ବିଳମ୍ବ ବ୍ୟୟ ବୃଦ୍ଧି

ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାର ପ୍ରାୟ ୭୦% ଜନସାଧାରଣ କେବଳ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। ତେବେ ଚାଷ ପାଇଁ ସେଚ ବ୍ୟବସ୍ଥାର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ସେମାନେ ଚିନ୍ତାରେ ଅଛନ୍ତି। ଜଳସେଚନର ଉନ୍ନତୀକରଣ ପାଇଁ ସରକାର ନୂଆ ପ୍ରକଳ୍ପ ନିର୍ମାଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ହେଲେ ଧାର୍ଯ୍ୟ ସମୟରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ବ୍ୟୟ ଅଟକଳ ବଢ଼ି ଚାଲିଛି। ସୂଚନାଯୋଗ୍ୟ, ଦୁଇ ଜିଲାର ଚାଷୀଙ୍କ ସମୂହ ସ୍ବାର୍ଥ ପାଇଁ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପର୍ବତରୁ ନିର୍ଗତ ଝରଣାକୁ ଅଟକାଇ ଆଦିବାସୀ ଅଧ୍ୟୁଷିତ ଛେଳିଗଡ଼ ନିକଟରେ ଛେଳିଗଡ଼ ଜଳବିଦ୍ୟୁତ ମଧ୍ୟମ ସେଚ ଯୋଜନା ଲାଗି ୧୯୮୦ ଦଶକର ଦ୍ୱିତୀୟ ଭାଗରେ ପ୍ରସ୍ତାବ ରଖାଗଲା ଓ ସର୍ଭେ କାର୍ଯ୍ୟ ଆରମ୍ଭ ହେଲା। ତେବେ ଆଦିବାସୀମାନଙ୍କ ବିସ୍ଥାପନ ସମସ୍ୟା ସୃଷ୍ଟି ହେଲା। ବିଭିନ୍ନ ସଂଗଠନର ଆନ୍ଦୋଳନ ଯୋଗୁ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେଇଥିଲା। ମୂଳ ବ୍ୟୟ ଅଟକଳ ମାତ୍ର ୨୫ରୁ ୩୦ କୋଟି ଟଙ୍କା ହୋଇଥିଲା। ୨୦୦୫ ବେଳକୁ ଏହା ୯୭ କୋଟିକୁ ବୃଦ୍ଧି ପାଇଲା। ବର୍ତ୍ତମାନ ଏହା ୭୦୬ କୋଟିରେ ପହଞ୍ଚିଲାଣି। ଛେଳିଗଡ଼ ପ୍ରକଳ୍ପ ସମ୍ପର୍କିତ ଚତୁର୍ଥ ବିସ୍ଥାପିତଙ୍କ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକର ବିବରଣୀରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏବେ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି ଓ କେବେ ସରିବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଗଜପତି ଜିଲାର ମୋହନା ଓ ଆର.ଉଦୟଗିରି ଏବଂ ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ୩,୬୦୦ ହେକ୍ଟର ଜମିକୁ ସେଚ ବ୍ୟବସ୍ଥା ହେବ। ଏଥିସହ ଦୈନିକ ୩୦ ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦିତ ହୋଇପାରିବ। ସେହିପରି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଆଦିବାସୀ ଅଞ୍ଚଳ କଙ୍କିଆ ଓ ଟାମଣା ନିକଟ ଘଟକେଶ୍ୱର ମଧ୍ୟମ ଜଳସେଚନ ଯୋଜନା ପାଇଁ ୧୯୮୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅନୁମତି ମିଳିବାରେ ବିଳମ୍ବ ଏବଂ ବିସ୍ଥାପିତ ହେବାକୁ ଥିବା ଆଦିବାସୀଙ୍କ ବିରୋଧ ଯୋଗୁ ସମସ୍ୟା ଦେଖାଦେଇଥିଲା। ସମାଧାନ ପାଇଁ ପଦକ୍ଷେପ ନିଆଯିବାରୁ ୨୦୧୬ରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟଥର ଶୁଭ ଦେଇଥିଲେ। ବହୁ ବିଳମ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ମୂଳ ବ୍ୟୟ ଅଟକଳ ମାତ୍ର ୧୦ କୋଟି ଟଙ୍କାରୁ ଏବେ ୧୧୯ କୋଟିକୁ ବୃଦ୍ଧି ପାଇଛି। ଯୋଜନା ସମ୍ପୂର୍ଣ୍ଣ ହେଲେ କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୫ ଶହ ହେକ୍ଟର ଜମି ଜଳସେଚିତ ହେବ ଏବଂ ବ୍ରହ୍ମପୁର ସହରର ୭୫ ହଜାର ଲୋକଙ୍କୁ ପିଇବା ପାଣି ଯୋଗାଣ ହୋଇପାରିବାର ନକ୍ସା ପ୍ରସ୍ତୁତ ହୋଇଛି। ତେବେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ବହୁ ପରିମାଣ ବୃଦ୍ଧି ପାଇଛି। ଯଦି ଏହି ଦୁଇ ପ୍ରକଳ୍ପ କାମ ଆହୁରି ବିଳମ୍ବ ହୁଏ ତେବେ ଖର୍ଚ୍ଚ ବଢ଼ିବ ବୋଲି ଆଶଙ୍କା କରାଯାଉଛି।
– ନରସିଂହ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri