ବିରାଟ କୋହଲି ମୋ ଫେଭରାଇଟ୍‌ କ୍ରିକେଟର୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସାହିତ୍ୟ ଆମକୁ ପ୍ରଶ୍ନ ପଚାରିବାକୁ ବାଟ ଦେଖାଏ। ସାହିତ୍ୟ ଆମକୁ ସ୍ବପ୍ନ ଦେଖାଏ। ସାହିତ୍ୟ ଆମକୁ ପରିବର୍ତ୍ତନର ଆହ୍ବାନ ଦିଏ। ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ, ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ସାହିତ୍ୟ ଏକ ମୁଖ୍ୟ ଅସ୍ତ୍ର ଓ ଆହ୍ବାନ। ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ଯେତେବେଳେ ବି ପରିବର୍ତ୍ତନର ଆହ୍ବାନ ଆସିଛି ତା ପଛରେ ସର୍ବଦା ସାହିତି୍ୟକ, ଲେଖକ ଓ ଚିନ୍ତକମାନେ ରହିଛନ୍ତି। ସାହିତ୍ୟ ବିନା ଆମ ବିକଶିତ ଭବିଷ୍ୟତର ପରିକଳ୍ପନା ଅସମ୍ଭବ। ଆଜି ଆମେ ଜ୍ଞାନ ଓ ବିକଶିତ ରାଷ୍ଟ୍ରର ଅଂଶ ହୋଇଥିବାବେଳେ ଆମ ପାଇଁ ସାହିତ୍ୟ ପୂର୍ବାପେକ୍ଷା ଆହୁରି ଜରୁରୀ ହୋଇପଡ଼ିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିିଶା ଲିଟେରାରୀ ଫେଷ୍ଟିଭାଲର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସାରଳା ଦାସଙ୍କଠାରୁ ଆରମ୍ଭକରି ସନ୍ଥ ଭୀମ ଭୋଇ, ବ୍ୟାସକବି ଫକୀରମୋହନ ସେନାପତି ଓ ଆଧୁନିକ ଯୁଗର ସାହିତି୍ୟକା ପ୍ରତିଭା ରାୟଙ୍କ ଲେଖାର ମହାନତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଯୁବପିଢିଙ୍କୁ ଫକୀର ମୋହନ ସେନାପତିଙ୍କ କାଳଜୟୀ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ଜୀବନର କେତେକ ଲୁକ୍କାୟିତ କଥା କହିଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ମନପସନ୍ଦ କ୍ରୀଡାବିତ୍‌ ହୋଇଥିବାବେଳେ ରାଜନୀତିରୁ ସନ୍ନ୍ୟାସ ନେଇ ସେ ପୁଣିଥରେ ନିଜ ଲେଖକ ଜୀବନ ଆରମ୍ଭ କରିବେ ଏବଂ ପୁସ୍ତକ ଲେଖିବା କଥା ଭାବିବେ ବୋଲି କହିଥିଲେ। ନିଜ ଫିଟ୍‌ନେସ୍‌ର ରହସ୍ୟ ଖୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଦିନ ସକାଳେ ଓ ସନ୍ଧ୍ୟାବେଳେ ଦିନକୁ ଦୁଇଥର ମୁଁ ଏକ୍ସରସାଇଜ୍‌ କରେ। ଡାଏଟ୍‌ର ଧ୍ୟାନ ରଖେ ଓ ଯଥାସମ୍ଭବ କମ୍‌ ଖାଇବାକୁ ଚେଷ୍ଟାକରେ। ଅନ୍ୟମାନଙ୍କ ଭଳି ମୁଁ ବି ଜଣେ ସାଧାରଣ ମଣିଷ। ହସକଥା ଶୁଣିଲେ ହସେ ଓ ସେନ୍ସ ଅଫ୍‌ ହ୍ୟୁମର୍‌କୁ ଭଲପାଏ। ଫିଲ୍ମ ଦେଖିବାକୁ ମୁଁ ସମୟ ପାଏନା। ସମୟ ମିଳିଲେ ବହି ପଢ଼େ। ଓଡ଼ିଆ ଲେଖକଙ୍କ ମଧ୍ୟରେ ଫକୀର ମୋହନ ସେନାପତି ମୋ ପ୍ରିୟ ଲେଖକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ବଜାରରେ ଅନେକ ଅତ୍ୟାଧୁନିକ ମଡେଲର ଗାଡ଼ି ଥିବାବେଳେ ସେ କାହିଁକି ମାରୁତିର ବନ୍ଦ ହୋଇଯାଇଥିବା ଏକ ପୁରୁଣା ମଡେଲର ଗାଡ଼ି ବ୍ୟବହାର କରୁଛନ୍ତି ପଚାରିବାରୁ, ମୁଖ୍ୟମନ୍ତ୍ରୀ ତାଙ୍କ ଗାଡ଼ିରେ ବେଶ୍‌ କମ୍ଫର୍ଟେବୁଲ୍‌ ଏବଂ ଏହା ବ୍ୟବହାର ଯୋଗ୍ୟ ଥିବା ପର୍ଯ୍ୟନ୍ତ ସେ ଏହାକୁ ବ୍ୟବହାର କରିବେ ବୋଲି କହିଥିଲେ। ଏହି ଅବସରରେ ସେ ଓଡ଼ିଶାର ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କୁ ନିଜ ପାଇଁ କାମ କରିବା ସହ ସମାଜର ଗରିବ ଓ ନିଷ୍ପେସିିତ ଶ୍ରେଣୀର ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ଓଡ଼ିଶାବାସୀଙ୍କୁ ବିକାଶ ପ୍ରକ୍ରିୟାରେ ଏବଂ ଗରିବୀ ବିରୋଧରେ ଲଢ଼ିବା ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ କଳା, ସାହିତ୍ୟ, ସିନେମା, ଗଣମାଧ୍ୟମ ଜଗତର ଦେଶର ଖ୍ୟାତନାମା ବ୍ୟକ୍ତିତ୍ୱମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କଶ୍ମୀର ପ୍ରସଙ୍ଗ, ଦକ୍ଷତା ବିକାଶ, ଦେଶର ରାଜନୈତିକ ପରିସ୍ଥିତି, ସଙ୍ଗୀତ, ଫିଲ୍ମ ଆଦି ବିଷୟରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଶେଷ ହେଲା ଅପେକ୍ଷା: ଜାନୁଆରୀ ୨୫ରୁ ଜନଗଣନା; ଉତ୍ତର ପ୍ରଦେଶ-ପଞ୍ଜାବ ସହ ଏସବୁ ରାଜ୍ୟରେ ହେବନି…

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ଦେଶରେ ବହୁ ପ୍ରତୀକ୍ଷିତ ଜନଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?