Posted inଫୁରସତ

ବିଶ୍ୱର ପ୍ରଥମ ଦାଢି ଥିବା କନ୍ୟା!

ହରମାନ କୌରଙ୍କୁ ବିଶ୍ୱର ପ୍ରଥମ ଦାଢିଥିବା କନ୍ୟା ବୋଲି କୁହାଯାଏ । ପ୍ରକୃତରେ ସେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ୍ସରେ ପୀଡ଼ିତ କାରଣରୁ ତାଙ୍କ ଶରୀରରେ ଅଧିକ କେଶ ଉଠିଥିବା କୁହନ୍ତି ଡାକ୍ତର । ଏଥିପାଇଁ ପ୍ରଥମେ ପ୍ରଥମେ ହରମାନ ଚିନ୍ତା କରୁଥିବା ବେଳେ ଏବେ କିନ୍ତୁ ସେ ଏହାକୁ ନେଇ ଏତେଟା ଚିନ୍ତା କରୁ ନାହନ୍ତି । ମାତ୍ର ୧୧ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଶରୀରରେ ଏଭଳି ଅସ୍ୱାଭାବିକ କେଶ ଉଠିଥିବା ଦେଖାଯାଇଥିଲା । ଏହାର ଚିକିତ୍ସା ମଧ୍ୟ ସେ କରିଥିଲେ ହେଲେ କୌଣସି ସୁଫଳ ମିଳି ନ ଥିଲା । ସେ ଯେହେତୁ ଶିଖ୍ ପରିବାରର କନ୍ୟା ତେଣୁ ସେ ପୁଅମାନଙ୍କ ଭଳି ପଗଡି ବାନ୍ଧିବା ସହ ଦାଢି ରଖିବାକୁ ଆରମ୍ଭ କରିଥିଲେ । ତାଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ବ୍ରାଇଡାଲ ଫଟୋ ଶୁଟ୍ କରି ଆସିଥିଲେ ଚର୍ଚ୍ଚାକୁ । ପ୍ରଥମ ଦାଢିଥିବା କନ୍ୟାଙ୍କର ବ୍ରାଇଡାଲ ଫଟୋ ଶୁଟ୍‌କୁ ଦେଖିବାକୁ ଅନେକ ଲୋକ ଆ୍ରଗହ ପ୍ରକାଶ ବି କରିଥିଲେ । ଏଥିରେ ତାଙ୍କ ଦାଢିକୁ ଜଙ୍ଗଲି ଫୁଲରେ ସଜା ଯାଇଥିବା କୁହାଯାଏ । ତେବେ ପୁଅମାନଙ୍କ ଭଳି ତାଙ୍କ ଶରୀରରେ ନିଶ ଦାଢି ଉଠୁଥିବାରୁ ଏଥିପାଇଁ ଅନେକେ ତାଙ୍କୁ ଟାହି ଟାପରା ବି କରୁଥିଲେ । ଆଉ ଏହାକୁ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା ପାଇଁ ବି ଉଦ୍ୟମ କରିଥିଲେ । ହେଲେ ଏବେ ସେ ସାଧାରଣ ଜୀବନ ବିତାଉଥିବା କୁହାଯାଏ । ପ୍ରାୟ ୫ ବର୍ଷ ତଳେ ତାଙ୍କର ଫଟୋ ଶୁଟ୍ କରିଥିବା ଲାଉସିଆ କୋଲଥ୍ରସ କୁହନ୍ତି ସେ ପ୍ରଥମେ ଯେତେବେଳେ ହରନାମଙ୍କ ପୋଟ୍ରେଟ ଦେଖିଥିଲେ ସେତେବେଳେ ସେ ହରମାନଙ୍କ ଫଟୋ ଶୁଟ୍ କରିବାକୁ ଚିନ୍ତା କରି ତାଙ୍କୁ ପ୍ରସ୍ତାବ ଦେଇଥିଲେ ଓ ସେଥିରେ ସେ ରାଜି ହୋଇ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri