ବୈତରଣୀକୁ ଧସିଲା ୧୦୦ ଫୁଟ ମାଟି ଅତଡ଼ା

ଆରଡ଼ି, ୧୯।୬ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ଖେଳପଡ଼ିଆ ନିକଟରେ ବୁଧବାର ସକାଳେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ବୈତରଣୀ ନଦୀଗର୍ଭକୁ ଧସିଛି। ସେଠାରେ ବୈତରଣୀ ନଦୀ ଧୀରେ ଧୀରେ ଆରଡ଼ି-ଯାଜପୁର ରାସ୍ତା ଆଡ଼କୁ ମୁହଁାଉଥିବା କୁହାଯାଉଛି। ଖେଳପଡ଼ିଆଠାରୁ କୟଁାଗୋଲା ପୋଲ ପର୍ଯ୍ୟନ୍ତ ନୂତନ ଭାବେ ନଦୀବନ୍ଧ ନିର୍ମାଣ କରାଯିବା ସହ ପଥରପ୍ୟାକିଂ ଲାଗି ପୂର୍ବରୁ ପ୍ରସ୍ତାବ ରହିଛି। ଏଥିନିମନ୍ତେ ଆବଶ୍ୟକ ଅର୍ଥରାଶି ମଧ୍ୟ ମଞ୍ଜୁର ହୋଇଥିବା କୁହାଯାଉଥିଲେ ମଧ୍ୟ ନିର୍ମାଣ ହୋଇପାରୁ ନାହିଁ। ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି କାମ କରୁଥିବା କେତେକ ଠିକାଦାର ଜଳସେଚନ ବିଭାଗର ହାତବାରିସୀ ସାଜି କାମ କରୁ ନ ଥିବା ବୋଡକ ଅଧିବାସୀ ଅଭିଯୋଗ କରିଛନ୍ତି। ବର୍ଷତମାମ ଠିକ୍‌ ଭାବେ କାମ କରୁ ନ ଥିବାବେଳେ ବର୍ଷାଦିନ ପୂର୍ବରୁ ସଜାଗ ହୋଇ ଉଠନ୍ତି ଏହି ଠିକାଦାର। ବାଲି ବସ୍ତା ଓ ବଲ୍ଲା ନଦୀକୂଳରେ ସଜାଇ ରଖନ୍ତି। ଆବଶ୍ୟକ ସ୍ଥଳେ ଏସବୁକୁ କାମରେ ଲଗାନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ପ୍ରସ୍ତାବିତ ନଦୀବନ୍ଧ ଏବଂ ପଥରପ୍ୟାକିଂ କଥା ଭୁଲିଯାଆନ୍ତି। ଫଳରେ ପ୍ରତିବର୍ଷ ଏହି ଆରଡ଼ି ଅଞ୍ଚଳର ଅଧିବାସୀ ବନ୍ୟା ଆଶଙ୍କାରେ ଦିନ କାଳାତିପାତ କରିଥାନ୍ତି। ସେହିପରି ବନ୍ୟାରେ ଏହି ଅଞ୍ଚଳରେ ଚାଷୀମାନଙ୍କର ବହୁ ଫସଲ ନଷ୍ଟ ହୋଇଥାଏ। ଏବେ ନଦୀ ମଧ୍ୟକୁ ମାଟି ଅତଡ଼ା ଧସିବା ଶୁଭଙ୍କର ନୁହେଁ ବୋଲି ବୋଡ଼କ ଗଁାର ଅଧିବାସୀ ରମାକାନ୍ତ ନାୟକ କହିଛନ୍ତି। ଯେଉଁଠାରେ ମାଟି ଅତଡ଼ା ଧସୁଛି ସେଠାରେ ପଥରପ୍ୟାକିଂ ହେବା ଜରୁରୀ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ଯେ, ଯେଉଁଠାରେ ମାଟି ଧସିଛି ସେଠାରେ କୌଣସି ବିପଦ ନାହିଁ। ଆବଶ୍ୟକସ୍ଥଳେ ସେଠାରେ ପଥରପ୍ୟାକିଂ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri