ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ

ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍‌ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ ନୁହେଁ। ଭାରତୀୟ ଗୀତି ସାହିତ୍ୟ କ୍ଷେତ୍ରରେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଲାବା, ଇନ୍‌ ଅଦର ଓ୍ବାର୍ଡସ, ତରକସ, ଖ୍ବାବ୍‌ କେ ଗାଓଁ ମେଁ, ଗୁଲସନ୍‌, ଭୋପାଲ : ଲର୍ନିଂ ଥ୍ରୋ ହେରିଟେଜ୍‌, କୁଇଭର, ଏ ଲିଟିଲ୍‌ ଫରଏଭର, ହିନ୍ଦୀ ରଙ୍ଗମଞ୍ଚ କି ଲୋକଧାରା, ହ୍ୟୁମାନ୍‌ ଆନାଟୋମି ଆଣ୍ଡ ଫିଜିଓଲୋଜି ଆଦି ପୁସ୍ତକ ତାଙ୍କ ସାହିତି୍ୟକ ଗତିଧାରାର ପରିଚୟ ବହନକରେ। ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତ୍‌କାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ୍‌ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା, ଏକ୍‌ ଦୋ ତିନ୍‌, ସନ୍ଦେଶେ ଆତି ହୈ, ଜିନ୍ଦେଗୀ ନା ମିଲେ ଦୁବାରା, କଭି ଅଲବିଦା ନା କେହନା ଆଦି ଗୀତକୁ ତାଙ୍କର ଗୋଟିଏ ଗୋଟିଏ ମାଇଲ୍‌ ଖୁଣ୍ଟ ବୋଲି କୁହାଯାଇପାରେ। ସେ ଏକାଧାରରେ ଜଣେ କବି, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗୀତିକାର ଏବଂ ରାଜନେତା। ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ଜାଭେଦଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ମିଳିଛି ସମ୍ମାନଜନକ ସାହିତ୍ୟ ଏକାଡେମୀ ଆଓ୍ବାର୍ଡ। ଏତଦ୍‌ବ୍ୟତୀତ ସେ ପାଞ୍ଚଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ହାସଲ କରିଛନ୍ତି।
ପରିବାର: ୧୯୪୫ ମସିହାରେ ଗ୍ବାଲିୟରଠାରେ ଜାଭେଦ ଅଖତରଙ୍କ ଜନ୍ମ। ବାପା ଜନାବ ନିସାର ଅଖତର ଏବଂ ମା’ ସାଫିଆ ଅଖତର। ନିସାର ଅଖତର ଉର୍ଦ୍ଦୁ ତଥା ହିନ୍ଦୀ ଭାଷାର ଜଣେ ପ୍ରତିଷ୍ଠିତ କବି ଥିଲେ। ଏହାବ୍ୟତୀତ ସେ ବହୁ ଫିଲ୍ମରେ ଗୀତ ମଧ୍ୟ ରଚନା କରିଥିଲେ। ମା’ ସାଫିଆ ଅଖତର ଥିଲେ ଜଣେ ସୁଗାୟିକା, ଲେଖିକା ତଥା ଶିକ୍ଷୟିତ୍ରୀ। ତାଙ୍କର ଜେଜେବାପା ମୁଜ୍‌ତାର ଖାଇରାବାଦି ମଧ୍ୟ ଜଣେ କବି ଥିଲେ। ସେତିକି ନୁହେଁ, ତାଙ୍କର ବୁନିଆଦ ଥିଲା ଏକ କବିର ବୁନିଆଦ। ତାଙ୍କ ଜେଜେଙ୍କ ବଡ଼ଭାଇ ଫଜଲ ଏ-ହକ୍‌ ଖାଇରାବାଦି ଇସ୍‌ଲାମିକ୍‌ ଭାଷାର ଜଣେ ସ୍କଲାର ଥିଲେ। ୧୮୫୭ରେ ସଂଘଟିତ ପ୍ରଥମ ସ୍ବାଧୀନତା ସଂଗ୍ରାମରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜାଭେଦଙ୍କ ମୂଳନାମ ଥିଲା ଜାଦୁ। ତାଙ୍କ ବାପାଙ୍କର ଏକ ଖୁବ୍‌ ଲୋକପ୍ରିୟ ଫିଲ୍ମ ଗୀତର ଲାଇନ୍‌ ଥିଲା ଏହିପରି : ଲମ୍‌ହା ଲମ୍‌ହା କିଶି ଜାଦୁ କା ଫସାନା ହୋଗା। ଏହି ଲାଇନ୍‌ରେ ଥିବା ଜାଦୁ ଶବ୍ଦକୁ ନେଇ ତାଙ୍କର ଜେଜେବାପା ନାତିର ନାମକରଣ କରିଥିଲେ ଜାଦୁ। ଲକ୍ଷ୍ନୌରେ ତାଙ୍କର ପିଲାବେଳ ବିତିଥିଲା ଓ ସେ ସେଇଠି ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ। ଭୋପାଳର ସାଇଫିୟା କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ବାପା ଶିଖେଇଲେ କବିତା : ଜାଭେଦ ଅଖତରଙ୍କୁ ଆଜି ଯଦି ଆମେ ଜଣେ ଲୋକପ୍ରିୟ ଗୀତିକାର ତଥା ପ୍ରସିଦ୍ଧ କବି ବୋଲି ଜାଣିଛେ ତା’ହେଲେ ତାହା ପଛରେ ରହିଛି ତାଙ୍କ ବାପା ଜନାବ ନିସାର ଅଖତରଙ୍କ ସବୁଠୁ ବଡ଼ ଭୂମିକା। ରଜିଆ ସୁଲତାନ, ପ୍ରେମ ପର୍‌ବତ୍‌, ସୁଶୀଲା, କଳ୍ପନା ଭଳି ଫିଲ୍ମର ସେ ଥିଲେ ଗୀତିକାର। ତାଙ୍କ ବାପା ହିଁ ତାଙ୍କୁ କବିତା ଲେଖା ଶିଖାଇଥିଲେ। ଆଉ କବିତା ଲେଖିବାକୁ ପ୍ରେରଣା ଦେଇଥିଲେ। ସେ ଏକଦା ତାଙ୍କୁ କହିଥିଲେ ଯେ, ଜାଦୁ! ତୋର ଜନ୍ମ କେବଳ କବିତା ଲେଖିବାକୁ ହିଁ ହୋଇଛି। ତେଣୁ ତୁ ଯାହା ବି କର; କବିତାରୁ ଓହରି ଯିବୁନି। ଜାଭେଦ ଏକଦା ଏକ ଇଣ୍ଟରଭିୟୁରେ କହିଥିଲେ, ବାପାଙ୍କ ସହିତ ତାଙ୍କର ଅନେକ କାରଣରୁ ମତଭେଦ ଥିଲା। କାରଣ ତାଙ୍କ ବାପା ଜଣେ କମ୍ୟୁନିଷ୍ଟ ହୋଇଥିବା ହେତୁ ସବୁବେଳେ ପୋଲିସ୍‌ ନଜରରେ ରହୁଥିଲେ। ସେଥିଲାଗି ତାଙ୍କୁ ଅନେକ ସମୟରେ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡୁଥିଲା। ସବୁ ଦାୟିତ୍ୱ ମା’ଙ୍କୁ ମୁଣ୍ଡେଇବାକୁ ପଡୁଥିଲା। ମା’ଙ୍କର କଷ୍ଟ ଦେଖିଦେଖି ସେ ବାପାଙ୍କ ଉପରେ ଚିଡ଼ି ଯାଉଥିଲେ। ତାଙ୍କ ସହିତ ଯୁକ୍ତିତର୍କ କରୁଥିଲେ। ଏହାସତ୍ତ୍ୱେ ବି ସେ ଯେମିତି ବାପାଙ୍କର ସାହିତି୍ୟକ ମୂଲ୍ୟବୋଧକୁ ମର୍ଯ୍ୟାଦା ଦେଉଥିଲେ ବାପା ବି ସେମିତି ତାଙ୍କ ଭିତରର ସାରସ୍ବତ ପ୍ରତିଭାର ସ୍ଫୁରଣ ଦିଗରେ ଗୁରୁତ୍ୱାରୋପ କରୁଥିଲେ।
ଯୋଡ଼ିର ନଁା ସଲିମ୍‌-ଜାଭେଦ: ହିନ୍ଦୀ ସିନେମାର ସୁବର୍ଣ୍ଣଯୁଗକୁ ଯଦି ଲିପିବଦ୍ଧ କରାଯାଏ ତା’ହେଲେ ସେଥିରେ ଗୋଟିଏ ଯୋଡ଼ିର ନଁା ନିଶ୍ଚୟ ଆସିବ। ଆଉ ତାହା ହେଉଛି ସଲିମ୍‌-ଜାଭେଦ ସ୍କ୍ରିନ୍‌ ପ୍ଲେ ଯୋଡ଼ି। ଏଇ ସଫଳ ଯୋଡ଼ିର ସଫଳ ଟାଇଟଲ ମଧ୍ୟରେ ରହିଛି ଅନ୍ଦାଜ, ଅଧିକାର, ହାତୀ ମେରା ସାଥୀ, ସୀତା ଔର ଗୀତା, ୟାଦେଁା କି ବାରାତ୍‌, ଜଞ୍ଜିର, ମଜବୁର, ହାତ୍‌ କୀ ସଫାଇ, ଦିଓ୍ବାର, ଶୋଲେ, ଆଖ୍‌ରି ଦାଓ, ଇମାନ୍‌ ଧରମ୍‌, ଚାଚା ଭତିଜା, ତ୍ରିଶୂଲ୍‌, ଡନ୍‌, କାଲା ପଥର, ଦୋସ୍ତାନା, ଶାନ, କ୍ରାନ୍ତି, ଶକ୍ତି, ଜମାନା, ମିଷ୍ଟର ଇଣ୍ଡିଆ, ବାଗ୍‌ବାନ୍‌ ଭଳି ବହୁ ଫିଲ୍ମ। ଏକ ବିଚିତ୍ର ଅବସ୍ଥାରେ ଏହି ଦୁଇଯୋଡ଼ିର ସୃଷ୍ଟି ହୋଇଥିଲା। ସଲିମ୍‌ ଜଣେ ସୌଖୀନ କଳାକାର ଥିଲେ। ଫିଲ୍ମ ‘ଶରହଦୀ ଲୁଟେରା’ରେ ତାଙ୍କର ଏକ ଛୋଟ ଭୂମିକା ରହିଥିଲା। ସଂଯୋଗବଶତଃ ସେହି ଫିଲ୍ମରେ ଜଣେ କ୍ଲାପର ବୟ ଭାବେ କାମ କରୁଥିଲେ ଜାଭେଦ। ଏହି ଫିଲ୍ମ ଶୁଟିଂ ସମୟରେ ସେମାନଙ୍କର ସାକ୍ଷାତ, ସମ୍ପର୍କ ଓ ବନ୍ଧୁତା। ପରସ୍ପର ପରସ୍ପରକୁ ଏଭଳି ଭାବରେ ଚିହ୍ନି ପାରିଥିଲେ ଯେ, ସେଇଠି ସୃଷ୍ଟି ହୋଇଥିଲା ସଲିମ୍‌-ଜାଭେଦ ଯୋଡ଼ି। ଆଉ ତା’ପରେ ଯାହା ଘଟିଲା ତାହା ହେଉଛି ଏକ ସ୍ବର୍ଣ୍ଣିମ ଇତିହାସର ଇତିବୃତ୍ତ।
ବ୍ୟକ୍ତିଗତ ଜୀବନ : ଜାଭେଦ ଅଖତର ଧର୍ମତଃ ଜଣେ ମୁସଲିମ୍‌। ମାତ୍ର ସେ ଏକଦା କହିଥିଲେ ଯେ, ସେ ସବୁବେଳେ ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦେଇଥାନ୍ତି। ଆଉ ତାଙ୍କର ଦୁଇ ସନ୍ତାନଙ୍କୁ ସେ ସେହି ସଂସ୍କାର ସହିତ ପ୍ରତିପାଳିତ କରିଆଣିଛନ୍ତି। ଜାଭେଦଙ୍କର ପ୍ରଥମ ବିବାହ ହୋଇଥିଲା ହନୀ ଇରାନୀଙ୍କ ସହିତ। ହନୀ ଓ ଜାଭେଦଙ୍କ ଦୁଇ ସନ୍ତାନ ଯଥା- ଫରହାନ୍‌ ଅଖତର ଓ ଜୋୟା ଅଖତର। ହନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?