ବିଶୋଧନ ହେଲା ବାରିପଦା ସହର

ବାରିପଦା ଅଫିସ, ୩ା୪- କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ସକାଳୁ ବାରିପଦା ସହରରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟିଲ ଗୋଲେଇଠାରୁ ବାଲେଶ୍ୱର ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ସାନିଟାଇଜ କରାଯାଇଥିଲା। ସୋଡ଼ିୟମ ହାଇପୋକ୍ଲୋରାଇଟ କେମିକାଲ ମିଶା ପାଣିକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରରେ ସିଞ୍ଚନ କରିଥିଲେ। ଅନ୍ୟ ଏକ ଗାଡ଼ିରେ ବାରିପଦା ପିଆରଏମ୍‌ ମେଡିକାଲକୁ ମଧ୍ୟ ସାନିଟାଇଜ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସାନିଟାଇଜ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଲକଡାଉନ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଏହା ଜାରି ରହିବ। ଶନିବାର ବାଲେଶ୍ୱର ଗୋଲେଇ ଠାରୁ ପାଲବଣି , ରବିବାର ଷ୍ଟେଶନ ବଜାର ଏହା ପରେ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜ କରାଯିବ ବୋଲି ଜିଲା ଅଗ୍ନିଶମ ଅଧିକାରୀ ପ୍ରକାଶ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଦେଉଳୀରେ ପିଏମଶ୍ରୀ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୨।୫(ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର…

ପ୍ରେମିକା ପାଇଁ ଝୁଲିପଡିଲେ ପ୍ରେମିକ, ଏହି କଥାକୁ ନେଇ ଝଗଡ଼ା ହେବାରୁ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମିରିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚକ୍ରଧର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ (୧୮) ଶୁକ୍ରବର ଘର…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

ଖଣ୍ଡଦେଉଳି ଗ୍ରାମର ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ, ନିଜସ୍ବ ପାଣ୍ଠିରୁ ଦେଲେ ଆର୍ଥିକ ସହାୟତା

ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି…

ଆଉ ୧୦ଦିନ ପରେ ଓଡ଼ିଶାରେ ପ୍ରଳୟ! ଏବେଠୁ ପ୍ରଭାବ ପଡିବା ଆରମ୍ଭ?

ଭୁବନେଶ୍ବର,୨୨ା୫: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ…

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri