଁ ସମ୍ପର୍କରେ ପରିଣତ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ସବୁପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା। ମାତ୍ର ଈଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା ଅଲଗା। ମସ୍ତିଷ୍କରେ ରକ୍ତପ୍ରଦାହ ଯୋଗୁ ହାଲମ୍‌ଙ୍କ ପରଲୋକ ଘଟିଥିଲା। ଏହି ଘଟଣା ଟେନିସନ୍‌ଙ୍କୁ ଦାରୁଣ ଆଘାତ ଦେଇଥିଲା। ତାଙ୍କ ସାହିତ୍ୟ ତଥା ଜୀବନୀ ଉପରେ ଗବେଷଣା କରିଥିବା ଗବେଷକମାନେ କହନ୍ତି ଯେ, ବନ୍ଧୁ ବିୟୋଗର ଦୁଃଖକୁ ବରଦାସ୍ତ କରିବା ପାଇଁ ଟେନିସନ୍‌ କବିତାର ଆଶ୍ରୟ ନେଇଥିଲେ। ସମ୍ଭବତଃ ସେଇଥିପାଇଁ ଟେନିସନ୍‌ଙ୍କ କବିତାରେ ଏତେ ଦୁଃଖ ଆଉ ଶୋକାକୁଳତା ପରିଲକ୍ଷିତ ହୋଇଥାଏ।

ରାଜକବି: ଓ୍ବିଲିୟମ୍‌ ଓ୍ବାର୍ଡସଓ୍ବର୍ଥ ଥିଲେ ବ୍ରିଟେନ୍‌ର ରାଜକବି। ତାଙ୍କର ଦେହାନ୍ତ ଘଟିବା ପରେ ସେହି ସମ୍ମାନଜନକ ଆସ୍ଥାନଟି ଖାଲି ପଡ଼ିଥିଲା କହିଲେ ଚଳେ। ମାତ୍ର ସେହି ସମୟରେ ଟେନିସନ୍‌ଙ୍କ ଚର୍ଚ୍ଚା ଥିଲା ଆକାଶଛୁଅଁା। ତାଙ୍କୁ ହିଁ ଘୋଷଣା କରାଗଲା ରାଜକବି। ଆଉ ତାହା ହିଁ ଥିଲା ଟେନିସନ୍‌ଙ୍କ ପାଇଁ ଏକ ଯଥୋଚିତ ପୁରସ୍କାର। ସେ ତାଙ୍କର ଶେଷନିଃଶ୍ୱାସ ଥିବା ପର୍ଯ୍ୟନ୍ତ ରାଜକବି ହୋଇ ରହିଥିଲେ। ସେହି ସମୟରେ ପ୍ରକାଶ ପାଇଲା ତାଙ୍କ ବହି ‘ଇନ୍‌ ମେମୋରିଅମ୍‌’। ଏହାକୁ ସାହିତ୍ୟ ସମାଲୋଚକମାନେ ଟେନିସନ୍‌ଙ୍କର ବିଶ୍ୱ ସାହିତ୍ୟକୁ ଏକ ସର୍ବଶ୍ରେଷ୍ଠ ଅବଦାନ ବୋଲି କହିଥାନ୍ତି। ଏହି ବହିଟିକୁ ସେ ତାଙ୍କ ପରଲୋକଗତ ବନ୍ଧୁ ହାଲମ୍‌ଙ୍କୁ ସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri