ବେଆଇନ୍‌ ଭାବେ ଚାଲୁଛି ଇଟାଭାଟି: ଯାଞ୍ଚ ପାଇଁ ନିିର୍ଦ୍ଦେଶ

ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି।  ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ ହାନୀ ସହ ପରିବେଶ ପ୍ରଦୂଷିତ ହେଉଛି। ଏପରିକି ରୁଷିକୂଲ୍ୟା ନଦୀ ପଠାରେ ମଧ୍ୟ ଇଟାଭାଟି କରାଯାଉଛି। ଭାଟି ମାଲିକମାନେ ମନଇଛା ଦରରେ ଇଟା ଲୋକଙ୍କୁ ବିକ୍ରି କରି ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଛତ୍ରପୁର, ଗଞ୍ଜାମ ସମେତ ବିଭିନ୍ନ ତହସିଲ ଅଞ୍ଚଳରେ ଏପରି ବେଆଇନ୍‌ ଭାବେ ଇଟାଭାଟି ଚାଲିଛି। ଏପରିକି ବାହାର ଜିଲାର ଶ୍ରମିକମାନଙ୍କୁ ଦଲାଲମାନଙ୍କ ଜରିଆରେ ଆଣି ଉକ୍ତ ଇଟାଭାଟିରେ ନିୟୋଜିତ କରାଯାଉଛି। ବିଭିନ୍ନ ସମୟରେ କହିବା ମୁତାବକ ମଜୁରି ମଧ୍ୟ ଶ୍ରମିକମାନଙ୍କୁ ମିଳୁ ନ ଥିବା ଘଟଣା ଦୃଷ୍ଟିକୁ ଆସୁଛି। ଗତ ସପ୍ତାହରେ ଗଞ୍ଜାମ ବ୍ଲକ ସୁବଳୟାରେ ଥିବା ଇଟାଭାଟି ଶ୍ରମିକମାନଙ୍କଠାରେ ଘଟିଥିବା ଘଟଣା ଏହାର ଉଦାହରଣ। ଆହୁରି ଜଣାଯାଇଛି ଇଟାଭାଟି ଗୁଡିକରେ ଅନ୍ୟ ଜିଲାର ଶ୍ରମିକମାନେ ନିଜ ପରିବାର ସଦସ୍ୟଙ୍କ ସହ ଆସି ଏଠାରେ କାମ କରୁଛନ୍ତି। ଏପରିକି ପରିବାରର ସଦସ୍ୟଙ୍କ ସହ ଙdଙ୍କଶିଶୁମାନେ ମଧ୍ୟ ଇଟାଭାଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଫଳରେ ଶିଶୁମାନଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଉଛି।  ଛତ୍ରପୁର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏପରି ବେଆଇନ ଭାବେ ଇଟାଭାଟି ଚାଲୁଥିବା ଜଣାପଡିଛି। ଅପରପକ୍ଷରେ ଗଞ୍ଜାମ ବ୍ଲକ ସୁବଳୟା ନିକଟରେ ଥିବା ଇଟାଭାଟିରେ ନିୟୋଜିତ ବରଗଡ ଜିଲାର ଶ୍ରମିକମାନଙ୍କ ଘଟଣା ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ୍‌ ଇଟାଭାଟି ଚାଲୁଥିବା ଓ ଶିଶୁମାନଙ୍କୁ ଏଥିରେ ନିୟୋଜିତ କରୁଥିବା ନେଇ ଅଭିଯୋଗ ସମ୍ପର୍କରେ ଜିଲାପାଳ ଅବଗତ ହୋଇଛନ୍ତି। ଏହାପରେ ସବୁ ଇଟାଭାଟି ଗୁଡିକ ଯାଞ୍ଚ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶଯେ,  ଗତ ସପ୍ତାହରେ କମ୍‌ ମଜୁରି ଏବଂ ବାତ୍ୟା ଫନୀ ବେଳେ ଭାଟି ମାଲିକ କୌଣସି ବ୍ୟବସ୍ଥା କରି ନ ଥିବାରୁ ବରଗଡ ଜିଲାରୁ ଆସିଥିବା ୮୦ ଶ୍ରମିକ ସୁବଳୟା ନିକଟ ଇଟାଭାଟିରୁ ଲୁଚି ପଳାଇ ଆସିଥିଲେ। ଏଥିରେ କେତେକ ହୁମ୍ମା ଷ୍ଟେଶନରେ  ଥିବା ବେଳେ ଅନ୍ୟ ଶ୍ରମିକମାନେ ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଉକ୍ତ ୮୦ ଶ୍ରମିକଙ୍କ ଖାଇବା ବ୍ୟବସ୍ଥା ସହ ସେମାନଙ୍କ ଘରକୁ ଜିଲାପାଳ ପଠାଇଥିଲେ।  ଇଟା ଭାଟି ସିଲ୍‌ କରାଯିବା ସହ ମାଲିକଙ୍କୁ ୪୦ ହଜାର ଟଙ୍କା ଜରିମାନା ଏବଂ କାରଣଦର୍ଶାଅ ନୋଟିସ୍‌ ଗଞ୍ଜାମ ତହସିଲଦାରଙ୍କ ପକ୍ଷରୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri