ବୁଢ଼ାଦାନୀ ଗ୍ରାମବାସୀଙ୍କୁ ନାଳ ଭରସା

ଫୁଲବାଣୀ ଅଫିସ, ୧୫ା୫-କନ୍ଧମାଳ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ| ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ା ଚାରିଆଡ଼ ଶୁଖିଲା ପଡ଼ିଛି। ପ୍ରକଳ୍ପ ଥାଇ ବି ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଫୁଲବାଣୀ ସହରଠାରୁ ମାତ୍ର ୫/୬ କିମି ଦୂର ତୁଡିପାଜୁ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି ା ଏହି ପଞ୍ଚାୟତ ଅଧୀନ ବୁଢ଼ାଦାନୀ ଗ୍ରାମର ୪ ୱାର୍ଡର ଲୋକେ ନିକଟସ୍ଥ ନାଳରୁ ପାଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି।

ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ବୁଢ଼ାଦାନୀରେ ଏକ ପାନୀୟ ଜଳ ପ୍ରକଳ୍ପ ହୋଇଥିଲା ା ଗ୍ରାମର ବିଭିନ୍ନ ୱାର୍ଡକୁ ପାଇପ ବିଛାଯାଇ ପାଣି ମଧ୍ୟ ଯୋଗାଇ ଦିଆଯାଉଥିଲା ା ତେବେ ୬ ମାସ ହେଲା ଏହା ଅଚଳ ହୋଇପଡିଛି ା କମ୍‌ ଭୋଲଟେଜ ଯୋଗୁ ମୋଟର ଚାଲି ପାରୁନାହିଁ। ତେଣୁ ନାଳର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛୁ ବୋଲି ସରପଞ୍ଚ ମୃତ୍ୟୁଞ୍ଜୟ କହଁର ପ୍ରକାଶ କରିଛନ୍ତି। ଜଳକୁ ବିଶୁଦ୍ଧ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେଲୋଜିନ୍‌ ବଟିକା ଉପଲବ୍ଧ ହେଉନି ା ଲୋକେ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି। ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ପାଇପ ବିଛା ଯାଇଥିଲା ତାହା ଫାଟି ଗଲାଣି ା ଗ୍ରାମରେ ପଦରସାହିରେ ଥିବା ଦୁଇଟି ନଳକୂପରୁ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ତାହା ପିଇବା ଉପଯୋଗୀ ନୁହେଁ ା ପାନୀୟ ଜଳ ପାଇଁ ପଦରସାହି, ଝାରୁକୁମ୍ପା, ସାତା ସାହି, ତଳ ସାହିର ୧୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୧୦୦୦ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ପୂର୍ବତନ ସମିତି ସଭ୍ୟ ବିନାୟକ ଗଣ୍ଡା ପ୍ରକାଶ କରିଛନ୍ତି।  ସେହିପରି ତିଳୋତ୍ତମା ବେହେରା, କୁନୀ ଗଣ୍ଡା, ନବୀନ ବେହେରା, ଗୁପ୍ତେଶ୍ୱର ଗଣ୍ଡା, ରଦିନା ଗଣ୍ଡା, ବିକ୍ରମ ବେହେରା ପ୍ରମୁଖ ପାଣି ପାଇଁ ଗ୍ରାମଠାରୁ ଅଧ କିମି ଦୂର ନାଳକୁ ଯାଉଥିବା କହିଛନ୍ତି।  ରାତିରେ ପାଣି ଆବଶ୍ୟକ ପଡିଲେ ସକାଳ ଯାଏ ଅପେକ୍ଷା କରିବାକୁ ପଡେ। ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ ହେଲେ ଉପକୃତ ହେବୁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଆରଡବ୍ଲ୍ୟୁଏସ୍‌ଏସ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବହରି ପ୍ରଧାନଙ୍କୁ ପଚାରିବାରୁ ସେ ବିଦ୍ୟୁତ୍‌ ସମସ୍ୟା ଥିବା ସ୍ବୀକାର କରିଛନ୍ତି। ଆଉ କ’ଣ ସମସ୍ୟା ରହିଛି ଏବଂ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେବ ତାହା ଦେଖିବା ପରେ ଠିକ୍‌ କରି ପାଣି ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି।

(ରାକେଶ କୁମାର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?