ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆ ମାଫିଆଙ୍କ ସହ ତାଙ୍କର ନେଟ୍‌ୱର୍କ ରହିଥିଲା। ବୁଧବାର ମଧ୍ୟାହ୍ନରେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ ସହଦେବଖୁଣ୍ଟା ମଡେଲ ଥାନା ଅନ୍ତର୍ଗତ ଅରଡ଼ବଜାର ମସଜିଦ୍‌ ଗଳି ସ୍ଥିତ ସେକ୍‌ ରାଜାଙ୍କ ବାସଭବନ ଉପରେ ଚଢ଼ାଉ କରିବା ପରେ ଏ ସମ୍ପର୍କରେ ପୋଲିସକୁ ଆଉ କେତେକ ତଥ୍ୟ ମିଳିଛି। ଏପରି କି ସେକ୍‌ ରାଜା ରହୁଥିବା ଘର ଓ ଗଳି ରାସ୍ତା ସିସିଟିଭି ନଜରରେ ରହିଥିଲା। ସେଠାରେ ୪ଟି ସିସିଟିଭି କ୍ୟାମେରା ଲଗାଯାଇ ବେପାରୀଙ୍କ ସମେତ ପୋଲିସ ଓ ଅନ୍ୟ ବାହାର ଲୋକଙ୍କ ଯାତାୟାତ ଉପରେ ନଜର ରଖାଯାଉଥିଲା। ସ୍ପେଶାଲ ସ୍କ୍ବାଡ ଏହି ସିସିିଟିଭି କ୍ୟାମେରା ସହ ଏହାର କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରି ଏହାକୁ ପରୀକ୍ଷା କରିବାକୁ ନେଇଛି।
ବ୍ରାଉନ୍‌ସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ କାରବାର କରି ନିଶା ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍‌ ରାଜା ଚତୁରତାର ସହ ଦୀର୍ଘବର୍ଷ ଧରି ପୋଲିସ ନଜର ଅନ୍ତରାଳରେ ରହି ବିଭିନ୍ନ ସହଯୋଗୀ ଓ ଏଜେଣ୍ଟଙ୍କ ଜରିଆରେ ଏହି ବ୍ୟବସାୟ ଚଳାଇ ଆସୁଥିଲେ। ତାଙ୍କ ନିକଟରେ ପହଞ୍ଚିବା ସହଜ ନ ଥିଲା। ସିସିଟିଭି କ୍ୟାମେରା ଭଳି ଆଧୁନିକ ପ୍ରଯୁକ୍ତି କୌଶଳ ବ୍ୟବହାର କରି ସେ ପୋଲିସଠାରୁ ଦୂରେଇ ରହୁଥିଲେ ବୋଲି ତଦନ୍ତକାରୀ ସ୍କ୍ବାଡ ସୂତ୍ରରୁ ଜଣାପଡିଛି। ଉଲ୍ଲେଖନୀୟ ଯେ, ଗତ ୧୬ ତାରିଖରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଅଞ୍ଚଳରୁ ସେକ୍‌ ରାଜାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ନଗଦ ୧ଲକ୍ଷ ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ୧୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଏବଂ ୬ଟି ମୋବାଇଲ ଫୋନ୍‌ ଜବତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ବାଲେଶ୍ୱର ଅରଡ଼ବଜାର ମସଜିଦ୍‌ ଗଳି ସ୍ଥିତ ସେକ୍‌ ରାଜାଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ମସଜିଦ୍‌ ଗଳି ଆରମ୍ଭରୁ ତାଙ୍କ ଘର ଯାଏ ୪ଟି ସିସି ଟିଭି କ୍ୟାମେରା ଲଗାଯାଇଥିଲା। ଏସବୁ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ତାଙ୍କ ଭାଉଜ ସନୱାର ବିବିଙ୍କ ଘରେ ରହିଥିଲା। ସ୍ପେଶାଲ ସ୍କ୍ବାଡ ଜବତ କରିଥିବା ସିସି ଟିଭି କ୍ୟାମେରା ହାର୍ଡଡିସ୍କକୁ ଯାଞ୍ଚ କଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଏହି ଚଢ଼ାଉବେଳେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ ଟିମ୍‌ରେ ଡିଏସ୍‌ପି ମନୋଜ ରାଉତ, ରେମୁଣା ଆଇଆଇସି ଶୁଭ୍ରାଂଶୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri