ବିବାଦରେ ଟ୍ରମ୍ପ୍‌ଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି

ଓ୍ବାଶିଂଟନ,୩୦ା୧(ଏଏଫ୍‌ପି): ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଶାନ୍ତି ଯୋଜନା ଆଣିଛନ୍ତି। ତାଙ୍କର ଏହି ବହୁପ୍ରତୀକ୍ଷିତ ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ଯୋଜନା ସେଠାରେ ଏକ ନୂତନ ସକାଳ ଆଣିବ ବୋଲି ଏଥିରେ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଟ୍ରମ୍ପ୍‌ଙ୍କ ଏହି ଶାନ୍ତିନୀତିକୁ ନେଇ ବିବାଦ ଦେଖାଦେଇଛି। ଏଥିରେ ପାତରଅନ୍ତର କରାଯାଇଥିବା କ୍ଷୁବ୍ଧ ପାଲେଷ୍ଟିନୀୟମାନେ ଅଭିଯୋଗ କରି ଏହା ଇତିହାସର ଅଳିଆଗଦାକୁ ଯିବା ଯୋଗ୍ୟ ବୋଲି କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ର ଇଷ୍ଟ୍‌ ରୁମ୍‌ରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ ଟ୍ରମ୍ପ୍‌ ତାଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି ସମ୍ପର୍କରେ ଘୋଷଣା କରି ଏହା ଦ୍ୱାରା ଆମେରିକାର ଦୀର୍ଘବର୍ଷର ପ୍ରୟାସ ସଫଳ ହେବାକୁ ଯାଉଛି ବୋଲି କହିଥିଲେ। ଆମେ ଏକାଠି ମିଶି ମଧ୍ୟପ୍ରାଚ୍ୟରେ ନୂତନ ସୂର୍ଯ୍ୟୋଦୟ ଆଣିପାରିବା ବୋଲି ସେଠାରେ ଉପସ୍ଥିତ ଇସ୍ରାଏଲୀ ଓ ଇହୁଦୀ ଆମେରିକୀୟ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ୍‌ କହିଥିଲେ। ସେଠାରେ ପାଲେଷ୍ଟାଇନ୍‌ର କୌଣସି ପ୍ରତିନିଧି ନ ଥିଲେ। ଏହି ଶାନ୍ତିନୀତିକୁ ପାଲେଷ୍ଟାଇନ୍‌ ପ୍ରତ୍ୟାଖ୍ୟାନ କରିଦେଇଛି। ଦୀର୍ଘବର୍ଷ ଧରି ଅନ୍ତର୍ଜାତୀୟ କୂଟନୀତିରେ ଇସ୍ରାଏଲ୍‌ ଯାହା ଦାବି କରିଆସୁଥିଲା ତାହାକୁ ଟ୍ରମ୍ପ୍‌ ତାଙ୍କ ଯୋଜନାରେ ମଞ୍ଜୁର କରିଛନ୍ତି। ଅବିଭାଜ୍ୟ ରାଜଧାନୀ ଭାବେ ଜେରୁଜେଲମ୍‌ ଉପରେ ଇସ୍ରାଏଲ୍‌ର ଅଧିକାର ସାଙ୍ଗକୁ ଆନେକ୍ସ ଓ୍ବେଷ୍ଟ ବ୍ୟାଙ୍କକୁ ମଧ୍ୟ ଉକ୍ତ ଦେଶକୁ ଦେବା ପାଇଁ ଟ୍ରମ୍ପ୍‌ଙ୍କ ଯୋଜନାରେ ପ୍ରସ୍ତାବ ରହିଛି। ଶାନ୍ତି ପାଇଁ ଇସ୍ରାଏଲ୍‌ର ପ୍ରୟାସକୁ ଆମେରିକା ରାଷ୍ଟ୍ରପତି ଉଚ୍ଚପ୍ରଶଂସା କରିଛନ୍ତି। ଏଥିରେ ଭବିଷ୍ୟତ ପାଲେଷ୍ଟିନୀୟ ରାଷ୍ଟ୍ର ପାଇଁ କେତେଗୁଡ଼ିଏ କଠୋର ସର୍ତ୍ତ ରଖାଯାଇଛି।
ଏଭଳି ଷଡ଼ଯନ୍ତ୍ରମୂଳକ ଚୁକ୍ତିନାମାକୁ ଅନୁମୋଦନ ହେବାକୁ ଦିଆଯିବ ନାହିଁ। ଆମ ଲୋକମାନେ ଏହାକୁ ଇତିହାସର ଅଳିଆଗଦାକୁ ନେଇଯିବେ ବୋଲି ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ କହିନ୍ତି। ସେହିପରି ଟ୍ରମ୍ପ୍‌ଙ୍କ ଶାନ୍ତିନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ କହିଛନ୍ତି। ଜେରୁଜେଲମ୍‌ ମୁସଲମାନଙ୍କର ପବିତ୍ର ସ୍ଥାନ। ଏହାକୁ ଇସ୍ରାଏଲ୍‌କୁ ଦିଆଯିବା ଯୋଜନା ଗ୍ରହଣଯୋଗ୍ୟ ନୁହେଁ। ଏହା ପାଲେଷ୍ଟିନୀୟଙ୍କ ଅଧିକାରକୁ ଅଣଦେଖା କରୁଛି ବୋଲି ଏର୍ଡୋଗାନ କହିଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦକୁ ଜାତିସଂଘ ସଂକଳ୍ପନାମା ଆଧାରରେ ସମାଧାନ କରିବାରେ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri