ବ୍ରାହ୍ମଣୀଗାଁ ବନାଞ୍ଚଳରେ ବାଘ ଆତଙ୍କ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩।୭(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଗତ ଦୁଇଦିନ ହେଲା ବାଘ ଆତଙ୍କ ଦେଖାଯାଇଛି। ବାଘକୁ କେହି ଦେଖି ନ ଥିଲେ ମଧ୍ୟ ବନାଞ୍ଚଳ ଅନ୍ତର୍ଗତ ଆଡିଗୁଡ଼ି ଗ୍ରାମ ନିକଟ ସିଆଙ୍ଗାଉଜୁ ପାହାଡ଼ରେ ଶନିବାର ଏକ ବାଛୁରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ଏବଂ ନିକଟସ୍ଥ ବୁଦାରେ ଶଦ୍ଦ ଶୁଣି ଭୟରେ ସେଠାରୁ ପଳାଇ ଆସିଥିବା ଉକ୍ତ ଅଞ୍ଚଳର ଟିଙ୍ଗା ମୁଠାମାଝି କହିଛନ୍ତି। ଟିଙ୍ଗା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏପରି ଘଟଣା ଦେଖି ଅଞ୍ଚଳରେ ବାଘ ଥିବା ସନ୍ଦେହ କରୁଥିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ଲଳିତମୋହନ ନାୟକଙ୍କୁ କହିଥିଲେ ା ବନ ବିଭାଗ ପକ୍ଷରୁ ରବିବାର ଏବଂ ସୋମବାର ଉକ୍ତ ଅଞ୍ଚଳରେ ତଦନ୍ତ କରାଯାଇଛି। ତେବେ ବାଛୁରି ମୃତଦେହ ପଡିଛି ବୋଲି କୁହାଯାଉଥିବା ସ୍ଥାନକୁ ଯିବାପାଇଁ ବନ କର୍ମଚାରୀମାନେ ଭୟ କରୁଛନ୍ତି। ଉକ୍ତ ସ୍ଥାନଟି ଘଞ୍ଚ ଜଙ୍ଗଲ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ସେଠାକୁ ପହଞ୍ଚି ପାରି ନ ଥିବା ବନାଞ୍ଚଳ ଅଧିକାରୀ ନାୟକ କହିଛନ୍ତି। ତଥାପି ଖୁବ୍‌ଶୀଘ୍ର ସେଠାରୁ ପାଦଚିହ୍ନ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି। ଉକ୍ତ ଅଞ୍ଚଳରେ ଚିତ୍ତା ବାଘ ଥିବା ବନ ବିଭାଗ ଅନୁମାନ କରିଛି ା ବାଘକୁ ନେଇ ଆଡିଗୁଡ଼ି ଗ୍ରାମବାସୀ ଭୟଭୀତ ଥିବାରୁ ସେମାନଙ୍କୁ ସୋଲାର ଲାଇଟ ଯୋଗାଇ ଦିଆଯିବା ସହ ବନ ବିଭାଗ କର୍ମଚାରୀ ବାରମ୍ବାର ଗ୍ରାମକୁ ଯାଇ ଲୋକେ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସରେ ଉକ୍ତ ବନାଞ୍ଚଳର ଉଲିପଦର ହଷ୍ଟେଲ ଭିତରକୁ ବାଘ ପଶି ଆସିଥିବା ଆତଙ୍କ ସୃଷ୍ଟି ହୋଇଥିଲା। ଏବେ ସୁଦ୍ଧା ବନ ବିଭାଗ ପକ୍ଷରୁ ତାହା ବାଘ କିମ୍ବା ଅନ୍ୟ କୌଣସି ହଂସ୍ରଜନ୍ତୁ ସ୍ପଷ୍ଟ କରାଯାଇନାହିଁ। ବାଘ ଆତଙ୍କ ଯୋଗୁ ଜଙ୍ଗଲକୁ ଯାଇପାରୁ ନ ଥିବା ବେଳେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନ ଥିବା ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?