Posted inଫୁରସତ

ବିମାନର କବର ସ୍ଥାନ

କବର ସ୍ଥାନ କହିଲେ ସାଧାରଣତଃ ବୁଝାଏ ଯେଉଁଠାରେ ମନୁଷ୍ୟମାନଙ୍କୁ କବର ଦିଆଯାଇଥାଏ। ହେଲେ ଆମେରିକାରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ହଜାର ହଜାର ସେନା ବିମାନକୁ ରଖାଯାଇଥିବାରୁ ସେହି ସ୍ଥାନକୁ ବିମାନର କବର ସ୍ଥାନ ବୋଲି କୁହାଯାଏ। ଉକ୍ତ ସ୍ଥାନରେ ପାଖାପାଖି ୪ ହଜାର ସେନା ବିମାନ ଯେଉଁ ଗୁଡିକ ଅଚଳ ହୋଇଯାଇଛି ସେସବୁକୁ ରଖାଯାଇଛି। ଏହା ଆମେରିକାର ଏରିଜୋନାରେ ଥିବା ଟକ୍ସନ ମରୁଭୂମୀରେ ରହିଥିବା କୁହାଯାଏ। ୧୪୦୦ ଫୁଟବଲ ପଡ଼ିଆ ଆକାରର ଅର୍ଥାତ୍‌ ୨୬୦୦ ଏକର ପରିମିତ ସ୍ଥାନରେ ଏସବୁ ବିମାନକୁ ରଖାଯାଇଛି। ଏହି ସ୍ଥାନ ‘ବୋନୟାର୍ଡ’ନାମରେ ପ୍ରସିଦ୍ଧ। ୨୦୧୦ରେ ଗୁଗୁଲ ଆର୍ଥ ଏହି ସ୍ଥାନରେ ଏକ ସ୍ପଷ୍ଟ ଚିତ୍ର ଜାରି କରିଥିବା କୁହାଯାଏ। ‘ବୋନୟାର୍ଡ’ରେ ଏବେକାର ସେନା ବିମାନଠାରୁ ଆରମ୍ଭ କରି ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହୃତ ହୋଇଥିବା ବିମାନକୁ ମଧ୍ୟ ରଖାଯାଇଛି।

ବୋମାବର୍ଷୀ ବିମାନ ବି-୫୨କୁ ମଧ୍ୟ ଏଠାରେ ରଖାଯାଇଛି। ୧୯୯୦ରେ ଆମେରିକା ଓ ସୋଭିଏତ୍‌ ସଙ୍ଘ ମଧ୍ୟରେ ହୋଇଥିବା ଏସ୍‌ଏଏଲ୍‌ଟି ନିରସ୍ତ୍ରୀକରଣ ବୁଝାମଣା ପରେ ଆମେରିକା ଏହାକୁ ସେବା ନିବୃତ କରିଥିଲା। ଏହାସହ ‘ବୋନୟାର୍ଡ’ରେ ଏଫ୍‌-୧୪ ବିମାନକୁ ମଧ୍ୟ ରଖାଯାଇଛି। ଏହି ବିମାନକୁ ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ‘ଟପ୍‌ ଗନ୍‌’ରେ ଦେଖାଯାଇଥିଲା। ଏହି ବିମାନକୁ ଆମେରିକା ନୌସେନା ୨୦୦୬ରେ ସେବା ନିବୃତ ଘୋଷଣା କରିଥିଲା।

ଆମେରିକାର ୩୦୯ତମ ଏରୋସ୍ପେଶ ମେଣ୍ଟେନାନ୍ସ ଆଣ୍ଡ ରିଜେନେରେଶନ ଗ୍ରୁପ ଏହାର ଦେଖାରଖା କରୁଥିବା ସୂଚନା ରହିଛି। ଏହାସହ ଏଠାକୁ ଆସୁଥିବା ବିମାନର ମରାମତି ମଧ୍ୟ କରୁଛି ଏହି ଗ୍ରୁପ୍‌। ଯାହାଫଳରେ କିଛି ବିମାନକୁ ଉଡିବା ଯୋଗ୍ୟ ମଧ୍ୟ କରାଯାଉଛି। ଯାହାକୁ କମ୍‌ ଦାମରେ ବିକ୍ରି କରାଯାଉଛି। ‘ବୋନୟାର୍ଡ’ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଠିକ୍‌ ପୂର୍ବରୁ ସ୍ଥାପନ କରାଯାଇଥିବା କୁହାଯାଏ। ଏହା ଏକ ଉଚ୍ଚସ୍ଥାନ ସହ ଶୁଖିଲା ସ୍ଥାନ ହୋଇଥିବାରୁ ଏଠାରେ ବିମାନ ଗୁଡିକ ଶୀଘ୍ର ନଷ୍ଟ ହେବନାହିଁ ଭାବି ବିମାନଗୁଡିକୁ ରଖିବାକୁ ଏହି ସ୍ଥାନକୁ ବଛାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?