Posted inଖେଳ

ବେଦୀ, ଚୌହାନଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ, ୫ା୮ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସଇନି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୭ ରନ ବିନିମୟରେ ୩ ଉଇକେଟ୍‌ ଅକ୍ତିଆର କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୬ ବର୍ଷୀୟ ସଇନିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଗୌତମ ଗମ୍ଭୀର ପୂର୍ବତନ ଭାରତୀୟ ଅଧିନାୟକ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କୁ ଟୁଇଟର୍‌ ଜରିଆରେ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ କିଛି ବର୍ଷ ତଳେ ଦିଲ୍ଲୀ ରଣ୍‌ଜୀ ଦଳ ଚୟନବେଳେ ସଇନିଙ୍କୁ ସ୍ଥାନ ନ ଦେବା ପାଇଁ ଉଭୟ ବେଦୀ ଓ ଚୌହାନ ବିରୋଧ କରିଥିଲେ। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସଇନିଙ୍କ ଦମ୍‌ଦାର ବୋଲିଂ ପରେ ଦୁଇ ପ୍ରାକ୍ତନ ଖେଳାଳିଙ୍କୁ ସମାଲୋଚନା କରିବା ପାଇଁ ଗମ୍ଭୀରଙ୍କୁ ସୁଯୋଗ ମିଳିଯାଇଥିଲା। ‘ଭାରତୀୟ ଦଳ ପକ୍ଷରୁ ପଦାର୍ପଣ ପରେ ତୁମକୁ ଅଭିନନ୍ଦନ। ତୁମେ ବୋଲିଂ କରିବା ପୂର୍ବରୁ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କ ରୂପରେ ୨ଟି ଉଇକେଟ୍‌ ଅକ୍ତିଆର କରିସାରିଛ। ଜଣେ ଖେଳାଳି ପଡ଼ିଆରେ ପାଦ ଥାପିବା ପୂର୍ବରୁ ତା’ର କ୍ରିକେଟ୍‌ କ୍ୟାରିୟରକୁ କବର ଦିଆଯିବା ପାଇଁ ଗାତ ଖୋଳାଯାଇ ସାରିଥିଲା। ସେହି ଖେଳାଳିର ଏଭଳି ପଦାର୍ପଣ ଦେଖି ସେମାନଙ୍କ ମିଡ୍‌ଲ ଷ୍ଟମ୍ପ୍ସ ତୁମେ ଉପାଡ଼ି ଦେଇଛ। ଲଜ୍ଜାଜନକ ଘଟଣା’ ବୋଲି ଗମ୍ଭୀର ତାଙ୍କୁ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ୨୦୧୩ରେ ଗମ୍ଭୀର ଦିଲ୍ଲୀ ଦଳର ଅଧିନାୟକ ରହିଥିବାବେଳେ ହରିୟାଣର ସଇନିଙ୍କୁ ତାଙ୍କ ଦଳରେ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେତେବେଳେ ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ଆସୋସିଏଶନ (ଡିଡିସିଏ) ସଦସ୍ୟ ଥିବା ବେଦୀ ଓ ଚୌହାନ ଏହାକୁ ଦୃଢ଼ ବିରୋଧ କରିଥିଲେ। ରାଜ୍ୟ ବାହାର ଖେଳାଳିଙ୍କୁ କାହିଁକି ଦିଲ୍ଲୀ ଦଳରେ ସାମିଲ କରାଯିବ ବୋଲି ପ୍ରଶ୍ନ ଉଠାଇଥିଲେ। ବିରୋଧ ସତ୍ତ୍ୱେ ଗମ୍ଭୀର ବିଦର୍ଭ ବିପକ୍ଷ ମ୍ୟାଚ୍‌ ଲାଗି ସଇନିଙ୍କୁ ଦିଲ୍ଲୀ ଦଳରେ ନେଇଥିଲେ। ଏହାପରେ ସଇନି ଆଉ ପଛକୁ ଫେରି ଚାହିଁନାହାନ୍ତି। ଗମ୍ଭୀରଙ୍କ ସମାଲୋଚନା ପରେ ବେଦୀ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ‘ମୁଁ କିଏ? ଡିଡିସିଏର କୌଣସି ପୋଜିସନରେ ମୁଁ ଜଡ଼ିତ ନ ଥିଲି। ମୁଁ ଦେଖୁଛି ଏମ୍‌ପି ହେଲା ପରେ ମଧ୍ୟ ତାଙ୍କର (ଗୌତମ ଗମ୍ଭୀର) କୌଣସି ପରିବର୍ତ୍ତନ ହୋଇନାହିଁ’ ବୋଲି ବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri